ସେତେବେଳେ ବଡ଼ ବଡ଼ ପଦରେ ଅଧିଷ୍ଠିତ ସମ୍ପାଦକ ଓ ବୁଦ୍ଧିଜୀବୀମାନଙ୍କର ସ୍ଥିତି କିପରି ଥିଲା ? ୧୯୭୭ର ଆରମ୍ଭରେ ନିର୍ବାଚନ ଘୋଷଣା ହେବା ପରେ ଯେତେବେଳେ ରାସ୍ତା କଡ଼ରେ, ଦୋକାନରେ, ଗଳିରେ ସାଧାରଣ ଲୋକ ଧୋବା, ଆରକ୍ଷୀ, ଫଳ ଦୋକାନୀ, ଡ୍ରାଇଭର ଆଦି ଖୋଲା ଖୋଲି କହୁଥିଲେ "ଏବେ ଇନ୍ଦିରା ଗଲା, ଯେମିତି ବି ହେଉ ଯିବା ନିଶ୍ଚିତ" ସେତେବେଳେ ଏଇ ସମ୍ପାଦକ, ବୁଦ୍ଧିଜୀବୀ ମାନଙ୍କର ବିଶ୍ୱାସ ହେଉ ନ ଥିଲା। ନା ସେମାନେ ଏପରି ଖବର ଲେଖିବାର ନା ଛାପିବାର ସାହସ ରଖିଥିଲେ। ଏମାନେ ସେତେବେଳେ ଲୋକଙ୍କଠାରୁ କୋଷେ ଦୂରରେ ଥିଲେ ଓ ଡରି ମରି ସରକାରଙ୍କ ପାଖରେ ଥିଲେ। ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ପତ୍ତନ ନିଶ୍ଚିତ ବୋଲି ସାଧାରଣ ଲୋକ ସ୍ପଷ୍ଟ ଭାବେ କହୁଥିଲେ, ସେଥିପାଇଁ ଅଣ୍ଟା ଭିଡ଼ି ଥିଲେ ଓ ଖୋଲା ଖୋଲି ସର୍ବତ୍ର ପ୍ରଚାର କରୁଥିଲେ ସେତେବେଳେ ବି ଏମାନଙ୍କ ଡର ଛାଡ଼ି ନ ଥିଲା। ଏମାନେ ନା କିଛି ଲେଖିଲେ, ନା କିଛି କହିଲେ, ନା କିଛି ଭାବିଲେ !
ଆଉ କିଛି ପ୍ରସଙ୍ଗରୁ ଏମାନଙ୍କ କଥା ସ୍ପଷ୍ଟ ବୁଝିହେବ।
ଜଣାଶୁଣା କାର୍ଟୁନିଷ୍ଟ ଅବୁ ଅବ୍ରାହମ ଦୁଇଟି ଭାଷାରେ ଲେଖି ପାରୁଥିଲେ । ଗୋଟିଏ ଭାରତୀୟ ପତ୍ର ପତ୍ରିକା ପାଇଁ ଆଉ ଗୋଟିଏ ବିଦେଶୀ ପତ୍ର ପତ୍ରିକା ପାଇଁ।
ତାଙ୍କ ଦୋମୁହାଁ ନୀତିକୁ ସେ ନିର୍ଲଜତା ପୂର୍ବକ ସ୍ୱୀକାର କରିଥିଲେ ରମେଶ ଥାପରଙ୍କ ପାଖରେ। ରମେଶ ଥାପର ତାଙ୍କୁ ପଚାରିଥିଲେ ଯେ ମୋ ପତ୍ରିକା ସେମିନାରରେ ତୁମେ ଯାହା ଲେଖିଲ ତା'ର ଠିକ ବିପରୀତ ଇଂଲଣ୍ଡ ପତ୍ରିକା ଦି ଗାର୍ଡିଆନରେ କେମିତି ଛପିଲା ??
ସାମ୍ବାଦିକତା ପାଇଁ ବହୁ ପୁରସ୍କାର ଅର୍ଜି ଥିବା ଇଂରାଜୀ ଦୈନିକ ଷ୍ଟେଟ୍ସମ୍ୟାନର ମାଲିକ ଖୁସରୋ ଇରାନୀ ନିଜ ପ୍ରିଣ୍ଟିଙ୍ଗ ପ୍ରେସରେ 'ସେମିନାର' ଛାପାଇବାକୁ ମନା କରିଦେଲେ।
Blitz ର ସମ୍ପାଦକ ଆର. କେ. କରଞ୍ଜିଆ ତ ଜରୁରୀକାଳୀନ ପରିସ୍ଥିତିରେ ଅତ୍ୟନ୍ତ ଉତ୍ସାହିତ ଥିଲେ। ସେ ଇନ୍ଦିରା ଗାନ୍ଧୀଙ୍କୁ ଇରାନର ଏକଛତ୍ର ଶାସକ ଶାହ ରଜା ପହଲବୀର ଅନୁକରଣ କରି ଦେଶରେ ଶ୍ଵେତ କ୍ରାନ୍ତି କରିବାକୁ ଅନୁରୋଧ କରିଥିଲେ।
ଡ. କର୍ଣ ସିଂହ ମଧ୍ୟ ଜଣେ ବଡ଼ ସଂସ୍କୃତନିଷ୍ଠ ବିଦ୍ୱାନ ଭାବେ ଦେଶରେ ଜଣାଶୁଣା। ଯାହାଙ୍କୁ କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପାଇଁ ସ୍ଥିର କରିଥିଲା। କିନ୍ତୁ କମ୍ୟୁନିଷ୍ଟମାନେ ତାଙ୍କ ପୂଜା-ପାଠ କରିବାର ସାଧାରଣ ହିନ୍ଦୁ ପ୍ରବୃତ୍ତି କାରଣରୁ ରାଜି ନ ହେବାରୁ ତାଙ୍କ ବଦଳରେ ପ୍ରତିଭା ପାଟିଲଙ୍କୁ ପ୍ରାର୍ଥୀ କରିଥିଲା।
୧୯୬୭ରେ ମଧ୍ୟ ଏଇ ହିନ୍ଦୁ ନିଷ୍ଠା କାରଣରୁ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ନିଆଯାଇ ନ ଥିଲା। କିନ୍ତୁ ରମେଶ ଥାପରଙ୍କ ସହ ମିତ୍ରତା କାରଣରୁ ସେ ଇନ୍ଦିରା ଗାନ୍ଧୀଙ୍କୁ ବୁଝାଶୁଝା କରି ମନ୍ତ୍ରୀ କରାଇ ଦେଇଥିଲେ।
ସେହି କର୍ଣ ସିଂହ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ ପ୍ରଥମେ ବିରୋଧ କରିବା ପାଇଁ ଆଗେଇ ଆସିଲେ, ପ୍ରତିବାଦ କରିବା ପାଇଁ ସମ୍ମତି ଦେଲେ। ପୁଣି କଣ ହେଲା ରାତା ରାତି ବୁଦ୍ଧି ବାମ ହୋଇ ଗଲା ? ଯେଉଁ ରମେଶ ଥାପର ମିତ୍ରତା ପାଇଁ ମନ୍ତ୍ରୀ ହୋଇଥିଲେ ସେହି ରମେଶ ଥାପରଙ୍କୁ ଧୋକା ଦେଇ ଜରୁରୀ ପରିସ୍ଥିତିକୁ ସମର୍ଥନ କଲେ। ରାଜ ଥାପର ଏ ସବୁର ଵର୍ଣ୍ଣନ ବଡ଼ ରୋଚକ ଢଙ୍ଗରେ କରିଛନ୍ତି।
୩୧. ୧୨. ୧୭

No comments:
Post a Comment