ଭାରତୀୟ ମାଆର ସ୍ୱରୂପ କ'ଣ ? ଯେତେବେଳେ ପୁଅର ବିବାହ ହୋଇ ବହୂ ଆସେ, ସେ ସେହି ବହୂକୁ ନିଜ ଝିଅ ପରି ଦେଖେ। କାରଣ ତାର ଝିଅ ବି ବିବାହ କରି ଅନ୍ୟ କାହା ଘରକୁ ଯାଇଥାଏ। ନିଜ ଝିଅର ସ୍ଥାନ ଏଇ ବହୂ ନେଇଥାଏ। ସେ ଘରର ସାମ୍ରାଜ୍ଞୀ ମାଆ ଆଦେଶରେ ଚାଲେ। ଯଦିଓ ସନ୍ନ୍ୟାସ ଆଶ୍ରମରେ ପ୍ରବେଶ କରିବା କାରଣରୁ ମୋ ପାଇଁ ବିବାହ ମନା, ତଥାପି କଳ୍ପନା କରନ୍ତୁ ମୁଁ ଯଦି ବିବାହ କରିଥାନ୍ତି ଓ ଯଦି ମୋର ପତ୍ନୀ ମୋ ମାଆକୁ କୌଣସି କାରଣରୁ ଅପ୍ରସନ୍ନ କରିଥାନ୍ତା ତେବେ ଏପରି ପତ୍ନୀକୁ ଦେଖି ମୋତେ ବଡ଼ ନିରାଶ ଲାଗିଥାନ୍ତା। ପୁଅ ମାଆକୁ ଶ୍ରଦ୍ଧା ପୂର୍ବକ ଭକ୍ତି କରେ, ପୂଜା କରେ। ତେବେ ବହୂର କଣ ଅସୁବିଧା ହେଲା ? ପୁଅ ଯେପରି ମାଆର ସେବା ଅର୍ଚ୍ଚନା କରେ ବହୂକୁ ମଧ୍ୟ ସେପରି କରିବା ଉଚିତ। ତାର କଣ ଅଧିକାର ଅଛି ପତିର ପ୍ରତିକୂଳରେ ଯାଇ ମାଆକୁ ଶାସନ କରିବାର ?
ସ୍ତ୍ରୀ ଜୀବନର ଏପରି ଆଦରଣୀୟ ସ୍ଥାନ ପାଇବା ପାଇଁ ସ୍ତ୍ରୀର ନାରୀତ୍ବର ପୂର୍ଣ୍ଣ ବିକାଶ ହେବା ଆବଶ୍ୟକ। ନାରୀତ୍ବକୁ ପୂର୍ଣ୍ଣ ବିକଶିତ କରିବା ପାଇଁ ଯାହା ଆବଶ୍ୟକ ତାହା ହେଲା ମାତୃତ୍ୱ। ମାତୃପଦ ପ୍ରାପ୍ତ ହେବା ପର୍ଯ୍ୟନ୍ତ ତାକୁ ଅପେକ୍ଷା କରିବାକୁ ହେବ, ତା'ପରେ ତାକୁ ମଧ୍ୟ ମାତୃପଦ ପ୍ରାପ୍ତ ହେବ। ହିନ୍ଦୁ ସଂସ୍କୃତି ଅନୁସାରେ ସ୍ତ୍ରୀ ଜୀବନର ମହାନ ଉଦ୍ଦେଶ୍ୟ ମାତାର ଗୌରବମୟ ପଦ ପ୍ରାପ୍ତ କରିବା। କିନ୍ତୁ ଆଜି କି ପରିବର୍ତ୍ତନ ହୋଇଗଲା ! ମୋ ବାପା ମାଆ କେତେ ତପସ୍ୟା ନ କରିଛନ୍ତି, ଭଗବାନଙ୍କୁ କେତେ ପ୍ରାର୍ଥନା ନ କରିଛନ୍ତି ମୋତେ ପାଇବା ପାଇଁ !
ଭାରତରେ ମାତା ପିତା ପ୍ରତ୍ୟେକ ସନ୍ତାନର ଜନ୍ମ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥାନ୍ତି। ଆର୍ଯ୍ୟର ପରିଭାଷା ଲେଖିବା ସମୟରେ ଧର୍ମବେତ୍ତା ମନୁ କହୁଛନ୍ତି, "ସେହି ସନ୍ତାନ ଆର୍ଯ୍ୟ , ଯିଏ ମାତା ପିତାଙ୍କ ଦ୍ୱାରା ଈଶ୍ୱରଙ୍କୁ ଆରାଧନା କରିବା ପରେ ଜନ୍ମ ନେଇଥାନ୍ତି। ବିନା ପ୍ରାର୍ଥନାରେ ଜନ୍ମ ନେଇଥିବା ସନ୍ତାନକୁ ଅଧର୍ମରୁ ଉତ୍ପନ୍ନ ବୋଲି କୁହାଯାଏ। ଏଭଳି ସନ୍ତାନଙ୍କ ଠାରୁ ସଂସାର ପାଇଁ କି ଆଶା କରିବ ? ତେଣୁ ପ୍ରତ୍ୟେକ ସନ୍ତାନ ପ୍ରାପ୍ତି ପାଇଁ ମାତା ପିତା ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଉଚିତ।
କ୍ରମଶଃ..
୩. ୩. ୧୮

No comments:
Post a Comment