Friday, 9 March 2018

*ଏମାନଙ୍କ ଅସ୍ତ୍ର*

ଏଇ ରାଜନୈତିକ ଦଳର ଦାୟିତ୍ୱରେ ଥିବା ଲୋକମାନଙ୍କ ପାଖରେ ଏବେ ଦୁଇଟି ମାତ୍ର ବିଷୟ ଅଛି । ଗୋଟିଏ ହେଲା ଦଳିତ ଆଉ ଗୋଟିଏ ହେଲା ପଛୁଆ। ଏଇ ଦୁଇଟି ହେଲା ଏମାନଙ୍କ ଅସ୍ତ୍ରର ଉଭୟ ପଟର ଧାର। ଏଇଭଳି ବୁଦ୍ଧିଜୀବୀଙ୍କ ପାଖରେ ଦେଶ ଓ ଦେଶଭକ୍ତିର ମାନେ କିଛି ନ ଥାଏ। ମଜାର କଥା ହେଉଛି ଏବେ ଏଇ ଅସ୍ତ୍ର ଆଉ କାମ କରୁ ନାହିଁ। ତଥାପି ସେଇ ଦନ୍ଥରା ଅସ୍ତ୍ରରେ ସଂଗ୍ରାମ କରି ରକ୍ତାକ୍ତ ହୋଇ ମଧ୍ୟ, ସେଇ ଶୌର୍ଯ୍ୟ ଗାଥାକୁ କହିବାକୁ ଟିକେ ବି ଏମାନଙ୍କୁ ସରମ ଲାଗେ ନାହିଁ।

ତୃତୀୟ ପ୍ରକାର ବୁଦ୍ଧିଜୀବୀ ଅଛନ୍ତି ସେମାନେ ଅଳ୍ପସଂଖ୍ୟକ ବିଷୟକୁ ଠେକୁଆର ସିଂହ ଭଳି ରୋଇକି ଥୋଇ ଦିଅନ୍ତି।

ଚତୁର୍ଥ ପ୍ରକାରର ବୁଦ୍ଧିଜୀବୀଙ୍କ ପାଖରେ ଦେଶ ଆଉ ଦେଶପ୍ରେମ ଏ ଦୁଇଟି ମୂଲ୍ୟହୀନ ଶବ୍ଦ ହୋଇଯାଇଛି।
ସେମାନଙ୍କର ଚିନ୍ତା ଯେ ଏଭଳି ମୂଲ୍ୟହୀନ ଶବ୍ଦକୁ ତୁଣ୍ଡରେ ଧରିଲେ କାଳେ କେହି ତାଙ୍କୁ ସାମ୍ପ୍ରଦାୟିକ କହିଦେବ।
ଏମାନେ ସମସ୍ତେ ମାର୍କ୍ସଙ୍କ ମାନସ ସନ୍ତାନ। ଏମାନେ ଦେଶ ଭାବକୁ ଛାଡ଼ି ଜନ କୁ ଧରି ବସନ୍ତି। ଦେଶପ୍ରେମକୁ ଏମାନେ ଅଫିମ ବୋଲି କୁହନ୍ତି।

ଗୋଖଲେ, ତିଳକ, ମାଲବ୍ୟ, ଗାନ୍ଧି, ସୁଭାଷ ବାବୁ ଆଦି ନେତା ଯଦି ଏମାନଙ୍କୁ ପଚାରିଥାନ୍ତେ ସ୍ୱାଧୀନତା ଲଢ଼େଇ କରିବା କି ନାଇଁ ? ତେବେ ଏମାନେ ଉତ୍ତର ଦେଇଥାନ୍ତେ ନା, ମୋଟେ ନୁହେଁ।
ସ୍ୱାଧୀନତା ଠାରୁ ବହୁତ ବଡ଼ ବୈଶ୍ବିକତା।

ଏ ବୁଦ୍ଧିଜୀବୀଙ୍କ ବୁଦ୍ଧିରେ ପଡ଼ି ଥିଲେ ହୁଏତ ଆଜି ଆମେ ସେଇ ପରାଧୀନ ପିଞ୍ଜୁରୀ ଭିତରେ ହିଁ ଥାନ୍ତେ।

କ୍ରମଶଃ...

୯. ୩. ୧୮

No comments: