⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଫାଲ୍ଗୁନ ମାସ କୃଷ୍ଣପକ୍ଷ,ଷଷ୍ଠୀ ତିଥି*
*ମକର୨୪ଦିନ,ଚିତ୍ରା ନକ୍ଷତ୍ର*
*ତୁଳା ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଫେବୃଆରୀ ମାସ ୦୬ ତାରିଖ*
🌾 *ମ ଙ୍ଗ ଳ ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌴 [] [] *ସାହିତ୍ୟ ପ୍ରସାଦ*[] []
ଶରୀର ବ୍ୟାଧି ମନ୍ଦିର ନୁହେଁ
ଆତ୍ମା ଦେଉଳ ଏ
ସଫା ସୁତୁରା ରଖିବା ଲାଗି
ସକଳ ପୋଥି କହେ
ଶକତି ଘେନି ବଞ୍ଚିବା ପାଇଁ
ଚାହେଁଟି ଯେବେ ମନ
ସକାଳ ସଂଜେ#ପବନ_ସେବ
ସରିବ ନାହିଁ ଧନ
ଦୂଷିତ ବାତେ ଜୁହାର କଲେ
ହଜାରେ କୋଷୁଁ ଥାଇ
ସକଳ ରୋଗେ ଔଷଧ ପରି
କରିବ ଜୟ ଭାଇ
ଯେ ନିରିମଳ ପବନ ସେବେ
ବିଭୁ ପ୍ରସାଦ ପାଏ
ସେ ପରସାଦେ ଶରୀର ତାର
ଅମର ହୋଇଯାଏ
➖_*ବିଦ୍ୟୁତ୍ପ୍ରଭା ଦେବୀ*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment