Friday, 16 February 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପ୍ରତିପଦା*
          *କୁମ୍ଭ ୦୪ ଦିନ,ଧନିଷ୍ଠା ନକ୍ଷତ୍ର*
          *କୁମ୍ଭଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଫେବୃଆରୀ ମାସ ୧୬ ତାରିଖ*
             🌾 *ଶୁ  କ୍ର  ବା   ର* 🌾⛳ 
   
  🙏🙏🙏🙏🙏🙏🙏🙏🙏
     
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
     ଭୁଲୋକ ଦ୍ଯୁଲୋକ ପୁଣି ଅନ୍ତରୀକ୍ଷ
        ପ୍ରକୃତିର ନାଟ୍ଯାଳୟ ହେ 

         ସ୍ଥାବର ଜଙ୍ଗମ ପଶୁ ବିହଙ୍ଗମ
         କୀଟପତଙ୍ଗମଚୟ ହେ

        ରହସ୍ୟ ପୂରିତ ଏ ଅସୀମ ବିଶ୍ବ
           ଅମୃତ ଅମୃତମୟ ହେ  

        ପୂର୍ବାଶାର ଦ୍ବାରେ ଉଭା ଉଷାରାଣୀ
       ସୂଚୀ ଭାନୁ ଅଭ୍ୟୁଦୟ ହେ

          ସ୍ନିଗ୍ଧ ଛାୟାମୟୀ ସନ୍ଧ୍ୟା ମହାଦେବୀ
           ଆଦେଶିଣ ଧ୍ୟାନଲୟ ହେ

    ଆଲୋକ ବିଳାସ ଉଜ୍ଜ୍ବଳ ଦିବସ
         କର୍ମ ଜାଗରଣମୟ ହେ

     ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି
           ଏ ସୃଷ୍ଟି ଅମୃତମୟ ହେ

        ➖ _*ଭକ୍ତକବି ମଧୁସୂଦନ ରାଓ*_
   🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
              *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: