⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଚୈତ୍ରମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି*
*କୁମ୍ଭ ୨୫ଦିନ,ଜ୍ୟେଷ୍ଠା ନକ୍ଷତ୍ର*
*ବିଛାଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ମାର୍ଚ୍ଚ୍ ମାସ ୦୯ ତାରିଖ*
🌾 *ଶୁ କ୍ର ବା ର* 🌾⛳
📣⛳🙏🚩🇮🇳🏹🔱🕉
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🐚♻
*ସ୍ବାଧୀନତା ମାନବର ଜନ୍ମ ଅଧିକାର*
*ସ୍ବାଧୀନ ଭାଷଣ ଆଉ ସ୍ବାଧୀନ ବିହାର*
*ସ୍ବାଧୀନ ଜୀବନ ପୁଣି ସ୍ବାଧୀନ ସମିତି*
*ଚାରିସ୍ତମ୍ଭେ ମାନବର ସମାଜ ସଂସ୍ଥିତି*
*ଭାରତେ ଅମାତ୍ଯ ସଂସ୍ଥା ରାଜନୀତି ଆଜ*
*ଓପାଡ଼ି ଏ ଚାରି ସ୍ତମ୍ଭ ଭାଙ୍ଗିଛିି ସମାଜ*
*ଆର୍ଯ୍ୟଋଷି ପ୍ରତିଷ୍ଠିତ ପବିତ୍ର ଭାରତ*
*ନିସ୍ତେଜ ନିଷ୍ପ୍ରଭ ଦୀନ ପରପଦାନତ*
*ଦେଖି ଏ ଦୁର୍ଗତି ମୋର ପିତୃ ପିତାମହ*
*ଅନ୍ତରୀକ୍ଷେ ଦେବଗଣ ଋଷିଗଣ ସହ*
*ବିକଳେ କାନ୍ଦନ୍ତି, ମୋର ହୃଦେ ଏ ପ୍ରତୀତି*
*ମାନିବି କିପରି ତେବେ ଏ ଶାସନ ନୀତି*
*ରାଜନୀତି ଉଲ୍ଲଂଘନେ ନାହିଁ ମୋର ଦୋଷ*
*ଏଥିମୋର ପିତୃଗଣ ଲଭନ୍ତି ସନ୍ତୋଷ*
*ନୁହେଁ ଯେଉଁ ନୀତି ପ୍ରଜାମତ ଅନୁକୂଳ*
*ଯାର ନିଷ୍ପେଷଣେ ପ୍ରଜା ବିବ୍ରତ ବ୍ୟାକୁଳ*
➖ _*କବି ଉତ୍କଳମଣି ଗୋପବନ୍ଧୁ*_
🌼🌼🌼🌼🌼🌼🌼🌼🌼
🌲 *ବନ୍ଦେ ଉତ୍କଳ ଜନନୀ* 🌳
*ପ୍ରଭୁ ମର୍ଯ୍ୟାଦାପୁରୁଷୋତ୍ତମ*
*ଶ୍ରୀରାମଚନ୍ଦ୍ରଙ୍କର ଜୟ ହେଉ*
🌈 *ଦିନଟି ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment