Monday, 4 December 2017

*କୌଣସି ଧର୍ମ ପ୍ରଚାରକ ଦ୍ୱାରା ଆସି ନାହିଁ*

ଭାରତକୁ ମୁସଲମାନ ମତ କୌଣସି ମୁଲ୍ଲା ବା ମୌଲବୀଙ୍କ ଦ୍ଵାରା ଆସି ନାହିଁ। ଆକ୍ରମଣ କରିବାକୁ ସେମାନେ ଆସିଥିଲେ। ଧନ ସମ୍ପତ୍ତି ଲୁଣ୍ଠନ କରି, ମଠ, ମନ୍ଦିର ଭାଙ୍ଗି ଓ ହିନ୍ଦୁସେନାଙ୍କୁ ହତ୍ୟାକରି ତଥା ହିନ୍ଦୁ ରାଜାଙ୍କୁ ହତ୍ୟା କରି ଗୋଟିଏ ପରେ ଗୋଟିଏ ଗଡ଼ଜାତ ରାଜ୍ୟ ଜିଣି ଶାସନ ଡୋରୀ ହାତକୁ ନେଲେ। ଡରେ ଭୟେ ଯିଏ ମୁସଲମାନ ହୋଇଗଲେ ତାଙ୍କର ବଞ୍ଚିବାର ଉପାୟ ଥିଲା ସେହି ମୋଗଲ ବାଦଶାହାର ଗୁଣ କୀର୍ତ୍ତନ କରିବା। ଦିଲ୍ଲୀରେ ଯିଏ ଶାସନ ଡୋରୀ ସମ୍ଭାଳିଲା ତାକୁ ଦିଲ୍ଲୀଶ୍ବର ବା ଜଗଦ୍ଦିଶ୍ବର କୁହାଗଲା। ତେଣୁ ମତାନ୍ତରିତ ମୁସଲମାନ ମଧ୍ୟ ହିନ୍ଦୁସ୍ତାନକୁ ଜୟ କରିଛି ବୋଲି ଭାବିବାକୁ ଲାଗିଲା। ହିନ୍ଦୁସ୍ତାନର ପ୍ରତ୍ୟେକ ବସ୍ତୁକୁ ସେ ଘୃଣା କରିବାକୁ ଲାଗିଲା।

ମଙ୍ଗୋଲିଆରୁ ବାବର ଭାରତକୁ ବିଜୟୀ ଶାସକ ଭାବେ ଆସିଲା। ସେଥିପାଇଁ ଏଠିକାର ମୁସଲମାନ ମଧ୍ୟ ନିଜକୁ ବିଜୟୀ ବାବର ଶ୍ରେଣୀରେ ଗଣିଲେ। ଏହି ଭାବ ମଧ୍ୟ ସେମାନଙ୍କ ଅନ୍ତଃକରଣରେ ଆଜି ଯାଏ ରହିଛି। ଯାହାକୁ ରାମ ମନ୍ଦିର ଆନ୍ଦୋଳନ ସିଦ୍ଧ କରୁଛି।

ଏବେ ଯଦି କେଉଁ ମୁସଲମାନକୁ କୁହାଯାଉଛି ଏ ଭୂମିକୁ ଭାରତ ମାତା କୁହ ତେବେ ସେ ମନା କରୁଛି।

ଏ ଭୂମିକୁ ମାଆ ନ ମାନିବା କାରଣରୁ ହିଁ ପାକିସ୍ଥାନ ତିଆରି ହେଲା।

ଏଠିକାର ଅଧିବାସୀ ରାମ ଓ କୃଷ୍ଣଙ୍କୁ ନିଜର ପୂର୍ବପୁରୁଷ ବୋଲି ମାନୁଥିବା ବେଳେ ସେମାନେ ବିଦେଶୀ ଆକ୍ରମଣକାରୀଙ୍କୁ ନିଜର ପୂର୍ବପୁରୁଷ ବୋଲି ମାନି ଆସିଛନ୍ତି।

ଅବଶ୍ୟ ପରିବର୍ତ୍ତିତ ପରିସ୍ଥିତିରେ ଅଯୋଧ୍ୟା ଓ ଲକ୍ଷ୍ନୌର ମୁସଲମାନଙ୍କ ଭିଡିଓ ଫେସବୁକରେ ଦେଖିବାକୁ ମିଳୁଛି, ଯେଉଁଥିରେ ସେମାନେ କହୁଛନ୍ତି ଆମେ ରାମ କୃଷ୍ଣଙ୍କ ବଂଶଧର ଓ ମନ୍ଦିର ହେବା ଆମେ ଚାହୁଁ। କିନ୍ତୁ ଏମାନଙ୍କ ସଂଖ୍ୟା ବହୁତ କମ୍ ।

୫. ୧୨. ୧୭

No comments: