ବେଦ ସହିତ ଷଡ଼ ଦର୍ଶନ ଉପଲବ୍ଧ ଅଛି। ବେଦର ରୁଚାର ନିଷ୍କର୍ଷ ଗୁଡ଼ିକୁ ଉପନିଷଦ ମାଧ୍ୟମରେ ବିଭିନ୍ନ ଋଷିମୁନିଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଛି। ଯେଉଁଥିରେ ନିଜର ଚିନ୍ତନ କ୍ଷମତା ଅନୁସାରେ ଜଗତନିଅନ୍ତାଙ୍କୁ ଜାଣିବା ଓ ବୁଝିବା ହେତୁ ବିଶଦ ବିବେଚନାତ୍ମକ ଉଦ୍ୟମ କରାଯାଇଛି। ବର୍ତ୍ତମାନ ୨୦୦ ଭିତରୁ ମାତ୍ର ୧୦୮ ଉପନିଷଦ ଉପଲବ୍ଧ ଅଛି। ଏହା ମଧ୍ୟ ଅତୁଳ ଜ୍ଞାନର ଭଣ୍ଡାର ଅଟେ। ମହର୍ଷି ବେଦ ବ୍ୟାସ ବେଦର ରୁଚା ଗୁଡ଼ିକୁ ବ୍ୟବସ୍ଥିତ ରୂପେ ସଙ୍କଳିତ କରି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ଯାହା ଭାରତୀୟ ଆଧ୍ୟାତ୍ମିକ ଜ୍ଞାନର ସ୍ରୋତ ଅଟେ।
ମହର୍ଷି ବାଲ୍ମିକୀଙ୍କ ରାମାୟଣ ବିଶ୍ୱ ସାହିତ୍ୟର ପ୍ରଥମ ମହାକାବ୍ୟ। ଭକ୍ତିକାଳ ତଥା ରୀତିକାଳ ପର୍ଯ୍ୟନ୍ତ କାବ୍ୟ ହିଁ ବିବିଧ ରୂପରେ ମାନବୀୟ ସମ୍ବେଦନା ପ୍ରକଟ କରିବାର ପ୍ରଭାବୀ ମାଧ୍ୟମ ଥିଲା। ଭକ୍ତିକାଳର ସନ୍ଥ ନାନକ, କବୀର, ତୁଳସୀ, ସୂର ଆଦିଙ୍କ ଦିବ୍ୟ ବାଣୀ ଅଧ୍ୟାତ୍ମ ଓ ସମାଜ ଜୀବନର ମାନବୀୟ ମୂଲ୍ୟର ସ୍ଥାପନା ସଂସ୍କରଣର ସମନ୍ୱୟକ ଅଗ୍ରଦୂତ ହେଲା। ଏଇ ସନ୍ଥମାନଙ୍କ ବାଣୀ, ଚିନ୍ତନ କ୍ଷମତା ଓ ପ୍ରବଚନ କ୍ଷମତା ସମାଜକୁ ସତମାର୍ଗରେ ଚାଲିବାର ଉଦଘୋଷ ତଥା ସଂଯମଶୀଳ ହେବାର ଶିକ୍ଷା ଦେଇ କଲ୍ୟାଣକାରୀ ମାର୍ଗ ଆଡ଼କୁ ଉନ୍ମୁଖ କରାଇଛି। ରାମଚରିତ ମାନସ ଅଧ୍ୟାତ୍ମ ଓ ମାନବୀୟ ମୂଲ୍ୟର ସମନ୍ଵୟାତ୍ମକ ଅଦ୍ଭୁତ ଗ୍ରନ୍ଥ ଯାହା ଆଜି ମଧ୍ୟ ସମାଜରେ ପୂଜନୀୟ ତଥା ଶାଶ୍ୱତ ଜୀବନ ମୂଲ୍ୟର ପ୍ରତୀକ। ସାଧାରଣତଃ ବର୍ଷ ପ୍ରତିପଦା ଠାରୁ ପ୍ରତ୍ୟହ ତିନି ଘଣ୍ଟା ଏହାର ପାରାୟଣ ହୋଇ ଶ୍ରୀ ରାମ ନବମୀ ଦିନ ଉଦଯାପିତ କରିବାର ବିଧି ରହିଛି।
କ୍ରମଶଃ...
୧୮. ୩. ୧୮

No comments:
Post a Comment