⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଫାଲ୍ଗୁନ ମାସ କୃଷ୍ଣପକ୍ଷ ନବମୀ ତିଥି*
*ମକର୨୭ଦିନ,ଅନୁରାଧା ନକ୍ଷତ୍ର*
*ବିଛାଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଫେବୃଆରୀ ମାସ ୦୯ ତାରିଖ*
🌾 *ଶୁ କ୍ର ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🌴🌺
ମଧୁର ସୌରଭ ତରଙ୍ଗେ ଦଶଦିଗ ପ୍ଳାବିତ
ମଧୁଶ୍ରୀ ନିଜର ମାଧୁରୀ ଭାବେ ନିଜେ ମୋହିତ
ଲଗାଇ ନିଖିଳ ରଞ୍ଜନ କିବା ଅଞ୍ଜନ ଡୋଳେ
ପଶୁପକ୍ଷୀ କୀଟପତଙ୍ଗେ ରଙ୍ଗେ ଭ୍ରମନ୍ତି ଭୋଳେ
ମୃଗ ମୃଗୀ କରୀ କରିଣୀ ଅଳି ବିହଙ୍ଗକୁଳ
ସ୍ଥାବର ଜଙ୍ଗମ ସକଳେ ମଧୁରସେ ଆକୁଳ
ଆସନ୍ତେ ବସନ୍ତ ଉତ୍ସବ ଏବେ ଭବ ଭବନେ
ପରିଣତ ଜୀର୍ଣ୍ଣ ଧରଣୀ ନବ ନନ୍ଦନ ବନେ
ପ୍ରାଣ ମନ୍ଦାକିନୀ ପ୍ରବାହ ମୃତ ଜଡ଼ ପାଷାଣେ
ସଞ୍ଚାରଇ ନବ ପୁଲକ ଅଦଭୁତ ବିଧାନେ
ନବୀନ ଯୌବନ ପ୍ରବାହ କୋଟି କୋଟି ଆକାରେ
ବିକାଶଇ ଶୋଭା ମୂରତି ଏହି ଜଡ଼ ସଂସାରେ
ବସନ୍ତ ମାଧୁରୀ ମଦୀରାପାନେ ମାତି ଭୁବନ
ଉଦାର ଉଦ୍ଦାମ ଉଲ୍ଲାସେ ଭୁଞ୍ଜୁ ଅଛି ଯୌବନ |
➖ _*ଭକ୍ତକବି ମଧୁସୂଦନ ରାଓ*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment