Friday, 16 March 2018

*ବିଦେଶୀ ନିବେଶର ପରିଣାମ*

ଆର୍ଥିକ ବିକାଶ ଦର କମିଯିବା, କୃଷି ଉତ୍ପାଦନ କମିଯିବା, ଡଲାର ଅନୁପାତରେ ଟଙ୍କାର ଅବମୂଲ୍ୟାୟନ ହେବା ଆଦି ରାଷ୍ଟ୍ରକୁ ପତନ ଆଡ଼କୁ ନେଇଯାଉଥିବା ବିଷୟକୁ ଗୁରୁତ୍ୱ ନ ଦେବା ଆଜି ସମ୍ବାଦ ଜଗତର ପ୍ରବୃତ୍ତି ହୋଇଯାଇଛି।

ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଠିକ୍ କରିବାପାଇଁ ତଥା ରାଜକୋଷର ନିଅଣ୍ଟ ଦୂର କରିବା ପାଇଁ ଯେବେ ନବେ ଦଶକରେ ଅର୍ଥ ମନ୍ତ୍ରୀ ରୂପେ ମନମୋହନ ସିଂହ ବିଦେଶୀ ପୁଞ୍ଜି ନିବେଶକୁ ଭାରତକୁ ଆମନ୍ତ୍ରଣ କଲେ ସେବେ ଲୋକମାନଙ୍କୁ ସେ ଭୂତେଇଥିଲେ ଯେ ବିଦେଶୀ ପୁଞ୍ଜି ଭାରତରେ ନିବେଶ ହେଲେ ଭାରତର ଆର୍ଥିକ ଅବସ୍ଥା ବା ଜିନିଷପତ୍ରର ମୂଲ୍ୟ ମହଙ୍ଗା ନ ହୋଇ ସେଥିରେ ଲଗାମ ଲଗାଇ ହେବ, ମୂଲ୍ୟ କମିବ, ରୋଜଗାର ବଢ଼ିବ। କିନ୍ତୁ ବାସ୍ତବିକତା ହେଇଛି ଓଲଟା। ଜିନିଷପତ୍ରର ଦର ଆକାଶଛୁଆଁ ହୋଇଛି। ବେରୋଜଗାରୀ ସଂଖ୍ୟା ବଢ଼ିଛି।

ଭରାତରେ ଯେକୋୖଣସି ଦଳ ସରକାରରେ ରହିଲେ ସମସ୍ତେ ବିଭିନ୍ନ କ୍ଷେତ୍ର ସହିତ ସମ୍ବାଦଜଗତରେ ମଧ୍ୟ ବିଦେଶୀ ପୁଞ୍ଜି ନିବେଶକୁ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କଲେ। ଭାରତୀୟ ଗଣମାଧ୍ୟମରେ ବିଦେଶୀ ପୁଞ୍ଜି ନିବେଶ ହେବା ମାତ୍ରେ ବିଦେଶୀ ପୁଞ୍ଜିପତିମାନେ ଭାରତୀୟ ଗଣମାଧ୍ୟମ ପ୍ରବନ୍ଧକ ଓ ସଞ୍ଚାଳକମାନଙ୍କ ଉପରେ ଚାପ ପକାଇବା ଓ ନୀତି ନିର୍ଦ୍ଧାରଣରେ ଦଖଲ ଦେବା ଆରମ୍ଭ କରିଦେଲେ।  ପରିଣାମସ୍ୱରୂପ ଯେଉଁ ଗଣମାଧ୍ୟମ ରାଷ୍ଟ୍ର ଓ ସମାଜ ପ୍ରତି ଉତ୍ତରଦାୟୀ ଥିଲା ସେ ଏବେ ଆର୍ଥିକ ଚାପ କାରଣରୁ ବିଦେଶୀ ପୁଞ୍ଜିପତିଙ୍କ ଇସାରାରେ ଚାଲିବା ଆରମ୍ଭ କଲା।

ଗଣ ମାଧ୍ୟମରେ ବିଦେଶୀ ନିବେଶର ଲମ୍ବା ବିବରଣ ଦେଇ ରାମସେବକ ଶୁକ୍ଳ 'ସୁପର ଇଣ୍ଡିଆ' ନାମକ ଏକ ମାସିକ ସମ୍ବାଦପତ୍ରର ୨୦୧୨ ମାର୍ଚ୍ଚ ଅଙ୍କରେ ଲେଖିଛନ୍ତି ଯେ 'ଦ ହିନ୍ଦୁ' ସମ୍ବାଦପତ୍ର ସ୍ୱିଜରଲାଣ୍ଡର ଜୋଶୁଆ ସୋସାଇଟିର ନିୟନ୍ତ୍ରଣରେ ଅଛି।  'ଇଣ୍ଡିଆନ ଏକ୍ସପ୍ରେସ' ରେ ମଧ୍ୟ ଚର୍ଚ୍ଚର ବଡ଼ ଭାଗଦାରୀ ଅଛି। ଟାଇମ ସମୂହ ସମ୍ବାଦ 'ଟାଇମ୍ସ ଅଫ ଇଣ୍ଡିଆ', ନବ ଭାରତ ଟାଇମ୍ସ, ଷ୍ଟାରଡଷ୍ଟ, ଫେମିନା, ୨୪ ଘଣ୍ଟା ଚାଲୁଥିବା ଟି ଭି ଚେନେଲ ସବୁ ମିଲକିୟତ ବେନେଟ ଓ କାଲ୍ମନ ନିୟନ୍ତ୍ରଣରେ ଅଛନ୍ତି। ଏହି ସମୂହକୁ ୮୦ ପ୍ରତିଶତ ସାହାଯ୍ୟ ୱାର୍ଲଡ ଖ୍ରୀଷ୍ଟିୟାନ କାଉନସିଲ ଦ୍ୱାରା ପ୍ରାପ୍ତ ହେଉଛି। 'ସି. ଏନ. ଏନ.: ତଥା 'ଆଇ. ବି. ଏନ.' କୁ ସାଉଦର୍ନ  ବାପଟିଷ୍ଟ ଚର୍ଚ୍ଚ ଶତ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରୁଛି। 'ମାଲୟାଲମ ମନୋରମା' ଗ୍ରୁପ ମୈଥିଉ ପରିବାରର ନିୟନ୍ତ୍ରଣରେ ଅଛି। ଷ୍ଟାର ଟି.ଭି ର ସଞ୍ଚାଳନ ମେଲବର୍ଣ ସ୍ଥିତ ସେଣ୍ଟ ପିଟର୍ସ ପେନ୍ତୋଫିଜିୟଲ ଚର୍ଚ୍ଚ ଦ୍ୱାରା ହେଉଛି।
ହିନ୍ଦୁସ୍ଥାନ ଟାଇମ୍ସ ଏବେ ଟାଇମ ସମୂହ ସହଯୋଗରେ ଚାଲୁଛି ଯାହାର ୮୦ ପ୍ରତିଶତ ସହାୟତା ୱାର୍ଲଡ ଖ୍ରୀଷ୍ଟିୟାନ କାଉନସିଲ ଦ୍ୱାରା ପ୍ରାପ୍ତ ହେଉଛି। "ଆନ୍ଧ୍ର ଜ୍ୟୋତି"କୁ ହାଇଦ୍ରାବାଦର ପ୍ରମୁଖ ମୁସଲିମ ରାଜନୈତିକ ଦଳ ଏମ.ଆଇ.ଏମ  ଏକ କଂଗ୍ରେସ ମନ୍ତ୍ରୀ ସହ ମିଶି କିଣିନେଇଛି। ଷ୍ଟେଟ୍ସମ୍ୟାନର ନିୟନ୍ତ୍ରଣ କମ୍ୟୁନିଷ୍ଟ ପାର୍ଟି କରୁଛି। କୈରାଲି ଟି.ଭି ର ନିୟନ୍ତ୍ରଣ କମ୍ୟୁନିଷ୍ଟ ପାର୍ଟି କରୁଛି।  'ମାତୃଭୂମି'ରେ  ମୁସଲିମ ଲିଗ ଓ କମ୍ୟୁନିଷ୍ଟ ପାର୍ଟି ବହୁତ ନିବେଶ କରିଛନ୍ତି। 'ଏସିଆନ ଏଜ' ଓ 'ଡେକାନ କ୍ରୋନିକଲ' ର ନିୟନ୍ତ୍ରଣ ସାଉଦି ଆରବର ଏକ କମ୍ପାନୀ ହାତରେ ଅଛି।

ବନ୍ଧୁଗଣ ! ଏବେ ବିଚାର କରନ୍ତୁ

ଯେତେବେଳେ ଆମ ସମ୍ବାଦଜଗତରେ ବିଦେଶୀ ପୁଞ୍ଜି ନିବେଶ ହେଲା, ଯାହାର ଆସ୍ଥା କେନ୍ଦ୍ର ଭାରତ ବାହାରେ ରହିଲା, ଯାହାର ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତି ପ୍ରିୟ ହେଲା, ଯିଏ କେବଳ ନିଜ ବ୍ୟବସାୟର ହିତ ଚାହିଁଲେ,

ସେମାନେ ସାଧାରଣ ଲୋକର ପୀଡ଼ା, ଭାରତୀୟ ସଂସ୍କୃତିର ଚିନ୍ତନ ଓ ରାଷ୍ଟ୍ରୀୟତା ପ୍ରତି ସମ୍ବେଦନଶୀଳ ହେବେ କିପରି ?

ବରଂ ଏହାର ବିପରୀତ

ଏଫ. ଡି. ଆଇ ଓ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରତି ସମର୍ଥନ, ସାଂସ୍କୃତିକ ରାଷ୍ଟ୍ରବାଦର ବିରୋଧ, ଆତଙ୍କବାଦ ପାଇଁ କୋହଳଭାବ, ନକ୍ସଲ ପ୍ରତି ସହାନୁଭୂତି, ଆଧୁନିକତା ନାଁ ରେ ଇଂରାଜୀର ସମର୍ଥନ ହିନ୍ଦୀର ବିରୋଧ କରିବା ତାଙ୍କ ନୀତି ହୋଇଯାଇଛି।

୧୬. ୩. ୧୮

No comments: