Monday, 5 March 2018

*ସନ୍ତାନ ପ୍ରାପ୍ତି*

ଆମ ଶାସ୍ତ୍ର କହୁଛି, ବାଳକ ଜନ୍ମ ହେବାର ପୂର୍ବ ପରିସ୍ଥିତି ଓ ବାତାବରଣକୁ ପବିତ୍ର ରଖ। ମାଆର ପୂଜା କାହିଁକି କରାଯାଏ ? ଏହାର କାରଣ ହେଲା ସେ ଜନ୍ମ ଦେଉଥିବା ସନ୍ତାନ ପାଇଁ ନିଜକୁ ପବିତ୍ର ରଖେ ଓ ଅନେକ ପ୍ରକାର ତପ ଓ ବ୍ରତ କରେ। ପତିବ୍ରତା ହିଁ ଭାରତୀୟ ନାରୀର ଅମୂଲ୍ୟ ନିଧି। ଆପଣମାନେ ମନେ ରଖନ୍ତୁ, ମୋ ଦେଶରେ କୌଣସି ବି ଜଣେ ସ୍ତ୍ରୀ ନିଜ ଶରୀରକୁ ଅନ୍ୟ କାହା ପାଖେ ସମର୍ପଣ କରେ ନାହିଁ। ଏବେ ଏବେ ଏକ ନୂଆ ଧାରା ପ୍ରଚଳନ କରି ଇଂଲଣ୍ଡରେ ସ୍ତ୍ରୀ ପୁରୁଷଙ୍କ ବିବାହ ବିଚ୍ଛେଦ ଓ ପୁନର୍ବିବାହକୁ ବୈଧାନିକ ସ୍ୱୀକୃତି ଦିଆ ଯାଇଛି। କିନ୍ତୁ କୌଣସି ବି ଭାରତବାସୀ ଏଭଳି ଅଧିକାରକୁ ଉପଯୋଗ କରିବାକୁ ଚାହିଁବ ନାହିଁ। ଭାରତର ସ୍ତ୍ରୀମାନେ ନିଜ ପତିଙ୍କ ସହ ଶାରୀରିକ ସମ୍ବନ୍ଧ ସମୟରେ ଉଚ୍ଚ ଓ ପବିତ୍ର ବିଚାର ପ୍ରାପ୍ତ କରିବା ପାଇଁ ଅନେକ ମାନସିକ, ବ୍ରତ ଓ ଉପବାସ କରିଥାନ୍ତି। କାରଣ ତାଙ୍କ ଦୃଷ୍ଟିରେ ସନ୍ତାନ ହେଉଛି ପରମାତ୍ମାଙ୍କର ପବିତ୍ରତମ ଅଂଶ ସଦୃଶ। ଏଇ ପ୍ରାର୍ଥନା ଦ୍ୱାରା ବିଶ୍ୱରେ ସେହି ନୂଆ ଆତ୍ମାର ଆବିର୍ଭାବ ହୋଇଥାଏ, ଯାହା  ଭିତରେ ଭଲ ବା ଖରାପର ପ୍ରଚଣ୍ଡ ଶକ୍ତି ବିଦ୍ୟମାନ ରହିଥାଏ। କ'ଣ ପତି ପତ୍ନୀଙ୍କ ଏହି ମିଳନ କେବଳ ଖେଳ ମାତ୍ର  ? କ'ଣ ଏହା କେବଳ କ୍ଷଣିକ ଇନ୍ଦ୍ରିୟ ସୁଖ ପାଇଁ ଉଦ୍ଦିଷ୍ଟ ? କ'ଣ ଏହା କେବଳ ପାଶବିକ ସୁଖ ପ୍ରାପ୍ତ କରିବାର ସାଧନ ମାତ୍ର ?

ଭାରତୀୟ ଆଦର୍ଶ କହେ -

ନା, ନା, ସହସ୍ର ଥର କହେ ନା !

ଏହା ସହିତ ଆମକୁ ଆଉ ଏକ ବିଷୟ ଉପରେ ଧ୍ୟାନ ଦେବା ଉଚିତ। ଆମ ବିଚାରର ବିଷୟ ଥିଲା ଯେ ଆମ ଆଦର୍ଶ - ମାଆ ପ୍ରତି ଭକ୍ତିଭାବ। କାରଣ ମାଆ ତ୍ୟାଗ, ପ୍ରେମ ଓ ସହିଷ୍ଣୁତାର ପ୍ରତିମୂର୍ତ୍ତି। ମାଆକୁ ଆମେ ପୂଜା କରନ୍ତି କାହିଁକି ? କାରଣ ସେ ଆମକୁ ଏଇ ସଂସାରକୁ ଆଣିବା ପାଇଁ କେତେ ତପସ୍ୟା କରିଛି ! କେତେ ଆତ୍ମତ୍ୟାଗ କରିଛି !
ସେ ଆମକୁ ଜନ୍ମ ଦେବା ପାଇଁ ବର୍ଷ ବର୍ଷ ନିଜ ଶରୀରକୁ, ମନକୁ, ଭୋଜନକୁ, ବସ୍ତ୍ରକୁ ଏପରିକି ନିଜ କଳ୍ପନାକୁ ଶୁଦ୍ଧ ଓ ପବିତ୍ର ରଖିଛି। ଏହି ତ୍ୟାଗ ପାଇଁ ଆମେ ତା' ପାଖରେ ଚିର ଋଣୀ। ଏଥି ପାଇଁ ସେ ଆମର ପୂଜ୍ୟା।  ଏଥିପାଇଁ ମାତୃତ୍ୱ ସହ ପତ୍ନୀତ୍ୱର ନିବିଡ଼ ସମ୍ବନ୍ଧ ରହିଛି।

କ୍ରମଶଃ ...

୫. ୩. ୧୮

No comments: