ଉଭୟପକ୍ଷ କୃଷ୍ଣଙ୍କ ସହଯୋଗ ପାଇବାପାଇଁ ଲାଗିପଡ଼ିଲେ। କିନ୍ତୁ କୃଷ୍ଣ ଯୁଦ୍ଧରେ ସକ୍ରିୟଭାବେ ଯୋଗ ଦେବାକୁ ମନା କରିଦେଲେ। ସେ ଅର୍ଜୁନଙ୍କ ସାରଥୀ ଓ ପାଣ୍ଡବଙ୍କ ମିତ୍ର ତଥା ପରାମର୍ଶଦାତା ହେବାକୁ ରାଜି ହୋଇଗଲେ । ଦୁର୍ଯ୍ୟୋଧନଙ୍କୁ ସେ ନିଜର ଅନେକ ଯୋଦ୍ଧାଙ୍କ ଦ୍ୱାରା ସୁସଜ୍ଜିତ ହୋଇଥିବା ସେନା ପ୍ରଦାନ କରିଥିଲେ।
କୁରୁକ୍ଷେତ୍ରର ମହାନ ରଣକ୍ଷେତ୍ରରେ ସେହି ଯୁଦ୍ଧର ଶ୍ରୀଗଣେଶ ହେଲା, ଯେଉଁଥିରେ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଓ ଦୁର୍ଯ୍ୟୋଧନଙ୍କ ସବୁ ଭାଇ, ଉଭୟପକ୍ଷ ଅବଲମ୍ବୀ ଅନେକ ଜ୍ଞାତି କୁଟୁମ୍ବ, ସହସ୍ରାଧିକ ପ୍ରଚଣ୍ଡ ଯୋଦ୍ଧା ଭାଗ ନେଇଥିଲେ। ଅଠର ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା। ଅଠର ଅକ୍ଷ୍ୟଉଣୀ ସେନା ମଧ୍ୟରୁ କେବଳ ହାତ ଗଣତି କେତେ ଜଣ ବଞ୍ଚି ପାରିଲେ। ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ପରେ ଯୁଦ୍ଧ ସମାପ୍ତ ହେଲା। ପାଣ୍ଡବମାନଙ୍କର ବିଜୟ ହେଲା। ତା'ପରେ କୌରବ-ଜନନୀ ମହାରାଣୀ ଗାନ୍ଧାରୀ ଓ ବିଧବା ସ୍ତ୍ରୀ ମାନଙ୍କର କରୁଣ ବିଳାପ ତଥା ମୃତକଙ୍କର ଅଗ୍ନିସଂସ୍କାରର ଵର୍ଣ୍ଣନ ଦିଆ ଯାଇଛି।
ମହାଭାରତର ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ଘଟଣା ହେଲା -
ଗୀତାର ଅମର ଓ ଅଦ୍ଭୁତ ରଚନା - ଭଗବତ ଗୀତା।
ଗୀତା ଭାରତର ଲୋକପ୍ରିୟ ଧର୍ମଗ୍ରନ୍ଥ ଅଟେ। ତାର ଶିକ୍ଷା ସବୁଠାରୁ ଉଦ୍ଦାତ୍ତ। ସେଥିରେ କୁରୁକ୍ଷେତ୍ରରେ ଯୁଦ୍ଧ ଆରମ୍ଭ ପୂର୍ବରୁ ଅର୍ଜୁନ ଓ କୃଷ୍ଣଙ୍କ ସମ୍ବାଦ ଲିପିବଦ୍ଧ ହୋଇଛି। ଯେଉଁମାନେ ଗୀତା ପଢ଼ି ନାହାନ୍ତି, ମୁଁ ସେମାନଙ୍କୁ ଗୀତା ପଢ଼ିବାକୁ ପରାମର୍ଶ ଦେଉଛି।
ଯଦି ଆପଣମାନେ ଜାଣିଥାନ୍ତେ ଯେ ଆପଣଙ୍କ ଦେଶକୁ ଏଇ ଛୋଟିଆ ଗ୍ରନ୍ଥଟି କେତେ ପ୍ରଭାବିତ କରିଛି, ତେବେ ଆଜି ପର୍ଯ୍ୟନ୍ତ ଆପଣମାନେ ଗୀତା ନ ପଢ଼ି ରହିପାରି ନ ଥାନ୍ତେ। ଇମର୍ସନଙ୍କ ଉଚ୍ଚ ଭାଵସ୍ରୋତର ଉଦ୍ଗମ ଏଇ ଗୀତା ଅଟେ। ସେ ଥରେ କାଲାଇଲଙ୍କ ସହ ସାକ୍ଷାତ କରିବାକୁ ଯାଇଥିଲେ। କାଲାଇଲ ତାଙ୍କୁ ଗୀତା ଭେଟ କଲେ। କାଂକାର୍ଡ, ଅର୍ଥାତ ଯେଉଁଠି କାଲାଇଲ ନିଜ ଜୀବନର ଶେଷ ୪୮ ବର୍ଷ କଟାଇଥିଲେ, ସେଠାରେ ଯେଉଁ ଦାର୍ଶନିକ ତତ୍ତ୍ୱର ଆନ୍ଦୋଳନ ଆରମ୍ଭ ହୋଇଥିଲା, ତାହାର ମୂଳଦୁଆ ହେଉଛି ଏଇ ଛୋଟ ପୁସ୍ତକ। ଆମେରିକାରେ ଯେତେ ଉଦାର ଭାବର ଆନ୍ଦୋଳନ ହୋଇଛି, ସେ ସବୁର ମୂଳ ହେଉଛି କାଂକାର୍ଡ ଆନ୍ଦୋଳନ।
କ୍ରମଶଃ...
୨୨.୨.୧୮

No comments:
Post a Comment