ପାଣ୍ଡଵ ପାଞ୍ଚଭାଇ ମଧ୍ୟ ବ୍ରାହ୍ମଣମାନଙ୍କ ଗହଣରେ ବସିଥିଲେ। ଅର୍ଜୁନ ଧନୁର୍ବିଦ୍ୟାରେ ପାରଙ୍ଗମ ଥିଲେ। ସେ ଉଠିକରି ଆଗକୁ ବଢ଼ିଲେ। ସ୍ଵଭାବତଃ ବ୍ରାହ୍ମଣ ଶାନ୍ତ ଓ ନମ୍ର ସ୍ୱଭାବର ହୋଇଥାନ୍ତି। ଶାସ୍ତ୍ରର ଆଦେଶ ଅନୁସାର ତାଙ୍କୁ ଶସ୍ତ୍ର ଚଳାଇବା ଓ ସାହସିକ କୃତ୍ୟ କରିବା ନିଷିଦ୍ଧ ଅଟେ। ସେମାନଙ୍କର ସାରା ଜୀବନ ଚିନ୍ତନ ଅଧ୍ୟୟନ, ଧ୍ୟାନ ଧାରଣା ତଥା ସଂଯମ ଓ ଇନ୍ଦ୍ରୀୟ ନିଗ୍ରହରେ ବ୍ୟତୀତ ହୋଇଥାଏ। ଏଥିରୁ ସହଜରେ ଅନୁମାନ କରାଯାଇ ପାରିବ ଯେ, ସେମାନେ କେତେ ସଂଯତ, ନମ୍ର ଓ ଶାନ୍ତ ହୋଇଥିବେ। ଯେତେବେଳେ ସଭାରେ ସମସ୍ତେ ଅର୍ଜୁନଙ୍କୁ ଉଠିବାର ଦେଖିଲେ, ସେମାନେ ଭୟ ଓ ଆଶଙ୍କାରେ ଅନୁମାନ କରିବାକୁ ଲାଗିଲେ ଯେ, ଏବେ ତ ଏଇ ଅର୍ଜୁନ କ୍ଷତ୍ରିୟମାନଙ୍କ କ୍ରୋଧାଗ୍ନିରେ ନଷ୍ଟ ହୋଇଯିବେ। ସେଥିପାଇଁ ସଭାରେ ସମସ୍ତେ ଅର୍ଜୁନଙ୍କୁ ଏଭଳି ଅପମୃତ୍ୟୁକୁ ନିମନ୍ତ୍ରଣ ନ କରିବାକୁ ପ୍ରବର୍ତ୍ତାଇଲେ। କିନ୍ତୁ ଅର୍ଜୁନ ତ ଯୋଦ୍ଧା ଥିଲେ, ତେଣୁ ତାଙ୍କୁ ଏ ସବୁ ଉପଦେଶ କିଛି କାଟୁ କଲା ନାହିଁ। ସେ ହାତରେ ଧନୁ ଉଠାଇଲେ ଓ ସହଜ ଭାବରେ ତୀର ଚଳାଇଲେ। ଏହି ତୀର ନିର୍ଭୁଲ ଲକ୍ଷ୍ୟରେ ଗତିକରି କୃତ୍ରିମ ମାଛର ଚକ୍ଷୁ ଭେଦ କଲା।
ଏବେ ପୂରା ସ୍ୱୟଂମ୍ବର ସଭାରେ ହର୍ଷର ଲହଡ଼ି ଖେଳିଗଲା। ରାଜନନ୍ଦିନୀ ଦ୍ରୌପଦୀ ବିଜୟୀ ଧନୁର୍ଦ୍ଧାରୀର ସମ୍ମୁଖକୁ ଆସି ତାଙ୍କ ଗଳାରେ ସୁନ୍ଦର ପୁଷ୍ପମାଲ୍ୟ ଅର୍ପଣ କରିଦେଲେ।
କିନ୍ତୁ ଉପସ୍ଥିତ ଥିବା କ୍ଷତ୍ରିୟ କୁମାରମାନେ ଏହାକୁ ହଜମ କରିବା ସ୍ଥିତିରେ ନ ଥିଲେ। ଏକ ଗରିବ ବ୍ରାହ୍ମଣ ଆସି ତାଙ୍କ ସମ୍ମୁଖରୁ ବିଜୟୀ ହୋଇ ଏକ କ୍ଷତ୍ରିୟ ରାଜକୁମାରୀର ପାଣିଗ୍ରହଣ କରିଦେବ ! ଏହା ଅସମ୍ଭବ । ତେଣୁ ସେମାନେ ଯୁଦ୍ଧକରି ବଳପୂର୍ବକ ଦ୍ରୌପଦୀଙ୍କୁ ଛଡ଼ାଇ ନେବାକୁ ଚାହୁଁଥିଲେ।
ପାଞ୍ଚଭାଇଙ୍କୁ ଏହି ବୀରପୁଙ୍ଗବମାନଙ୍କ ସହ ଘମାଘୋଟ ଲଢ଼େଇ କରିବାକୁ ପଡ଼ିଲା। ଶେଷରେ ସେମାନେ ବିଜୟୀ ହୋଇ ନବ-ବଧୁକୁ ଘରକୁ ନେଇ ଆସିଲେ।
କ୍ରମଶଃ...
୫. ୨. ୧୮

No comments:
Post a Comment