⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି*
*କୁମ୍ଭ ୨ଦିନ,ଶ୍ରବଣା ନକ୍ଷତ୍ର*
*ମକର ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଫେବୃଆରୀ ମାସ ୧୪ ତାରିଖ*
🌾 *ବୁ ଧ ବା ର* 🌾⛳
🌼 *ମହାଶିବରାତ୍ରି ଅଭିନନ୍ଦନ*🌼
🙏🙏🙏🙏🙏🙏🙏🙏🙏
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🌴🌺
ସୁନ୍ଦର ସିଏ ଚିର ସୁନ୍ଦର ଚିର ମଙ୍ଗଳମୟ
ଶାନ୍ତ ମଧୁର ମହା ଭାସ୍ବର ବିଶ୍ବର ବରାଭୟ
ଅସୀମ ତାହାର ସୃଜନ ତତ୍ତ୍ବ
ଅଦ୍ଭୁତ ତାର ନୀତି
ପଙ୍କେ ଫୁଟାଏ ପଦ୍ମର ଛବି
ଶୈଳେ ସଲିଳ ଗୀତି
ଶୁକ୍ତିରେ ଢାଳେ ମୁକ୍ତାସପନ ବାରିଦେ ବିଜୁଳି ହାସ
ନିଃସ୍ବ କୁଟୀରେ କରେ ଉଜ୍ବଳ ପ୍ରତିଭାର ପରକାଶ
ବିରାଟ ତାହାର ସୃଷ୍ଟି ଗରଭେ
ରହେ ସେ ଅରୂପ ରୂପେ
ଲୋଡ଼େନା ସେ ଆମ ଶୁଷ୍କ ପୂଜାର
ଫୁଲ ଚନ୍ଦନ ଧୂପେ
ପଣ୍ଡିତ ଯାର ତଥ୍ୟ ନ ପାଏ ତର୍କ ତୋଫାନେ ହଜି
ବିତିଯାଏ ଶତ ତାପସ ଜୀବନ ଦିବାନିଶି ଭଳି ଭଜି
ମର୍ତ୍ତ୍ୟର ଫୁଟା ସୂର୍ଯ୍ୟମୁଖୀଟି
ସୂର୍ଯ୍ଯରେ ଯଥା ଢଳେ
ସସୀମ ମିଶଇ ଅସୀମ ଅଙ୍କେ
ଦୁର୍ଲଭ ପ୍ରେମ ବଳେ
➖ _*କବି ବିଦ୍ୟୁତ୍ ପ୍ରଭା ଦେବୀ*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଭୋଳାନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment