⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି*
*ମକର୨୮ଦିନ,ଜ୍ୟେଷ୍ଠା ନକ୍ଷତ୍ର*
*ବିଛାଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଫେବୃଆରୀ ମାସ ୧୦ ତାରିଖ*
🌾 *ଶ ନି ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🌴🌺
ଚରଣ ଧରି ମୁଁ ଶରଣ ପଶିଛି
ଚରଣରେ ଫିଙ୍ଗି ଦିଅ ନା
ଦାରୁଣ କଷଣ କରିବି ବରଣ
ନ ହୁଅ ମୋ ଠାରେ ବିମନା
କରୁଣା କାରଣ କରୁଣା କିରଣ
ନ କର ମୋଠାରେ ଊଣା ହେ
କିଣା କିଙ୍କର ମୁଁ କ୍ଷୀଣ ପ୍ରାଣ ମଣି
ନ କର କ୍ଷଣକେ ଘୃଣା ହେ!
ଶୋକ ନିବାରଣ ଶାନ୍ତି ପ୍ରସ୍ରବଣ
ନାମଟି ତୁମର ଜଣା ହେ
ଛାଡ଼ିଣ ତୁମକୁ ଯିବି କାହାଠାକୁ
ଭାବ ବଣେ ହେବି ବଣା ହେ?
ତାରଣ କାରଣ ଧରଣୀ ଧାମରେ
ତୁମ୍ଭ ବଡ଼ପଣ ସିନା ହେ
ତାରଣ ମାରଣ ତୁମ୍ଭରି ଅଧୀନ
ତାରେ କିଏ ତୁମ୍ଭ ବିନା ହେ?
ପତିତ ପାବନ ଦୂରିତଦହନ
ହର ମୋ ମାନସ ଯାତନା
ଟାଣିନିଅ ମନ ଚରଣ ତଳକୁ
ଅନ୍ତରେ ପୋଷିଛି ବାସନା
➖ _*କୁନ୍ତଳାକୁମାରୀ ସାବତ*_
🌼🌼🌼🌼🌼🌼🌼🌼🌼
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment