⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି*
*ଧନୁ ୦୯ଦିନ,ଶତଭିଷା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ ମକର ଚନ୍ଦ୍ର*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୭ ମସିହା*
*ଡିସେମ୍ବର୍ ମାସ ୨୪ ତାରିଖ*
🌾 *ର ବି ବା ର* 🌾
➖➖➖➖➖➖➖➖➖➖
🌼 [] [] *ସାହିତ୍ୟ ପ୍ରସାଦ* [] [] 🌼
ହରି କଥା ବିନା ବୃଥା ସକଳ
ହରି ହିଁ ଜଗତେ ପୂଜ୍ୟ କେବଳ
ହରି ପଦରାବିନ୍ଦ ମକରନ୍ଦ
ହରିଛି ସ୍ୱIଦେ ଯା ମନ ମିଳିନ୍ଦ
ସାର ସେ ସଂସାରେ
ତାର ଚରଣେ ମୁଁ ପ୍ରଣାମ କରେ I
ତୁୁଚ୍ଛ ମଣି ଜ୍ଞାନ କର୍ମ ଯୋଗଦି
ସ୍ବଚ୍ଛ ଶ୍ରୀ ହରି ପ୍ରେମ ଭକ୍ତି ନଦୀ
ସ୍ରୋତ ସୁଧାରେ ଯେ ମଜ୍ଜି ସନ୍ତତଃ
ସନ୍ତରଣ କରେ ସାରସ ବତ
ସାର ସେ ସଂସାରେ
ତାର ଚରଣେ ମୁଁ ପ୍ରଣାମ କରେ I
କଥା ଶୁଣି ରାଧା ନନ୍ଦ ସୁତର
ବୃଥା ମଣେ ଯେ ଅନ୍ୟ ଶାସ୍ତ୍ର ବାର
ନ ଥାଏ ମାନସ ବିଳାସ ଭୋଗେ
ବ୍ୟଥା ସହି ମଜ୍ଜେ ସେ ସାଧୁ ସଙ୍ଗେ
ସାରା ସେ ସଂସାରେ
ତାର ଚରଣେ ମୁଁ ପ୍ରଣାମ କରେ I
[] ଶ୍ରୀ ଶ୍ରୀ କୃଷ୍ଣ ଭକ୍ତି ସୁଧା ଶତକ :- ବୈଷ୍ଣବ କବି ଭ୍ରମରବର ରାୟ []
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment