Monday, 18 December 2017

*ପାନୀପତ..*

ଏହି ଯୁଦ୍ଧରେ ମଧ୍ୟ ସଦାଶିବ ରାଓ ଭାଉ ହିନ୍ଦୁ ମୁସଲିମ୍  ଭେଦରେ ନ ଲଢ଼ି ସମଗ୍ର ଭାରତ ବର୍ଷ ପକ୍ଷରୁ ଉଭୟ ହିନ୍ଦୁ ଓ ମୁସଲମାନଙ୍କୁ ଏକାଠି ନେଇ ବିଦେଶୀ ଆକ୍ରମଣକାରୀ ଅହମଦଶାହ ଅବଦାଲି ସହ ଲଢ଼ିବାର ଚେଷ୍ଟା କରିଥିଲେ। ସେ ଏହି ଯୁଦ୍ଧରେ ଲଢ଼ିବା ପାଇଁ ନିଜାମ, ଶୁଜା, ଗୁଜରାତର କମାଲୁଦ୍ଦିନ ଓ ଭାରତୀୟ ଆଫଗାନଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଥିଲେ। କିନ୍ତୁ ଏହି କାର୍ଯ୍ୟରେ ତାଙ୍କୁ ସଫଳତା ମିଳି ନ ଥିଲା। ଏହାଛଡ଼ା ତାଙ୍କ ସୈନ୍ୟ ଅଭିଯାନର ମୁଖ୍ୟ ଆଧାର ଥିଲା ଇବ୍ରାହିମ୍ ଖାଁ ଗାରଦୀଙ୍କ ତୋପ ଖାନା, ଯିଏ କି ମୁସଲମାନ ଥିଲେ।
କିନ୍ତୁ ଏହି ଯୁଦ୍ଧରେ ଉତ୍ତର ଭାରତର କୌଣସି ହିନ୍ଦୁ ରାଜା ମରାଠାମାନଙ୍କୁ ସହଯୋଗ କରି ନ ଥିଲେ।
ପରିଣାମସ୍ୱରୂପ ନଜୀବୁଦଦୋୖଲା ଭାରତ ପକ୍ଷରେ ଯୋଗ ନ ଦେଇ ଅବଦାଲିକୁ ସହଯୋଗ କଲା।
ବୁରାଦୀଘାଟ ଲଢ଼େଇରେ ଦତ୍ତାଜୀ ସିନ୍ଦେଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରିଦେବା ଦ୍ୱାରା ମରାଠା ସେନା ଦୁର୍ବଳ ହୋଇଗଲା।  ମଲ୍ଲହରାଓ ହୋଲକର ଠିକ୍ ସମୟରେ ନ ପହଞ୍ଚିବାରୁ ଏପରି ହେଲା।
ଅବଦାଲୀର ସର୍ଦ୍ଦାର ଜହାନ ଖାଁ ଓ ସ୍ୱୟଂ ଅବଦାଲୀ ଭାରତର ବହୁ ଅଞ୍ଚଳ ଯୁଦ୍ଧ କରି ଅଧିକାର କରୁଥିଲେ, ଲୁଟୁ ଥିଲେ, ଧନ ଆଦାୟ କରୁଥିଲେ। ସେମାନଙ୍କୁ ଦତ୍ତାଜୀ ସିନ୍ଦେଙ୍କ ଶକ୍ତି ବିଷୟରେ ଜଣାଥିଲା। ତେଣୁ ସମ୍ମୁଖ ଯୁଦ୍ଧରେ ତାଙ୍କୁ ହତ୍ୟା କରିବା ସମ୍ଭବ ନୁହେଁ ସେମାନେ ଜାଣିଥିଲେ । ତେଣୁ ଷଡ଼ଯନ୍ତ୍ର କରି ଦତ୍ତାଜୀଙ୍କୁ ହତ୍ୟା କରିଦେଲେ। ଏଥିରେ ଅବ୍ଦୁଲ୍ଲାକୁ ମୁଖ୍ୟ ସହଯୋଗୀ ଭାବେ କାମ କଲା ଏଇ ଭାରତର ମୁସଲମାନ ନଜୀବୁଦଦୌଲା।

୧୮. ୧୨. ୧୭

No comments: