⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଫାଲ୍ଗୁନ ମାସ କୃଷ୍ଣପକ୍ଷ,ସପ୍ତମୀ ତିଥି*
*ମକର୨୫ଦିନ,ସ୍ବାତୀ ନକ୍ଷତ୍ର*
*ତୁଳା ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଫେବୃଆରୀ ମାସ ୦୭ ତାରିଖ*
🌾 *ବୁ ଧ ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌴 [] [] *ସାହିତ୍ୟ ପ୍ରସାଦ*[] []
ଏହି କି ସେ ବସୁଧାର ସମୁଜ୍ଜ୍ବଳ ମଣି
ଏହି କି ଅମୃତମୟୀ ମୃତ୍ୟୁଞ୍ଜୟ ସନ୍ତାନ ଜନନୀ
କେମନ୍ତେ ହା ବିଭୋ! ଆଜି କରିବି ବିଶ୍ବାସ
ଏହି ସେହି ଦେବଭୂମି ବିଶ୍ବ ବନ୍ଦନୀୟା?
ଏହି ସେହି ତେଜୋବୀର୍ଯ୍ଯ ଗୌରବନିବାସ
ଯାହାର ସ୍ମରଣେ ଉଲ୍ଲସିତ ବୀର ହିୟା
ଏହି ସେହି ସର୍ବଦେଶ ଅଗ୍ରଗଣନୀୟା
ମାନବ-ମାନସ-ଚକ୍ଷୁ ଜ୍ଞାନ-ଆଦିତ୍ଯର
ପବିତ୍ର ଉଦ୍ଭବସ୍ଥଳୀ ତେଣୁ ମହନୀୟା
ଯେସନ ପୂର୍ବାଶା, ଉଷା - ଉତ୍ସଙ୍ଗ ସୁନ୍ଦର
ଶୈଶବୀୟ ଲୀଳାଭୂମି ଲୋକଚକ୍ଷୁ ଦେବତପନର
କାହିଁ ସେହି ନଦୀ ପୁଣ୍ୟତୋୟା ସରସ୍ବତୀ
ଯାର କୂଳେ ଋଷିକଣ୍ଠେ ସ୍ଫୁରିଲା ଗମ୍ଭୀରେ
ଈଶସ୍ତୁତି ବେଦରୂପେ ମୋହି ବସୁମତୀ
ଅମୃତ ସଂଗୀତ ତାନେ ଉଚ୍ଛ୍ବାସିଣ ଧୀରେ
ହୁଦୟର ଉଚ୍ଚତମ ଆଶା-ଲହରୀରେ?
ନାହିଁରେ ଭାରତ ବକ୍ଷେ ଆଜି ସେ ସରିତ
ବେଦମାତା, ଆର୍ଯ୍ୟଦେହ ପୁଷ୍ଟ ଯାଇ ନୀରେ
ଆର୍ଯ୍ୟ କବି ଆତ୍ମାପଦ୍ମ ଯହିଁ ବିକଶିତ
ଶିଖିଲା ସମ୍ବନ୍ଧ ତାର ପରମାତ୍ମା-ମିହିର ସହିତ!!
➖ _*ଭକ୍ତକବି ମଧୁସୂଦନ ରାଓ*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment