Wednesday, 13 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
        *ଆଜି ପୌଷମାସ କୃଷ୍ଣପକ୍ଷ *ଏକାଦଶୀ ତିଥି*
          *ବିଛା୨୮ଦିନ, ଚିତ୍ରାନକ୍ଷତ୍ର*
              *ସୂର୍ଯ୍ୟ ଦକ୍ଷିଣାୟନ,  କନ୍ଯା ଚନ୍ଦ୍ର*
              *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
      *ଇଂରାଜୀ ସନ୍ ୨୦୧୭ ମସିହା*
         *ଡିସେମ୍ବର୍ ମାସ ୧୩ ତାରିଖ*
               *ବୁଧ ବାର*
    ➖➖➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] [] 🍁
ଗଣଶାସନର ରାଜୁତି ଚାଲିଛି
ଗଣ ଶାସନର କହରେ ବାର୍ତ୍ତାବହ,
କାହିଁ ସେ ମୁକ୍ତି କାହିଁ ସେ ଜୈତ୍ରୀ?
କାହିଁ ସେ ଶାନ୍ତି କହ?

    ଆଜି ତ ଆମେ ବି ଉପାସେ ମରୁଛୁ
      ଅନ୍ନମୁଠାକ ପାଇଁ
     ଦେହର ଲଜ୍ଜା ନିବାରଣ ଲାଗି
     ବସ୍ତ୍ର ବି ମିଳୁନାହିଁ!

       ଦୁସ୍ଥ ଭୋକିଲା ଜନତା ଆଗରେ
      ଧନିକ ଦେଖାଇ ବାଜି
    ବୁଦ୍ଧି ବିବେକ ଜ୍ଞାନ ଗଉରବ
    ଲୁଟି ନେଉଅଛି ଆଜି
         ଗଣଶାସନର ତଳେ ବାଦ, ଭେଦ,
       ଅନ୍ଯାୟ ଅବିଚାର
   କଜଳ ରାତିର ଅନ୍ଧାର ପରି ବଢୁଅଛି ଅନିବାର
     କୁହରେ ଚଟୁଳ ସୁନାର ମିରିଗ
    ଛଇଳ ମାରୀଚ ଆଜି
     ଦେଖାଉଚୁ ଆମ ଭୋକିଲା ଆଖିରେ
     ସ୍ବପ୍ନର ଏ କି ବାଜି ...!!
   ................….....……..................
      _*କବି ରାଧାମୋହନ ଗଡ଼ନାୟକ*_
    
     🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: