⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
🐌🌿🍁🐌llॐll🐇🐌🐚🐌
*ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି*
*କୁମ୍ଭ ୧୦ ଦିନ,ଦ୍ବିଜା ନକ୍ଷତ୍ର*
*ମେଷ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
*ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୮ ମସିହା*
*ଫେବୃଆରୀ ମାସ ୨୨ ତାରିଖ*
🌾 *ଗୁ ରୁ ବା ର* 🌾⛳
🙏🙏🙏🙏🙏🙏🙏🙏🙏
🌺🌴 [] [] *ସାହିତ୍ୟ ପ୍ରସାଦ* [] [] 🐚♻
*ମହା ଅର୍ଣ୍ଣବର ମହା ପ୍ରଣବ ଝଙ୍କାର*
*ମନ୍ଦ୍ରନାଦେ ଶଙ୍ଖ ଆହା ଘୋଷେ ଅନିର୍ବାର*
*ଅନନ୍ତ ଅପାର ସିନ୍ଧୁ ମୋର ମହାଳୟ*
*ମୋ ଅନ୍ତର ଅନନ୍ତର ନାଦେ ବ୍ରହ୍ମମୟ*
*ସେ ଅମୃତ ଆଳୟରୁ ହୋଇ ଅନ୍ତରିତ*
*ଭୁଲିବି କି ମୋହେ ତାର ଅମୃତ ସଙ୍ଗୀତ*
*କ୍ଷୁଦ୍ରାଦପି କ୍ଷୁଦ୍ରତର ମର୍ତ୍ତ୍ୟ ଗୁହ ପାଇଁ*
*ଅବିଦ୍ୟା ପ୍ରମାଦେ ପାନ୍ଥ ହୋଇଲକି ବାଇ*
*କେମନ୍ତେ ହେ ପାସୋରିଲ ଜନ୍ମଭୂମି କଥା*
*କାହିଁ ତୁମ୍ଭ ରସନାରେ ଅମୃତ ବାରତା*
*ଆସ ଆସ ସୁଗମ୍ଭୀର ମହାଦେବ ତାନେ*
*ଜଗାଅ ଜଗତେ ସର୍ବ ଅନନ୍ତ ସନ୍ତାନେ*
*ଅନନ୍ତେ ଜୀବନ ସ୍ଫୁର୍ତ୍ତି ଅନନ୍ତେ ଅଭୟ*
*ମର୍ତ୍ତ୍ୟ ପ୍ରବାସରେ ଗାଅ ଅମୃତର ଜୟ*
➖ _*ଭକ୍ତକବି ମଧୁସୂଦନ*_
🌼🌼🌼🌼🌼🌼🌼🌼🌼
🌲 *ବନ୍ଦେ ଉତ୍କଳ ଜନନୀ* 🌳
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌
Thursday, 22 February 2018
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment