Tuesday, 20 February 2018

*ଯୁଦ୍ଧନୀତି*

ଯୁଦ୍ଧରେ କ୍ଷତ୍ରିୟମାନଙ୍କର ସମସ୍ତ ପ୍ରାଚୀନ ଭାରତୀୟ ପ୍ରଥା ପାଳନ କରାଗଲା। ଦୁର୍ଯ୍ୟୋଧନ ଗୋଟିଏ ପକ୍ଷର ନେତୃତ୍ୱ ନେଉଥିବା ବେଳେ ଯୁଧିଷ୍ଠିର ନେଉଥିଲେ ଅନ୍ୟ ପକ୍ଷର। ଯୁଧିଷ୍ଠିର ତତ୍କାଳ ସମସ୍ତ ପାର୍ଶ୍ଵବର୍ତ୍ତୀ ରାଜାମାନଙ୍କ ପାଖକୁ ସନ୍ଦେଶ ପଠାଇ ସହାୟତା ଲୋଡ଼ିଲେ। କାରଣ କ୍ଷତ୍ରିୟମାନଙ୍କର ଏମିତି ପ୍ରଥା ଥିଲା ଯେ ଯାହାର ଅନୁରୋଧ ପ୍ରଥମେ ଆସିବ ସେମାନେ ତାଙ୍କରି ପକ୍ଷରେ ଯୁଦ୍ଧ କରିବେ। ଏଇଭଳି ସବୁ ରାଜାମାନେ ଯାହାଙ୍କ ପାଖରେ ଯାହାର ସନ୍ଦେଶ ଆଗେ ପହଞ୍ଚି ଥିଲା ସେହି ଅନୁସାରେ ପାଣ୍ଡବ ଓ କୌରବଙ୍କ ପକ୍ଷ ଗ୍ରହଣ କଲେ। ଜଣେ ଭାଇ ଏ ପକ୍ଷ ତ ଆଉ ଜଣେ ଭାଇ ଆର ପକ୍ଷ, ଏକ ପକ୍ଷରେ ପିତା ଥିଲା ତ ଆର ପକ୍ଷରେ ପୁତ୍ର ଯୁଦ୍ଧ କରୁଥିଲା। ସେତେବେଳର ଯୁଦ୍ଧନୀତି ବଡ଼ ବିଚିତ୍ର ଥିଲା। ସନ୍ଧ୍ୟା ହେବା ମାତ୍ରେ ଯୁଦ୍ଧ ବନ୍ଦ। ଯୁଦ୍ଧ ବନ୍ଦ ହେଲା ମାତ୍ରେ ଶତ୍ରୁତା ବି ବନ୍ଦ। ତେଣୁ ରାତିରେ ସମସ୍ତେ ବିରୋଧ ଭାବ ଭୁଲି ଯାଉଥିଲେ । ପରସ୍ପର ମିତ୍ର ଭଳି ଉଭୟ ଶିବିରରେ ପ୍ରବେଶ କରିପାରୁଥିଲେ। ପୁଣି ସୂର୍ଯ୍ୟ ଉଦୟ ହେବା ମାତ୍ରେ ନିଜ ନିଜ ସ୍ଥିତିକୁ ଫେରି ଆସୁଥିଲେ। ଅର୍ଥାତ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଉ ଥିଲେ। ଏହି ଅଦ୍ଭୁତ ପରିପାଟୀ ହିନ୍ଦୁମାନଙ୍କ ଚରିତ୍ରର ଦିଗ୍ଦର୍ଶକ ଥିଲା। ମୁସଲମାନ ଆକ୍ରମଣ ସମୟରେ ଏହି ପଦ୍ଧତିରେ ହିନ୍ଦୁମାନେ ଯୁଦ୍ଧ କରୁଥିଲେ। ଜଣେ ଅଶ୍ବାରୋହୀ କୌଣସି ପରିସ୍ଥିତିରେ ମଧ୍ୟ ଜଣେ ପଦାତିକ ସହ ଯୁଦ୍ଧ କରୁ ନ ଥିଲା। କୌଣସି ଅସୁବିଧାରେ ପଡ଼ିଥିବା ଶତ୍ରୁକୁ ହତ୍ୟା କରାଯାଉ ନ ଥିଲା। ଅନୁଚିତ ଉପାୟରେ ଲାଭ ଉଠାଇବା ଗର୍ହିତ ଅପରାଧ ଥିଲା। ଏହାକୁ ଧର୍ମଯୁଦ୍ଧ କୁହାଯାଉଥିଲା। ଏହିସବୁ ନିୟମକୁ ଯିଏ ଉଲ୍ଲଙ୍ଘନ କରୁଥିଲା ସେ ଅତ୍ୟନ୍ତ ଲାଂଛିତ ଓ ଅପମାନିତ ହେଉଥିଲା। କ୍ଷତ୍ରିୟମାନଙ୍କୁ ଜନ୍ମରୁ ଏପରି ଶିକ୍ଷା ଦିଆଯାଉଥିଲା।

ଇତିହାସ ସାକ୍ଷୀ ଅଛି ଯେ ମଧ୍ୟଏସିଆରୁ ଯେତେବେଳେ ବିଦେଶୀ ଆକ୍ରମଣକାରୀମାନେ ଭାରତ ଆସିଲେ ସେମାନଙ୍କ ସହ ହିନ୍ଦୁମାନେ ଧର୍ମଯୁଦ୍ଧ କଲେ। ଅନେକ ଥର ସେମାନଙ୍କୁ ପରାସ୍ତ କଲେ। ସେମାନଙ୍କୁ ଉପହାର ଦେଇ ତାଙ୍କ ଦେଶକୁ ପଠାଇ ଦେଉଥିଲେ। ଯୁଦ୍ଧର ନିୟମ ଥିଲା ଯେ କୌଣସି ଦେଶକୁ ବଳପୂର୍ବକ ଦଖଲ କରା ନ ଯାଉ। ପରାସ୍ତ ହେଉଥିବା ପକ୍ଷକୁ ମଧ୍ୟ ଯଥାଯୋଗ୍ୟ ସମ୍ମାନ କରାଯାଉଥିଲା। ତାଙ୍କୁ ତାଙ୍କ ସୀମାରେ ପହଞ୍ଚାଇ ଦିଆଯାଉଥିଲା। କିନ୍ତୁ ମୁସଲମାନମାନେ ହିନ୍ଦୁଙ୍କ ସହ ଧର୍ମଯୁଦ୍ଧ କରିଥିବାର ନଜିରି ଇତିହାସରେ ଖୋଜିଲେ ଗୋଟିଏ ବି ମିଳିବ ନାହିଁ। ସେମାନେ ଭୟଙ୍କର କୂଟଯୁଦ୍ଧ କଲେ। ହିନ୍ଦୁମାନଙ୍କର ଏଇ ଧାର୍ମିକ ସରଳତାର ସୁଯୋଗ ନେଇ ବଡ଼ ନୃଶଂସତାପୂର୍ବକ ହତ୍ୟା କଲେ।

କ୍ରମଶଃ...

୨୦.୨.୧୮

No comments: