⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ପୌଷମାସ କୃଷ୍ଣପକ୍ଷ *ଦଶମୀ ତିଥି*
*ବିଛା୨୭ଦିନ, ହସ୍ତାନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ, କନ୍ଯା ଚନ୍ଦ୍ର*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୭ ମସିହା*
*ଡିସେମ୍ବର ମାସ ୧୨ ତାରିଖ*
*ମ ଙ୍ଗ ଳ ବା ର*
➖➖➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] []🍁
ହେ ମହାଭାରତବର୍ଷ ତୁମେ ନୁହଁ ଖରାର ଖାଣ୍ଡବ କୃଷ୍ଣାବେଣୀ କୂଳେ କୂଳେ କାଳାତୀତ କିଷ୍କିନ୍ଧ୍ଯାର କ୍ଳେଶ... ତତ୍ତ୍ବର ତର୍ଜମା ତୀରେ - ତୁମେ ନୁହଁ ତର୍କର ତାଣ୍ଡବ *ନଦୀ-ନାରୀ-ନକ୍ଷତ୍ରର ନୁହଁ ନୁହଁ ନିର୍ବାପିତ ଦେଶ!*
ତୃଷ୍ଣାର ତୁଷାର ତଳେ ତୁମେ ନୁହଁ କୃଷ୍ଣାର କାରୁଣ୍ୟ ହସ୍ତିନାର ହାହାକାରେ ହଜିଥିବା ହରପ୍ପାର ହାଡ... ତୁମେ ନୁହଁ ମାନଚିତ୍ର ଫିକା ଫିକା ଫୁଲର ଫଗୁଣ ମାଟିନୁହଁ ଘାଟିନୁହଁ ନୁହଁ ତୁମେ ଝାଟି ଅବା ଝାଡ଼!
ଭୋକର ଭୂଚିତ୍ର ନୁହଁ! ନୁହଁ ତୁମେ ଶୋଷର ସମୁଦ୍ର ତୁମେ ନୁହଁ ସୀମାରେଖା... କ୍ଷେତ୍ରଫଳ କ୍ଷୁଧିତ ବା କ୍ଷୁଦ୍ର ମୁମୂର୍ଷୁ ମେଘର ମୋତେ ନୁହଁ ତୁମେ ମଳିନ ମୌସୁମୀ!
ହେ ମହାଭାରତ ବର୍ଷ! ତୁମେ ଏକ ଇତିହୀନ ଗୀତି...
ପ୍ରଣମ୍ଯ ପ୍ରଣବ ପୁଣି - ପ୍ରତିଶ୍ରୁତି ପ୍ରମୂର୍ତ୍ତ ପ୍ରତୀତି...!!
................….....……..................
_*ଗିରିଜା କୁମାର ବଳିଆରସିଂହ*_
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment