ଯଦି ପାକିସ୍ତାନ କେବଳ ରାଜନୈତିକ ଦୃଷ୍ଟିରୁ ଗୋଟିଏ ଅଲଗା ରାଜ୍ୟ ହୋଇଥାନ୍ତା ତେବେ କିଛି ଚିନ୍ତା କରିବାର ନ ଥାନ୍ତା। କାରଣ ଆମର ଏଠି ଅନେକ ସ୍ୱାଧୀନ ରାଜ୍ୟ ଥିଲା। ସବୁ ରାଜ୍ୟର ରାଜା ମଧ୍ୟ ଅଲଗା ଥିଲେ। ଏତେ ସବୁ ରାଜା ଥିବା ସତ୍ତ୍ୱେ ଭାରତର ରାଷ୍ଟ୍ରୀୟତା ଅକ୍ଷୁଣ୍ଣ ଥିଲା। ସେଥିରେ କିଛି ବାଧା ଆସୁ ନଥିଲା। କିନ୍ତୁ ପାକିସ୍ତାନ ଜନ୍ମ ହେବା ଦିନରୁ ତାହା କେବଳ ଏକ ଅଲଗା ରାଜ୍ୟ ହୋଇ ରହିଲା ନାହିଁ, ବରଂ ଆମର ରାଷ୍ଟ୍ରୀୟତାରୁ ସମ୍ବନ୍ଧ କାଟି ଅଲଗା ରାଷ୍ଟ୍ରୀୟତାରେ ବିଶ୍ୱାସ କଲା।
ନେପାଳ ରାଜନୈତିକ ଦୃଷ୍ଟିରୁ ଅଲଗା ରାଜ୍ୟ ଅଟେ। କିନ୍ତୁ ସାଂସ୍କୃତିକ ଦୃଷ୍ଟିରୁ ଦେଖିଲେ ସେ କେବେ ବି ଭାରତୀୟ ସଂସ୍କୃତିକୁ ବିରୋଧ କରି ନାହିଁ। କେବଳ ଏତିକି ନୁହେଁ, ଯେତେବେଳେ ଭାରତ ପରାଧୀନ ଥିଲା ସେତେବେଳେ ନେପାଳ ସ୍ୱାଧୀନ ଥିଲା। ସେତେବେଳେ ନେପାଳର ସ୍ୱାଧୀନତାକୁ ଦେଖି ଭାରତ ଗର୍ବ କରୁଥିଲା ଯେ ଯାହା ହେଉ ଆମର ଏକ ହିନ୍ଦୁ ରାଜ୍ୟ ସ୍ୱାଧୀନ ଅଛି।
ସେହିପରି ବର୍ମା ( ବ୍ରହ୍ମ ଦେଶ) ଯେବେ ଅଲଗା ହେଲା ସେତେବେଳଠାରୁ ଆଜି ପର୍ଯ୍ୟନ୍ତ ଆମର ସାଂସ୍କୃତିକ ଏକତାରେ କୌଣସି ପ୍ରକାର ଭେଦ ନିର୍ମାଣ ହୋଇ ନାହିଁ। ଲଙ୍କା ସମ୍ବନ୍ଧରେ ବି ସେଇ ଏକା କଥା। ନେପାଳ, ବର୍ମା ଓ ଲଙ୍କା ଭାରତରୁ ଅଲଗା ହେବା ପରେ ମଧ୍ୟ ଭାରତର ରାଷ୍ଟ୍ରୀୟତାର ବିରୋଧୀ ନୁହଁନ୍ତି। ସେମାନେ ମଧ୍ୟ ଭାରତର ପବିତ୍ର ଭାବନାଗୁଡ଼ିକୁ ଉଲ୍ଲଙ୍ଘନ କରନ୍ତି ନାହିଁ। ଏଥିପାଇଁ ଏମାନେ ଅଖଣ୍ଡ ଭାରତରେ ମିଶନ୍ତୁ ବା ନ ମିଶନ୍ତୁ ଏପରି କୌଣସି ପ୍ରଶ୍ନ କାହା ମନରେ ଆସେ ନାହିଁ।
ପାକିସ୍ତାନର ପ୍ରଶ୍ନ ଏ ଦେଶମାନଙ୍କ ପରି ନୁହଁ, କାରଣ ପାକିସ୍ତାନ ନିଜର ଅସ୍ତିତ୍ୱକୁ ଭାରତର ରାଷ୍ଟ୍ରୀୟତାରୁ ଅଲଗା କରି ସ୍ଥାପିତ କରିଛି। ଜନ୍ମ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଭାରତ ଉପରେ ବିଷୋଦ୍ଗାର କରି ଚାଲିଛି।
୧୦. ୧୨. ୧୭

No comments:
Post a Comment