Tuesday, 6 March 2018

*ବିବାହର ସୀମା*

ଆପଣମାନେ ପାଶ୍ଚାତ୍ୟଦେଶବାସୀ। ଆପଣମାନେ ବ୍ୟକ୍ତିବାଦୀ। ଆପଣ କୌଣସି କାର୍ଯ୍ୟ ଏଥିପାଇଁ କରିଥାନ୍ତି ଯେ ସେହି କାର୍ଯ୍ୟଟି ଆପଣଙ୍କୁ ଭଲ ଲାଗେ। ଆପଣଙ୍କ ମତ ଅନୁସାରେ ମୁଁ ଏଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଧକ୍କା ମାରି ପାରିବି। କାରଣ ଏହା କରିବାକୁ ମୋତେ ମଜ୍ଜା ଲାଗେ। ମୁଁ ଏଇ ସ୍ତ୍ରୀକୁ କାହିଁକି ବିବାହ କରିଛି ? କାରଣ ଏଥିରେ ମୋତେ ପ୍ରସନ୍ନତା ମିଳୁଛି। ଏଇ ସ୍ତ୍ରୀ ମୋତେ କାହିଁକି ବିବାହ କରିଛି ? କାରଣ ମୁଁ ତା'ର ପ୍ରିୟ ଅଟେ। ଏଇ ଅନନ୍ତ ବିଶ୍ୱରେ ମୁଁ ଓ ମୋର ପତ୍ନୀ, ବାସ୍ - ଏଇ ଦୁଇ ଜଣ ମାତ୍ର ଅଛନ୍ତି। ସେ ମୋତେ ଭଲ ପାଉଛି ଓ ମୁଁ ତାକୁ।
ଏହାଛଡ଼ା ଆଉ କାହାର କଣ ହେଲା ସେଥିରେ ମୋର ଯାଏ କେତେ ଆସେ କେତେ ? ଆଉ କାହା ପାଇଁ ମୁଁ କିଛି ଉତ୍ତରଦାୟୀ ନୁହଁ। ବାସ୍ ଏତିକି ମାତ୍ର ଚିନ୍ତା ଆପଣମାନଙ୍କର। ଏହାଠୁ ଅଧିକା ଆପଣମାନେ କିଛି ଚିନ୍ତା କରି ପାରନ୍ତି ନାହିଁ। କେହି ବି ସ୍ତ୍ରୀ-ପୁରୁଷ ଜଙ୍ଗଲରେ ଯାଇ ରହି ପାରିବ। ନିଜ ମନ ମୁତାବକ ଜୀବନ ଜୀଇଁ ପାରିବ। କିନ୍ତୁ ଯେତେବେଳେ ତାଙ୍କୁ ସମାଜ ଭିତରେ ରହିବାକୁ ହେଉଛି, ତେବେ ତାଙ୍କ ବୈବାହିକ ଜୀବନର ଅତ୍ୟନ୍ତ ଶୁଭ ବା ଅଶୁଭ ପ୍ରଭାବ ସମାଜ ଜୀବନ ଉପରେ ପଡ଼ିଥାଏ। ଏହା ମଧ୍ୟ ସମ୍ଭବ ତାଙ୍କ ପିଲା ଅସୁର ହେଇପାରେ ଯିଏ ସବୁବେଳେ ଚୋରୀ, ଡକାୟତି, ଜଳା, ପୋଡ଼ା, ହତ୍ୟା, ମଦ୍ୟପ ଓ ଅତି ନୀଚ୍ଚ କାମରେ ମଗ୍ନ ରହେ।
ଏଥିପାଇଁ ସମାଜ ଭିତରେ ରହିବା ବେଳେ ତାଙ୍କୁ ନିଜ ଜୀବନ ଓ ନିଜ ପିଲାମାନଙ୍କ ଜୀବନ କିପରି ସମାଜ ହିତରେ ଲାଗିବ, ସେ କଥା ଚିନ୍ତା କରିବାକୁ ପଡ଼ିବ। କେବଳ ନିଜ ସ୍ୱାର୍ଥ ଦେଖିଲେ ସମାଜ କଳୁଷିତ ହୋଇଯିବ।

କ୍ରମଶଃ...

୬. ୩. ୧୮

No comments: