ରାଷ୍ଟ୍ରନିଷ୍ଠ ଓ ପରରାଷ୍ଟ୍ରନିଷ୍ଠ ମଧ୍ୟରେ ସହ ଅସ୍ତିତ୍ୱ କିପରି ସମ୍ଭବ ? ଏଇ ଦୁଇଟି କଥା ପରସ୍ପର ବିରୋଧୀ। ଛତ୍ରପତି ଶିବାଜୀ ମହାରାଜ ଯେଉଁ ସ୍ୱରାଜ୍ୟ ସ୍ଥାପନା କଲେ, ସେହି ଆଧାରରେ ଓ ସେହି ଶୈଳିରେ ସେ ସମ୍ପୂର୍ଣ୍ଣ ଭାରତବର୍ଷକୁ ସ୍ୱାଧୀନ କରିବାକୁ ଚାହୁଁଥିଲେ। ଆମର ସ୍ୱାଧୀନ ଭାରତ ୧୯୪୭ ଅଗଷ୍ଟ ୧୫ ପରେ ମଧ୍ୟ ହାଇଦ୍ରାବାଦ ଓ ଗୋଆକୁ ସ୍ୱାଧୀନ କରି ଭାରତବର୍ଷରେ ମିଶାଇଛି। ସେହିପରି ବାକି ହରାଇଥିବା ଭୂମି ମଧ୍ୟ ମୁକ୍ତ କରି ଭାରତବର୍ଷରେ ମିଶାଇବା ଆମର କେବଳ ପରମ କର୍ତ୍ତବ୍ୟ ନୁହେଁ, ଏହା ଆମର ମୌଳିକ ଅଧିକାର।
ଯେଉଁ ଆମେ ଏକାଠି ହୋଇ ଇଂରେଜ ବିରୋଧରେ ଲଢୁଥିଲେ, ସେଇ ଆମେକୁ ଇଂରେଜ ଭାଗ ଭାଗ କରି ଯାଇଛି। ଆମେ ପରସ୍ପର ଲଢ଼ିବାର ମଞ୍ଜି ଇଂରେଜ ପୋତି ଥିଲା। ସେତେବେଳେ ପରିସ୍ଥିତିରେ ପଡ଼ି ଆମେ ତାକୁ ସ୍ୱୀକାର କରିଥିଲେ।
ଏବେ ସେ ପରିସ୍ଥିତି ନାହିଁ । ଆମେ ଏକାଠି ହେବା ଆବଶ୍ୟକ। ତେବେ ତ ସହ-ଅସ୍ତିତ୍ୱ ସମ୍ଭବ ହେବ।
୧୪. ୧୨. ୧୭

No comments:
Post a Comment