⛳ *ସୁପ୍ରଭାତମ୍ 🌞 ବନ୍ଦେମାତରମ୍* ⛳
....................................................
🐌🌿🍁🐌ॐ🐇🐌🐚🐌
*ପୌଷମାସ କୃଷ୍ଣପକ୍ଷ *ସପ୍ତମୀ ତିଥି*
*ବିଛା୨୪ଦିନ, ମଘା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ ସିଂହ ଚନ୍ଦ୍ର*
*ଶୀତ ଋତୁ ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ଇଂରାଜୀ ସନ୍ ୨୦୧୭ ମସିହା*
*ଡିସେମ୍ବର ମାସ ୦୯ ତାରିଖ*
*ଶନି ବାର*
➖➖➖➖➖➖➖➖➖➖
🍁 [] [] *ସାହିତ୍ୟ ପ୍ରସାଦ* [] []🍁
*ଝଡ଼ର ତରଣୀ ମୁହିଁ ଝଡ଼େ
ମୋ ଜୀବନ ବାହେ
ଆହୁଲାଟି ଭାସିଗଲେ
ମନେ ତ ଦକା ନ ଥାଏ !
ତୁହା ତୁହା ତୋଫାନରେ
ଛିଡ଼ା ସବୁ ପାଲ ଥରେ
ଅଥଳକୁ କାତ ଡରେ
ନ ସରେ ତ ପଥ ହାୟେ
ଝଡ଼ର ତରଣୀ ମୁହିଁ......!
ଦରିଆରେ ଅଣଚାଶ ଏ ଝଡ଼େ
କେ ଯିବ ଆସ
ଧରି ଝଡ଼ର ସାହସ
କାଳଜୟୀ ବୀର ପ୍ରାୟେ
ଝଡ଼ର ତରଣୀ ମୁଁ ଗୋ
ଝଡ଼େ ମୋ ଜୀବନ ବାହେ...!
ଅନ୍ଧାର ମୁଁ - କେଡ଼େ ସାନ
ଦେଇ ପ୍ରଭୁ ଦିବ୍ୟ ଜ୍ଞାନ
ପ୍ରେମେ କର ବଳୀୟାନ
ମହାନନ୍ଦେ ଆଗେ ଧାଏଁ
ଆଲୋକ ପିଆସୀ ମୁହିଁ
ଆଲୋକ ଜୀବନ ଚାହେଁ
ଝଡ଼ର ତରଣୀ ମୁଁ ଗୋ
ଝଡ଼େ ମୋ ଜୀବନ ବାହେ...!
................….....……..................
_*କବି ବିଦ୍ୟୁତ୍ ପ୍ରଭା ଦେବୀ*_
🙏🙏🙏🙏🙏🙏🙏🙏
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇💐🐌🐚🐌

No comments:
Post a Comment