ଥରେ ପାଞ୍ଚଭାଇଯାକ ଜଙ୍ଗଲରେ ବୁଲୁଥାନ୍ତି। ତାଙ୍କୁ ଭାରି ଶୋଷ ଲାଗିଲା। ଯୁଧିଷ୍ଠିର ନକୁଳକୁ କହିଲେ, "ଯାଅ, ଆମ ସମସ୍ତଙ୍କ ପାଇଁ ପାଣି ନେଇଆସ।"
ନକୁଳ ଜଳାଶୟ ଖୋଜି ଶୀଘ୍ର ପାଣି ଆଣିବା ପାଇଁ ବାହାରି ପଡ଼ିଲେ। ସେ ବହୁତ ଶୀଘ୍ର ଏକ ସ୍ବଚ୍ଛ ଜଳାଶୟ ପାଖରେ ପହଞ୍ଚିଗଲେ। ପାଣି ଆଣି ନିଜ ମୁହଁରେ ଦେବାକୁ ଉଦ୍ୟତ ହେଉଥିବା ବେଳେ ତାଙ୍କୁ ଶୁନ୍ୟବାଣୀ ହେଲା, "ବତ୍ସ, ଟିକେ ରୁହ, ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦିଅ ଓ ତା'ପରେ ପାଣି ପିଅ।"
କିନ୍ତୁ ତାଙ୍କୁ ଏତେ ଶୋଷ ହୋଇଥିଲା ଯେ, ସେ ଏଇ ଶୁନ୍ୟବାଣୀ ଆଡ଼କୁ ଧ୍ୟାନ ନ ଦେଇ ପାଣି ପିଇ ଦେଲେ। ପିଇବା ମାତ୍ରେ ସେ ମୃତ ଅବସ୍ଥାରେ ସେଇଠି ଭୂମିରେ ପଡ଼ିଗଲେ।
ଯେତେବେଳେ ନକୁଳର ଆସିବା ଡେରୀ ହେଲା, ରାଜା ଯୁଧିଷ୍ଠିର ସହଦେବଙ୍କୁ ତାଙ୍କୁ ଖୋଜିବା ପାଇଁ ଓ ଫେରିବା ସମୟରେ ପାଣି ନେଇ ଆସିବା ପାଇଁ ଆଦେଶ ଦେଲେ।
ସହଦେବ ସେଇଠି ପହଞ୍ଚିଯାଇ ଭାଇର ମୃତ ଦେହ ଦେଖି ଶୋକ ବିହ୍ଵଳିତ ହୋଇ ତଥା ଶୋଷରେ ବ୍ୟାକୁଳ ହୋଇ ପାଣି ପାଖକୁ ଚାଲିଗଲେ। ତାଙ୍କୁ ମଧ୍ୟ ସେହି ସମାନ ଧ୍ଵନି ଶୁଣିବାକୁ ମିଳିଲା - "ହେ ବତ୍ସ, ଟିକେ ରହିଯାଅ, ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦିଅ। ତା'ପରେ ପାଣି ପିଅ।"
ସେ ମଧ୍ୟ ଏଇ ଶୁନ୍ୟବାଣୀ ପ୍ରତି ଧ୍ୟାନ ନ ଦେଇ ନିଜ ଶୋଷ ମେଣ୍ଟାଇବା ପାଇଁ ପାଣି ପିଇଲେ ଓ ନକୁଳଙ୍କ ପରି ମରି ପଡ଼ିଲେ।
ଏହା ପରେ କ୍ରମଶଃ ଅର୍ଜୁନ ଓ ଭୀମ ବାକି ଭାଇମାନଙ୍କୁ ଖୋଜିବା ଓ ପାଣି ଆଣିବା ପାଇଁ ଯାଇ ସମାନ ଦଶା ଭୋଗିଲେ।
ଯେତେବେଳେ କେହି ଫେରିଲେ ନାହିଁ, ଯୁଧିଷ୍ଠିର ନିଜେ ଗଲେ ସବୁ ଭାଇଙ୍କୁ ଖୋଜିବାକୁ।
ସେ ମଧ୍ୟ ଯାଇ ସେଇ ସୁନ୍ଦର ମନୋହର ସରୋବର ନିକଟରେ ପହଞ୍ଚି ଦେଖିଲେ ତାଙ୍କର ସବୁ ଭାଇ ମରି ପଡ଼ିଛନ୍ତି। ଏ ଦୃଶ୍ୟ ଦେଖି ତାଙ୍କ ହୃଦୟ ଶୋକ-ପ୍ଳାବିତ ହୋଇଗଲା। ସେ ଦୁଃଖରେ କାନ୍ଦିବାକୁ ଲାଗିଲେ।
ଏତିକିବେଳେ ଅଚାନକ ଶୁନ୍ୟବାଣୀ ହେଲା, "ବତ୍ସ, ମୁର୍ଖଙ୍କ ପରି ଅଧୀର ହୋଇ ତୁମେ ଏଠି ବସି କାନ୍ଦ ନାହିଁ। ମୁଁ ଏକ ଯକ୍ଷ। ସାରସ ରୂପେ ଛୋଟ ଛୋଟ ମାଛ ଖାଇ ମୁଁ ବଞ୍ଚିଛି। ମୋ ପାଇଁ ତୁମର ସବୁ ଭାଇ ଯମଲୋକରେ ପହଞ୍ଚି ଯାଇଛନ୍ତି।
ହେ ରାଜା, ଯଦି ତୁମେ ମୋ ପ୍ରଶ୍ନର ଉତ୍ତର ନ ଦେବ, ତେବେ ତୁମର ମଧ୍ୟ ମୃତ୍ୟୁ ଅଵଶ୍ୟମ୍ଭାବୀ।
ହେ କୁନ୍ତୀପୁତ୍ର ! ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦିଅ, ତା'ପରେ ତୁମେ ପାଣି ପିଅ ଓ ଯେତେ ପାର ପାଣି ସାଙ୍ଗରେ ନେଇଯାଅ।"
.
ଯୁଧିଷ୍ଠିର କହିଲେ, "ମୁଁ ମୋ ବୁଦ୍ଧି ଅନୁସାରେ ଆପଣଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିବି। ଆପଣ ପଚାରନ୍ତୁ।"
ଯକ୍ଷ ତାଙ୍କୁ କେତେଗୁଡ଼ିଏ ପ୍ରଶ୍ନ ପଚାରିଥିଲେ, ଯାହାର ସନ୍ତୋଷଜନକ ଉତ୍ତର ସେ ଦେଇଥିଲେ। ତା'ଭିତରୁ ଗୋଟିଏ ପ୍ରଶ୍ନ ଥିଲା, "କିମାଶ୍ଚର୍ଯ୍ୟମ୍ ?
ଅର୍ଥାତ ବିଶ୍ବରେ ଅତ୍ୟଧିକ ଆଶ୍ଚର୍ଯ୍ୟକାରକ ବସ୍ତୁ କ'ଣ ?
କ୍ରମଶଃ....
୧୭. ୨. ୧୮

No comments:
Post a Comment