⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି*
*ଧନୁ ୦୮ଦିନ, ଧନିଷ୍ଠା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ ମକର ଚନ୍ଦ୍ର*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୭ ମସିହା*
*ଡିସେମ୍ବର୍ ମାସ ୨୩ ତାରିଖ*
*ଶ ନି ବା ର*
➖➖➖➖➖➖➖➖➖➖
🌼 [] [] *ସାହିତ୍ୟ ପ୍ରସାଦ* [] [] 🌼
ସପନ ରାଇଜେ ବିହରି ତରୁଣ କବି
ଲେଖନୀରେ ଯେତେ ଫୁଟାଇଲ ଚାରୁଛବି
ତା ମଧୁଛନ୍ଦ, ପ୍ରାଣ ବିମୋହନ ରସ
ବିଳାସୀ ହୃଦୟେ ନିମିଷକେ କଲା ବଶ!
ମଳୟ ସଙ୍ଗେ ଲକ୍ଷ ଫୁଲର ବାସ
କଳ୍ପନା ବନେ ଖେଳାଇ ଗଲାକ ରାସ
ଲେଖନୀରେ ତବ ଛନ୍ଦର ମାଦକତା
ରୂପଦେଲା କୋଟି ଆକାଶରୁ ତୋଳି କଥା❗
ତୁମେ କୁହ ଯାରେ ସ୍ବପ୍ନିଳ ବାରବାଟୀ
ତା ନୟନେ ଯେ ସେ ରୁକ୍ଷ ଧୁସର ମାଟି
ତୁମେ କୁହ ଯାରେ ମୁଢ଼ ଦୀନ ମଜୁରିଆ
ସେ ଭାବେ ତା ପାଇଁ ବଞ୍ଚିଛି ଏ ଦୁନିଆଁ
ମଣିଷ ମଧ୍ୟେ ଆତ୍ମା ରାଜଇ ଏକ
ନଥାଉ ପଛେ ତା ସମ୍ମାନ ଅବା ଟେକ
ନିତ୍ଯ ଯେ ଦେଖେ ନିରାଶା ମରୁର ବାଲି
ରକତ ତାର ବି ତୁମରି ସମାନ ନାଲି ❗
[] *କବି ବିଦ୍ୟୁତ୍ ପ୍ରଭା* []
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment