ଭାଉ ନିରନ୍ତର ଚେଷ୍ଟା କରୁଥିଲେ ଯେ ଗୋବିନ୍ଦ ପନ୍ତ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଶୁଜା ରାଜ୍ୟ ଉପରେ ଆକ୍ରମଣ ହେଉ ଯଦ୍ୱାରା ତାର ଧ୍ୟାନ ସେପଟକୁ ଯିବ ଓ ଅବଦାଲୀ ଠାରୁ ସେ ଅଲଗା ହୋଇଯିବ। କିନ୍ତୁ ଏପରି ଆକ୍ରମଣ କରାଯାଇ ପାରିଲା ନାହିଁ। କାରଣ ଶୁଜାର ସେନାପତି ଗୋସ୍ୱାମୀ ପ୍ରତିଆକ୍ରମଣ ପାଇଁ ସମର୍ଥ ଥିଲା ଓ ଶୁଜା ନିଜର ମୁଖ୍ୟ ସେନାକୁ ଅବଧରେ ଛାଡ଼ି ଆସିଥିଲା। ୧ ନଭେମ୍ବର ଠାରୁ ଆରମ୍ଭ କରି ୧୪ ନଭେମ୍ବର ପର୍ଯ୍ୟନ୍ତ ଯୁଦ୍ଧ ନ ହୋଇ କୂଟନୀତି ଚାଲୁଥିଲା। ଏହି ସମୟରେ ପାନୀପତର ବସ୍ତି ସବୁ ଖାଲି ହୋଇଯାଉଥିଲା। ସେଠିକାର ମୁସଲମାନ ନିବାସୀ ଆକ୍ରମଣକାରୀର ପକ୍ଷଭୁକ୍ତ ହୋଇଯାଉଥିଲେ।
୧୪ ଜାନୁଆରୀ ପ୍ରତ୍ୟକ୍ଷ ଯୁଦ୍ଧ ବେଳକୁ ଭାଉଙ୍କ ପାଖରେ ଥିଲେ ୫୦,୦୦୦ ସେନା, କିନ୍ତୁ ଅବଦାଲୀର ସେନା ବଢ଼ି ବଢ଼ି ୮୦,୦୦୦ ରେ ପହଞ୍ଚି ଯାଇଥିଲା।
ତେଣୁ ବିଶ୍ୱାସ ଘାତକତାର ନମୁନା ପରାଜୟର ସୂଚନା ଦେଉଥିଲା।
୧୪. ୧. ୧୭୬୧ ରେ ସମ୍ମୁଖ ଯୁଦ୍ଧ ହେଲା।
ମରାଠୀ ସେନା ରାତି ୩ଟାରୁ ଉଠି ପ୍ରସ୍ତୁତ ହେଲା। ସୂର୍ଯ୍ୟୋଦୟ ପୂର୍ବରୁ ସେନା ଯୁଦ୍ଧ ପାଇଁ ଶିବିର ଛାଡ଼ି ସାରିଥିଲେ। ସେମାନେ ଉତ୍ତର ପଶ୍ଚିମରୁ ଦକ୍ଷିଣ ପୂର୍ବ ଆଡ଼କୁ ଆଗେଇ ଚାଲିଥିଲେ। ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ରାସ୍ତାରେ ଆସୁଥିବା ସମ୍ମୁଖ ଯୁଦ୍ଧକୁ ସମ୍ମୁଖୀନ ହୋଇ ଯମୁନା କୂଳ ପର୍ଯ୍ୟନ୍ତ ଯିବାକୁ ଥିଲା। ଏହି ସେନାର ଅଗ୍ରଭାଗରେ ଇବ୍ରାହୀମ ଖାଁ ଗାରଦୀ ଠାରୁ ଆସିଥିବା
ଅସ୍ତ୍ରକୁ ଧାରଣ କରିଥିବା ଅସ୍ତ୍ରଧାରୀ ଥିଲେ। ଅସ୍ତ୍ର ଚଳାଇ ପାରୁଥିବା ପାଦ ଚଲା ସୈନିକ ଥିଲେ। ତାଙ୍କୁ ସହାୟତା କରିବା ପାଇଁ ଥିଲେ ବିଠଲ ଶିବଦେଵ ତଥା ଯଶବନ୍ତ ରାଓଙ୍କ ଅଶ୍ୱଧାରୀ ସେନା। ଅସ୍ତ୍ରଧାରୀ ସେନା ବୀରତ୍ବର ସହ ଲଢ଼ୁଥିଲା ଏବଂ ଗଙ୍ଗାପାର ରୁହେଲେଙ୍କୁ ଆକ୍ରମଣ କରି ବହୁଦୂରକୁ ପଠାଇ ଦେଉଥିଲା।
କିନ୍ତୁ ଏହା ମଧ୍ୟରେ ଆଗ ପଛ ବିଚାର ନ କରି ସ୍ଥିର ହୋଇଥିବା ନୀତିର ବିପରୀତ ବିଠଲ ଶିବଦେଵ ଓ ଯଶବନ୍ତ ରାଓ ପଂବାର ରୁହେଲେଙ୍କ ଉପରେ ଆକ୍ରମଣ କରିଦେଲେ । ଏହାଦ୍ୱାରା ଅସ୍ତ୍ରଧାରୀ ସେନା ଶତ୍ରୁ ସହିତ ଲଢ଼ିଲା କିନ୍ତୁ ପଛଘୁଞ୍ଚା ଦେଇ ଆସି ଅସ୍ତ୍ର ପଛରେ ଛିଡ଼ା ରହିଲେ।
ଅସ୍ତ୍ରଧାରୀ ସେନା ଯେତେବେଳେ ଶତ୍ରୁ ସେନାଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଦେଇଥିଲା ସେତେବେଳେ ଅଶ୍ୱଧାରୀ ସେନା ଆଗକୁ ଯାଇ ରାସ୍ତା ଖୋଜିବା କାମ କରିପାରିଲା ନାହିଁ।
ଅସ୍ତ୍ରଗୁଡ଼ିକ ବହୁତ ଓଜନ ହୋଇଥିବା କାରଣରୁ ପ୍ରଥମ ଜିଣିବାର ଲାଭ ଠିକ୍ ଭାବେ ନେଇ ହେଲା ନାହିଁ।
ସେପଟେ ସେନାର ମଧ୍ୟ ଭାଗରେ ହୁଜାରତ ସହିତ ସ୍ୱୟଂ ସଦାଶିବରାଓ ଭାଉ ଓ ବିଶ୍ୱାସ ରାଓ ଥିଲେ। ତାଙ୍କ ସମ୍ମୁଖରେ ଅବଦାଲୀର ସେନା ବାଜୀର୍ ର ନେତୃତ୍ୱ ରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା। ଅବଦାଲୀ ସ୍ୱୟଂ ତା ପଛରେ ଶିବିରରେ ଥିଲା। ଯୁଦ୍ଧ ଏତେ ଭୟଙ୍କର ଥିଲା ଯେ ଧୂଳି ସବୁ ଝଡ଼ ଭଳି ଉଡୁଥିଲା। ମରାଠାଙ୍କ ପ୍ରହାର ଏତେ ଶକ୍ତିଶାଳୀ ଥିଲା ଯେ ବଜୀରଙ୍କ ଅଶ୍ବାରୋହୀ ସେନା ତାକୁ ସହ୍ୟ କରି ନ ପାରି ପଛଘୁଞ୍ଚା ଦେଉଥିଲା।
ବଜୀର୍ ଅଶ୍ଵରୁ ଓଲ୍ହାଇ ପଡ଼ି ପଛକୁ ଚାଲିଯାଉ ଥିବା ସେନାକୁ ଅଟକାଇ ପୁଣି ଯୁଦ୍ଧକୁ ପଠାଉଥିଲା।
୨୧. ୧୨. ୧୭

No comments:
Post a Comment