ଏ କଥା ଆପଣମାନେ ମନେ ରଖିବା ଦରକାର ଯେ ଶ୍ରୀକୃଷ୍ଣଙ୍କ ଜୀବନ ଚରିତ୍ର ବର୍ଣ୍ଣନା କରାଯାଇଥିବା ଗ୍ରନ୍ଥଟି କେତେ ହଜାର ବର୍ଷ ତଳର ପୁରୁଣା ଗ୍ରନ୍ଥ ଅଟେ। ଆପଣମାନଙ୍କର ନାଜରଥ ନିବାସୀ ଯୀଶୁଖ୍ରୀଷ୍ଟଙ୍କର ଜୀବନ ଓ ଶ୍ରୀକୃଷ୍ଣଙ୍କ ଜୀବନ ଭିତରେ କିଛିଟା ସାମ୍ୟ ଅଛି। ରାଜକୁଳରେ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। କଂସ ନାମରେ ଜଣେ ଅତ୍ୟାଚାରୀ ରାଜା ଥିଲା। ଭବିଷ୍ୟବାଣୀ ହୋଇଥିଲା ଯେ ତାଙ୍କ ଜାଗାରେ ଅମୁକ ବଂଶରେ ଜନ୍ମିତ ବ୍ୟକ୍ତି ରାଜା ହେବ। ଏଥିପାଇଁ କଂସ ସେତେବେଳେ ଜନ୍ମ ନେଇଥିବା ସମସ୍ତ ବାଳକଙ୍କୁ ବଧ କରିବାପାଇଁ ଆଦେଶ ଦେଇଥିଲା। ଶ୍ରୀକୃଷ୍ଣଙ୍କ ପିତା ମାତାଙ୍କୁ ସେ କାରାଗୃହରେ ବନ୍ଦୀ କରି ରଖିଥିଲା। ସେହି କାରାଗୃହରେ ହିଁ ଶ୍ରୀକୃଷ୍ଣଙ୍କ ଜନ୍ମ ହେଲା। ସେ ଜନ୍ମ ହେବା ବେଳେ ପୂରା କାରାଗୃହ ଜ୍ୟୋତିର୍ମୟ ହୋଇ ଉଠିଲା। ନବଜାତ ବାଳକ କହିଲା, "ମୁଁ ସମ୍ପୂର୍ଣ୍ଣ ଜଗତର ଜ୍ୟୋତି ଅଟେ। ବିଶ୍ୱକଲ୍ୟାଣ ପାଇଁ ମୋର ଜନ୍ମ ହେଲା।"
ଆପଣ ଦେଖିବେ ଯେ ଶ୍ରୀକୃଷ୍ଣଙ୍କୁ ରୂପକ ସ୍ୱରୂପ ଗୋପାଳକ ରୂପେ କୁହାଯାଇଛି। ତାଙ୍କ ନାଁ ମଧ୍ୟ ଗୋପାଳ ବୋଲି ଦିଆଯାଇଛି। ସନ୍ଥମାନେ କହିଲେ, "ସାକ୍ଷାତ ଭଗବାନ ନରରୂପ ଧାରଣ କରି ଅବତୀର୍ଣ୍ଣ ହୋଇଛନ୍ତି।" ସେମାନେ ତାଙ୍କ ସ୍ତୁତି ଗାନ କରିବାକୁ ଲାଗିଲେ। ଶ୍ରୀକୃଷ୍ଣଙ୍କ ଜୀବନର ଅନ୍ୟ ଅଂଶ ସହିତ ଯୀଶୁଖ୍ରୀଷ୍ଟଙ୍କ ଜୀବନର ସାମ୍ୟ କିଛି ନାହିଁ।
ଶ୍ରୀକୃଷ୍ଣ ନୃଶଂସ ଓ କ୍ରୁର କଂସକୁ ପରାଭୂତ କଲେ। କିନ୍ତୁ କେବେ ବି ସିଂହାସନ ଆରୋହଣ କରି ରାଜା ହେବାର ଇଚ୍ଛା ତାଙ୍କ ମନରେ ଆସିଲା ନାହିଁ। ତାଙ୍କର ଏଥିରେ ଟିକେ ବି ରୁଚି ନ ଥିଲା। ସେ କେବଳ ତାଙ୍କର କର୍ତ୍ତବ୍ୟ କରିଚାଲିଥିଲେ।
କ୍ରମଶଃ...
୨୪.୨.୧୮

No comments:
Post a Comment