ଆମେ ସାହିତ୍ୟିକଙ୍କୁ ଜଣେ ବିଶିଷ୍ଟ ବ୍ୟକ୍ତି ବୋଲି ମାନିଥାଉଁ। ଏହା ମଧ୍ୟ ସ୍ୱାଭାବିକ। କିନ୍ତୁ ମନୁଷ୍ୟର ସ୍ଵଭାଵ ଅନୁସାରେ କେବେ କେବେ ସେହି ବିଶିଷ୍ଟ ବ୍ୟକ୍ତି ଭିତରେ ଥିବା ବିଶିଷ୍ଟ ଶକ୍ତି ଉତ୍ଶୃଙ୍ଖଳ ହୁଏ, କେବେ କେବେ ତାଙ୍କ ଭିତରେ ଥିବା କାମ ବାସନା ଓ ଭୋଗବୃତ୍ତି ଅଧିକ ହୁଏ ଓ କେବେ କେବେ କୌଣସି କାରଣକୁ ନେଇ ବିଦ୍ରୋହ କରିବାର ଶକ୍ତି ମଧ୍ୟ ତାଙ୍କ ଭିତରେ ଜାଗି ଉଠେ।
ସେତେବେଳେ ସେ ଶାଶ୍ୱତ ନିୟମ ଗୁଡ଼ିକୁ ଉଲ୍ଲଂଘନ କରିବାକୁ ଚେଷ୍ଟା କରିଥାଏ। ଯଦି ସେ ଆତ୍ମ କେନ୍ଦ୍ରୀତ ଓ ବ୍ୟକ୍ତିବାଦୀ ହୋଇଥାଏ ତେବେ ନିଜର ଉତ୍ଶୃଙ୍ଖଳ ମନର ତରଙ୍ଗ ସବୁ ସୀମା ପାର କରିଯାଏ।
ଯଦି ସେ ବର୍ତ୍ତମାନ ସମୟର ଜୀର୍ଣ୍ଣ ଶୀର୍ଣ୍ଣ କାଳବାହ୍ୟ ଋଢ଼ିକୁ ନଷ୍ଟ କରିବାକୁ ଆହ୍ୱାନ ଦିଏ ତେବେ ସମାଜ ତାକୁ ସ୍ୱାଗତ କରିଥାଏ; କିନ୍ତୁ ବେଳେ ବେଳେ ସେ ଏକାଙ୍ଗି ଚିନ୍ତନ କରି ନିଜର ଉଦ୍ଦଣ୍ଡ ସ୍ଵଭାଵ କାରଣରୁ ଏପରି ସବୁ ସିଦ୍ଧାନ୍ତର ପ୍ରଚାର କରେ ଯାହା ସମାଜ ଅଥବା ମାନବତା ପାଇଁ ହିତକର ହୋଇ ନ ଥାଏ।
ଅନେକ କବି ଓ ଔପନ୍ୟାସିକ ନାରୀ-ପୁରୁଷର ଶରୀର ସମ୍ବନ୍ଧକୁ ନେଇ ଏଭଳି ସବୁ ରଚନା କରିଥାନ୍ତି ଯାହା ସମାଜରେ ବ୍ୟଭିଚାରକୁ ଜନ୍ମ ଦେବାର ଆଧାର ହୋଇଥାଏ। ଦୃଶ୍ୟ ଶ୍ରାବ୍ୟରେ ଏହା ବେଶି ଦେଖିବାକୁ ମିଳୁଛି।
ଏପରି ସମାଜ ବିରୋଧୀ ଲେଖା ପ୍ରକାଶିତ ହେବା ପରେ ସମାଜ ଯଦି ଶୋଇ ରହେ କିଛି ପ୍ରତିକ୍ରିୟା ନ କରେ ତେବେ ଏହି ସମାଜ ବିରୋଧୀ ତତ୍ତ୍ୱମାନେ ଅଧିକ ବେଗରେ ମୁଣ୍ଡ ଟେକିବାର ସମ୍ଭାବନା ଥାଏ।
୨୭. ୧୨. ୧୭

No comments:
Post a Comment