Saturday, 10 February 2018

*ବନପର୍ବ*

ବିଧିର ବିଧାନ ବଡ଼ ବିଚିତ୍ର। ଏଥର ମଧ୍ୟ ଯୁଧିଷ୍ଠିର ବାଜି ହାରିଗଲେ। ପାଞ୍ଚପାଣ୍ଡଵ ଦ୍ରୌପଦୀଙ୍କୁ ସାଙ୍ଗରେ ନେଇ ନିର୍ବାସିତ ଗୃହବିହୀନ ବ୍ୟକ୍ତିଭଳି ବନକୁ ପ୍ରସ୍ଥାନ କଲେ। ବାର ବର୍ଷ କାଳ ସେମାନେ ଗହନ ଅରଣ୍ୟ ଓ ଗିରି ଗହ୍ୱର ମଧ୍ୟରେ ଜୀବନ  ବିତାଇଲେ। ଏହି ସମୟରେ ସେ ଅନେକ ଧର୍ମ କାର୍ଯ୍ୟ ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ କଲେ। ଦୀର୍ଘ କାଳ ପର୍ଯ୍ୟନ୍ତ ତୀର୍ଥ ଭ୍ରମଣ କରି ପବିତ୍ର କ୍ଷେତ୍ର ସବୁ ଦର୍ଶନ କଲେ।

ମହାଭାରତର ଏହି ଅଂଶ ବନପର୍ବ ଅତ୍ୟନ୍ତ ମନୋହାରୀ ଓ ଶିକ୍ଷାପ୍ରଦ ଅଟେ। ଅସଂଖ୍ୟ ଘଟଣା ଓ ଉପାଖ୍ୟାନରେ ଏହା ପରିପୂର୍ଣ୍ଣ ହୋଇଛି। ଏଥିରେ ପ୍ରାଚୀନ ଭାରତର ଧର୍ମ ଦର୍ଶନ ସମ୍ବନ୍ଧୀୟ ଅନେକ ଉଦ୍ଦାତ୍ତ ଓ ସୁନ୍ଦର କଥା ସଂଗ୍ରହ ହୋଇଛି। ଅନେକ ମହର୍ଷି ଏଇ ପାଞ୍ଚ ଭାଇଙ୍କୁ ଏଭଳି ବିପତ୍ତି ସମୟରେ ଦୁଃଖ ସମୟରେ ଶାନ୍ତ୍ୱନା ଦେବାକୁ ଆସିଛନ୍ତି, ଯାହା ଏମାନଙ୍କର ଦୁଃଖର ବୋଝକୁ ତଥା ବଣରେ ମିଳୁଥିବା କଷ୍ଟକୁ ଦୂର କରିବାରେ ସହାୟକ ହୋଇଛି। ଏଥିପାଇଁ ସେମାନେ ପ୍ରାଚୀନ ଭାରତର ଅପୂର୍ବ କଥା ସବୁ ଏଇ ପାଞ୍ଚଭାଇଙ୍କୁ ଶୁଣାଉଥିଲେ। ମୁଁ ଆଜି ସେଇ କାହାଣୀ ମାନଙ୍କ ଭିତରୁ କେବଳ ଗୋଟିଏ କହିବି।

କ୍ରମଶଃ...

୧୦. ୨. ୧୮

No comments: