ବିଡ଼ମ୍ବନାର କଥା ହେଲା ଭାରତର ସମ୍ବାଦ ଜଗତ ରାଷ୍ଟ୍ରୀୟତା, ସାଂସ୍କୃତିକ ଚିନ୍ତନ ଓ ସ୍ବଦେଶୀ ଭାବକୁ ତ୍ୟାଗକରି ବୈଶ୍ବିକରଣ ଓ ବଜାରିକରଣକୁ ଆପଣେଇ ନେଇଛି। ପରିଣାମସ୍ୱରୂପ ବ୍ୟକ୍ତି ଓ ସମାଜ ଭିତରେ ରାଷ୍ଟ୍ରୀୟତାର ଭାବନା, ସାଂସ୍କୃତିକ ଚିନ୍ତନ ଏବଂ ସ୍ବଦେଶୀ ଭାବନା ସମାପ୍ତ ହେଉଛି। ଏହାର ଦୁସ୍ପରିଣାମ ହେଉଛି ଯେ ବ୍ୟକ୍ତି ପାଇଁ ଘର, ପରିବାର, ଜାତି-ସମାଜ, ମୁଁ ଓ ମୋର ଏଇ ଭାବନା ପ୍ରମୁଖ ହୋଇ ଯାଇଛି। ଦେଶ ତା' ପାଇଁ ଗୌଣ ହୋଇଯାଇଛି।
ଏହି ବିପରୀତ ଭାବ କାରଣରୁ ରାଷ୍ଟ୍ରୀୟ, ସାଂସ୍କୃତିକ ଚିନ୍ତନ, ସ୍ବଦେଶୀ ଭାବକୁ ଛାଡ଼ି ଦେଶ ଆଜି ଭ୍ରଷ୍ଟାଚାର, ଆତଙ୍କବାଦ, ନକ୍ସଲବାଦ, ପରିବାରବାଦ, ଜିନିଷପତ୍ରର ମୂଲ୍ୟବୃଦ୍ଧି, ଭାଷା ବିବାଦ, ଆଞ୍ଚଳିକବାଦ ଆଦି ଚକ୍ରବ୍ୟୁହରେ ଫଶି ଯାଉଛି। ଭାରତୀୟ ସମ୍ବାଦପତ୍ର ଭ୍ରଷ୍ଟାଚାରର ସମ୍ବାଦ ତ ଦେଉଛି କିନ୍ତୁ ସୀମାରେ ହେଉଥିବା ଅନୁପ୍ରବେଶ, ଧର୍ମ ଓ ସମ୍ପ୍ରଦାୟ ନାମରେ ବିଦେଶରୁ ଭାରତକୁ ଆସୁଥିବା ଆର୍ଥିକ ସାହାଯ୍ୟ, ଭାରତରୁ ବିଦେଶକୁ ଯାଉଥିବା କଳା ଧନ, ଧର୍ମାନ୍ତରଣ, କଳାବଜାରୀ, ଜମି ମାଫିଆଙ୍କ ଦ୍ୱାରା ସାଧାରଣ ଲୋକର ଜମି ଦଖଲ, ବହୁ ଧନର ମାଲିକ ହୋଇ ନିଜକୁ ନିର୍ଧନ ଦେଖାଇବା, ମୂଳଧନ ନଥାଇ ଶୁନ୍ୟର ମଲ ଛିଡ଼ା କରିବା, ମତାନ୍ତରଣର ଏକ ଅଂଶ ଭାବରେ ପ୍ରେମ ବିବାହ, ଦେଶର ଆନ୍ତରିକ ସୁରକ୍ଷା ଆଦି ବିଷୟରେ ମୌନବ୍ରତ କରୁଛି।
ସାଧାରଣ ଲୋକ ଆଜି ଦୁଃଖର ସହ ପ୍ରଶ୍ନ କରୁଛି ଯେ
ଭାରତୀୟ ସମ୍ବାଦପତ୍ର ଆଜି ନିଜର ରାଷ୍ଟ୍ରୀୟ, ସାମାଜିକ ଓ ସାଂସ୍କୃତିକ ଦାୟିତ୍ୱ ପ୍ରତି ବିମୁଖ ହୋଇ ନିଜର ବିଶ୍ୱାସନୀୟତା ହରାଉଛି କାହିଁକି ?
ସରକାରୀ ବିଜ୍ଞାପନ ଓ ସୁବିଧା ପାଇବା ମାତ୍ରେ ସେମାନଙ୍କ ମନରୁ ସାଧାରଣ ଲୋକଙ୍କ କଥା ଅଦୃଶ୍ୟ ହେଇଯାଉଛି କାହିଁକି ??
ନିଜର ପ୍ରଗତି ପାଇଁ ସେମାନେ ବିଦେଶୀ ପୁଞ୍ଜିନିବେଶ, ବିଦେଶୀ କମ୍ପାନୀଙ୍କର ଗୁଣଗାନ, ପାଶ୍ଚାତ୍ୟ ସଂସ୍କୃତିର ପୋଷାକ ଏବଂ ପାଶ୍ଚାତ୍ୟ ବିଚାରଧାରାର ସମ୍ବର୍ଦ୍ଧକ ହୋଇ ରାଷ୍ଟ୍ରର ଜୀବନୀ ଶକ୍ତି ଉପରେ କୁଠାରାଘାତ କରୁଛନ୍ତି କାହିଁକି ???
କ୍ରମଶଃ...
୧୫. ୩. ୧୮

No comments:
Post a Comment