⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
🐌🌿🍁🐌llॐll🐇🐌🐚🐌
*ଆଜି ପୌଷମାସ କୃଷ୍ଣପକ୍ଷ *ଦ୍ବାଦଶୀ ତିଥି*
*ବିଛା୨୯ଦିନ, ସ୍ବାତୀ ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ, ତୁଳା ଚନ୍ଦ୍ର*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୭ ମସିହା*
*ଡିସେମ୍ବର ମାସ ୧୪ ତାରିଖ*
*ଗୁରୁବାର*
➖➖➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] [] 🍁
ଚଞ୍ଚଳାନଈ ବହିଯାଏ ଯହିଁ
ଭଉଁରୀ ବିଳାସେ ମାତି
ଉପକଣ୍ଠେ ତା ହସିଉଠେ ମୋର
ଗାଆଁର ଶ୍ୟାମଳ ଛାତି
ପୋରୁହାଁ ସୂରୁଯ ବୁଣି ଦେଉଁ ଦେଉଁ
ତୀରେ ତା କଅଁଳ ଖରା
ହସିଉଠେ ଗାଆଁ ନୀଳିମା ଗୋଚର
ହସିଉଠେ ବାଲିଚରା
ପୂରୁବ ପଟର ପୀତ ଜରଜର
ଫୁଟିଲା ସୋରିଷ କ୍ଷେତ
ଗନ୍ଧ ବିଧୁର ମନ୍ଦ ଅନିଳେ
ଉଡ଼ାଏ କନକ ନେତ
ଊର୍ଦ୍ଧ୍ବ ନୟନେ ନୀଳ ପରବତ
ବନର ଛଇଳ ଘର
ମୁକୁଳା ଗଗନେ ମେଲାଇ ଦେଇଛି
ଲମ୍ବିତ ଶତକର ...!!
................….....……..................
_*କବି ବିଦ୍ୟୁତ୍ ପ୍ରଭା ଦେବୀ*_
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment