ଦ୍ୟୁମତସେନ ନାମକ ଜଣେ ରାଜାଙ୍କୁ ତାଙ୍କ ବୃଦ୍ଧାବସ୍ଥାରେ ଶତ୍ରୁମାନେ ପରାଜିତ କରି ତାଙ୍କର ସବୁ ରାଜ-ପାଟ ଛଡ଼ାଇ ନେଇଥିଲେ। ବିଚରା ରାଜା ଏପରି ସମୟରେ ନିଜ ଆଖି ମଧ୍ୟ ହରାଇ ବସିଲେ। ଆଉ କିଛି ଉପାୟ ନ ପାଇ ଏହି ଅନ୍ଧ ବୃଦ୍ଧ ରାଜା ନିଜର ରାଣୀ ଓ ପୁତ୍ରକୁ ଧରି ଜଙ୍ଗଲକୁ ପଳାଇଲେ। ସେଠାରେ ସେ କଠୋର ବ୍ରତ ଉପବାସ କରି ନିଜ ଜୀବନ ଅତିବାହିତ କଲେ। ତାଙ୍କର ପୁତ୍ରର ନାଁ ଥିଲା ସତ୍ୟବାନ।
ଦୈଵ ଯୋଗକୁ ସାବିତ୍ରୀ ସମସ୍ତ ରାଜସଭାକୁ ଯିବା ପରେ ଏହି ତପୋବନକୁ ଆସିଲେ। ପ୍ରାଚୀନ କାଳରେ
ତପୋବନବାସୀ ଋଷିମାନଙ୍କ ପ୍ରତି ଜନତାଙ୍କ ମଧ୍ୟରେ
ଏତେ ଶ୍ରଦ୍ଧା ଥିଲା ଯେ ବଡ଼ ବଡ଼ ରାଜା ମଧ୍ୟ ମହର୍ଷିଙ୍କ
ଚରଣ ସ୍ପର୍ଶ ପାଇଁ ତାଙ୍କର ଆଶୀର୍ବାଦ ନେବା ପାଇଁ ତପୋବନକୁ ଆସିଯାଉଥିଲେ।
ଭାରତର ଜଣେ ଚକ୍ରବର୍ତ୍ତୀ ସମ୍ରାଟ ମଧ୍ୟ ବଣର କନ୍ଦ, ଫଳ-ମୂଳ ଖାଉଥିବା, ବଳ୍କଳ ଧାରଣ କରି ବଣ ଜଙ୍ଗଲରେ ଖଣ୍ଡେ କୁଡ଼ିଆ କରି ରହିଥିବା ଋଷିଙ୍କ ବଂଶଜ ବୋଲି କହି ଗୌରବ ଅନୁଭବ କରୁଥିଲେ। ଆମେ ସବୁ ସେହି ଋଷି-ମୁନିମାନଙ୍କର ସନ୍ତାନ ଅଟୁ।
ଧର୍ମର ଏତେ ସମ୍ମାନ ଆଜି ପର୍ଯ୍ୟନ୍ତ ଅନ୍ୟ କେଉଁଠି କେହି ଦେଖିଛ ? ଏଠାରେ ରାଜାମାନେ ମଧ୍ୟ ତପୋବନରେ ପହଞ୍ଚି ଋଷିଙ୍କ ଚରଣ ସ୍ପର୍ଶ କରିବାକୁ ନିଜର ସୌଭାଗ୍ୟ ମଣୁଥିଲେ। ସେ ଯଦି ଅଶ୍ୱାରୋହୀ ହୋଇଥିବେ ତେବେ ତଳକୁ ଓଲ୍ହାଇ ଖାଲି ପାଦରେ ଆଶ୍ରମକୁ ଯାଉଥିଲେ। ଯଦି କୌଣସି ରଥାରୂଢ଼ ହୋଇଥିବେ ତେବେ ଆଶ୍ରମରେ ପହଞ୍ଚିବା ସମୟରେ ରଥ ଓ ଶସ୍ତ୍ର ପଛରେ ଛାଡ଼ି ଆଶ୍ରମକୁ ପ୍ରବେଶ କରୁଥିଲେ। କୌଣସି କ୍ଷତ୍ରିୟ ଯୋଦ୍ଧା ସେହି ପବିତ୍ର ଆଶ୍ରମକୁ କେବଳ ଶାନ୍ତିପ୍ରିୟ, ନମ୍ର ଓ ଧର୍ମପରାୟଣ ନାଗରିକଙ୍କ ଭଳି ଯାଇ ପାରୁଥିଲେ, ଅନ୍ୟଥା ଅନୁମତି ମିଳୁ ନ ଥିଲା।
ସାବିତ୍ରୀ ସେହି କୁଡ଼ିଆକୁ ଆସି ରାଜତପସ୍ୱୀ ସତ୍ୟବାନଙ୍କୁ ଦର୍ଶନ କରିବା ପରେ ମନକୁ ମନ ତାଙ୍କୁ ହିଁ ନିଜର ହୃଦୟ ଈଶ କରିବାର ସଂକଳ୍ପ କଲେ।
ରାଜସଭାମାନଙ୍କରେ ରାଜପ୍ରାସାଦ ନିବାସୀ ରାଜକୁମାରମାନେ ଯେଉଁ ସାବିତ୍ରୀର ମନକୁ ମୋହିତ କରି ପାରି ନ ଥିଲେ, ସେହି ସାବିତ୍ରୀର ହୃଦୟକୁ ଆଜି ଏହି ବନବାସୀ ଦ୍ୟୁମତସେନର ପୁତ୍ର ଚୋରାଇ ନେଲା।
କ୍ରମଶଃ...
୧୨. ୨. ୧୮

No comments:
Post a Comment