ସଂଯମଶୀଳ ଲେଖକଙ୍କ ସୁବିଚାରିତ ସାହିତ୍ୟରେ ଅପାର ସାମର୍ଥ୍ୟ ଥାଏ ଯାହା ବିବାଦ ଓ ଶସ୍ତ୍ରର ଆତଙ୍କରୁ ଉତ୍ପନ୍ନ ସମସ୍ୟାକୁ ଦୂର କରିପାରେ। ଭାରତର ମେଧା ଶକ୍ତି ଆଜି ମଧ୍ୟ କମି ନାହିଁ। ଆଜି ମଧ୍ୟ ମହାନ ଲେଖକଙ୍କ ଏକ ସ୍ତୁତ୍ୟ ପରମ୍ପରା ଅଛି। ଯାହାଙ୍କ ସାହିତ୍ୟ ସୃଷ୍ଟିରେ ସେହି ଡାକ୍ତରଙ୍କ ଛୁରୀ ଅଛି ଯିଏ ସମସ୍ୟାକୁ ଚିରି ଅପରେସନ କରି ପାରୁଛି। କିନ୍ତୁ ଗୋଟିଏ କଥା ଧ୍ୟାନ ଦେବାକୁ ପଡ଼ିବ ଯେ ବିଜ୍ଞାନର ଏଇ ଇଲେକ୍ଟ୍ରୋନିକ ଯୁଗରେ ସମସ୍ୟା ମଧ୍ୟ କାଳନେମି ଭଳି ନୂଆ ନୂଆ ରୂପ ଧାରଣ କରି ଉଭା ହେଉଛି। ତାର ସମାଧାନ ପାଇଁ ସାହିତ୍ୟ ଓ ସାହିତ୍ୟିକ ଉଭୟଙ୍କ ଭାବନା ତର୍କ ଓ ସ୍ୱପ୍ନ ସହିତ ବିଜ୍ଞାନର ଭୌତିକ ଭାଷା ଓ ଉଦ୍ଦେଶ୍ୟକୁ ବୁଝିବାକୁ ହେବ।
ଇଲେକ୍ଟ୍ରୋନିକ ବିଦ୍ୟାର ବିସ୍ତାର ଦ୍ୱାରା ସାହିତ୍ୟର ମଧ୍ୟ ବିବିଧ ରୂପରେ ବିସ୍ତାର ହୋଇଛି। ଏହି ରୂପର ନାଁ ଦେଲେ ତାହା ଏପରି ହୋଇ ପାରେ - ୧. ପ୍ରକାଶିତ ବା ପଠନୀୟ, ୨. ଶ୍ରବଣୀୟ ଯାହା ବେତାର ଯୋଗେ ଶୁଣି ହେଉଛି, ୩. ଦୃଶ୍ୟ ଶ୍ରାବ୍ୟ ସାହିତ୍ୟ (ଚଳ ଚିତ୍ର, ଦୂର ଦର୍ଶନ), ୪. ଗୀତିନାଟ୍ୟ, ପାଲା ଆଦି।
ଏ ସମସ୍ତ ସାହିତ୍ୟ ଭିତରେ ସମସ୍ୟା ସହ ଲଢ଼ିବାର ପ୍ରବଳ ସାମର୍ଥ୍ୟ ରହିଛି । କେବଳ ସାମାନ୍ୟ ସତର୍କ ରହିବାର ଆବଶ୍ୟକତା ରହିଛି। ସାହିତ୍ୟ ସର୍ବଦା ମାନବୀୟ ମୁଲ୍ୟବୋଧ ଓ ରାଷ୍ଟ୍ରଧର୍ମକୁ ଧ୍ୟାନରେ ରଖି ସୃଜନ କରାଯାଉ। ଅଶ୍ଲୀଳତା, ଛଳ ଓ ହିଂସାକୁ ସାହିତ୍ୟରେ ଅଙ୍କିତ ବା ଚିତ୍ରିତ କରା ନ ଯାଉ। ବସୁଧା ଏକ କୁଟୁମ୍ବ ଏଭଳି ଦୂରଗାମୀ ଲକ୍ଷ୍ୟକୁ ପୂର୍ଣ୍ଣ ସାକାର କରିବା ପୂର୍ବରୁ ଦେଶର ସୀମା ସୁରକ୍ଷା ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପ୍ରେରଣା ଦେଉଥିବା ସାହିତ୍ୟ ସୃଷ୍ଟି ହେଉ ଯାହାକୁ ଦେଶବାସୀ ଚାହିଁ ବସିଛନ୍ତି।
"ଅପି ସ୍ୱର୍ଣ୍ଣମୟୀ ଲଙ୍କା ନ ମେ ରୋଚତେ..ଲକ୍ଷ୍ମଣ !
ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ।"
୨୫. ୩. ୧୮

No comments:
Post a Comment