Wednesday, 7 February 2018

*ଶାନ୍ତ ଓ ସୁଖୀ ଜୀବନ*

ଏପଟେ ରାଜକନ୍ୟାର ସହୋଦର ଭାଇ ଅତ୍ୟନ୍ତ ବ୍ୟଗ୍ର ଓ ଚିନ୍ତିତ ହୋଇପଡୁଥିଲେ। ସେ ଭାବୁଥିଲେ, "ଏ ବ୍ୟକ୍ତି କିଏ ? ମୋ ସହୋଦରା ଭଉଣୀକୁ ବିବାହ କରୁଥିବା ଏ ପୁରୁଷ କେଉଁ ଜାତିର ?? ତାଙ୍କ ପାଖରେ ନା ରଥ ଅଛି, ନା ଘୋଡ଼ା, ନା ଅଧିକ କିଛି । ତାଙ୍କ ପାଖରେ ତ ବାହନ ବୋଲି କିଛି ନାହିଁ, ସେମାନେ ସବୁ ତ ଖାଲି ପାଦରେ ଚାଲି ଚାଲି ଆସିଛନ୍ତି।"

ଏହି ବିଷୟ ଜାଣିବା ପାଇଁ ସେ ଦୂରତା ରକ୍ଷା କରି ତାଙ୍କ ପିଛା କଲେ। ରାତିରେ ପାଖକୁ ଯାଇ ସେମାନଙ୍କ କଥା ସବୁ କାନ ଡେରୀ ଶୁଣିଲେ। ଏବେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ହୋଇଗଲା ଯେ ଏମାନେ ସବୁ କ୍ଷତ୍ରିୟ। ଯେତେବେଳେ ମହାରାଜ ଦ୍ରୁପଦ ଏ କଥା ଶୁଣିଲେ ସେ ଅତ୍ୟଧିକ ଆନନ୍ଦିତ ହେଲେ।

ପ୍ରଥମେ କିଛିଦିନ ଏଇ ବିବାହକୁ ଲୋକମାନେ ଘୋର ବିରୋଧ କଲେ। କିନ୍ତୁ ମହର୍ଷି ବ୍ୟାସଦେବ ଯେତେବେଳେ ଏଥିରେ ସମ୍ମତି ଦେଇଦେଲେ, ମହାରାଜ ଦ୍ରୁପଦ ବି ସମ୍ମତ ହେଲେ ଏବଂ ଦ୍ରୌପଦୀ ପାଞ୍ଚଭାଇଙ୍କ ସହ ବୈବାହିକ ଜୀବନ ବ୍ୟତୀତ କଲେ।

ଏବେ ପାଣ୍ଡଵମାନେ ବାଧାବିଘ୍ନରହିତ ଶାନ୍ତ ଓ ସୁଖୀ ଜୀବନ ବ୍ୟତୀତ କଲେ। ସେମାନଙ୍କର ଶକ୍ତି ମଧ୍ୟ ଉତ୍ତରୋତ୍ତର ବଢ଼ି ଚାଲିଲା।

କ୍ରମଶଃ...

୭. ୨. ୧୮

No comments: