୧୯୬୨ରେ ଚୀନ ଭାରତକୁ ଆକ୍ରମଣ କରୁଥିବା ବେଳେ ଗୋଟିଏ ଖବର ପ୍ରକାଶିତ ହୋଇଥିଲା ଯେ କଶ୍ମୀର ପାକିସ୍ତାନକୁ ଦେଇ ତାକୁ ସନ୍ତୁଷ୍ଟ କରିଦିଆଯାଉ ଓ ଭାରତ ପାକିସ୍ତାନ ଏକାଠି ମିଶି ଚୀନ ସହ ଲଢ଼ନ୍ତୁ। ଆଉ ପାଦେ ଆଗକୁ ଯାଇ ଆଉ ଗୋଟିଏ ଖବରକାଗଜ ଲେଖିଥିଲା ଯେ ଜନସଙ୍ଘ ଏହାକୁ ସମର୍ଥନ କରୁଛି। ଏ ଖବର ପଢ଼ିବା ମାତ୍ରେ ସେତେବେଳର ମୁସଲମାନ ସଦସ୍ୟମାନେ ଖୁସି ହୋଇ କହିଲେ ଜନସଙ୍ଘ ଓ ଆମ ଭିତରେ କୌଣସି ମତଭେଦ ନାହିଁ।
କିଛି ଦିନ ତଳେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅଵଦୁଲ୍ଲା କହିଲେ ପିଓକେ କାହା ବାପାର ସମ୍ପତ୍ତି ନୁହେଁ। ତାହା ପୂରାପୂରି ପାକିସ୍ତାନର।
ଏ ଦୁଇଟି ଉଦାହରଣ ଦର୍ଶାଉଛି ଯେ, ସେମାନଙ୍କର ମନ ପାକିସ୍ତାନ ଆଡ଼କୁ।
ଆମେ ଯଦି ଇତିହାସକୁ ଭଲଭାବେ ଅଧ୍ୟୟନ କରିବା, ତେବେ ଦେଖିବା ଏପରି ଏକ ସମୟ ଆସିଥିଲା ଯେତେବେଳେ ଶକ, ହୁଣ ଭଳି ମୋଗଲ ମଧ୍ୟ ମହାଭାରତୀୟ ମହାସ୍ରୋତରେ ମିଶିଯାଉଥିଲା। ସେହି ସ୍ୱର୍ଣ୍ଣିମ ସମୟ ଥିଲା ୧୮୫୭।
ସେତେବେଳେ ଇଂରେଜ ବିରୋଧରେ ଯେଉଁ ଆନ୍ଦୋଳନ ହୋଇଥିଲା ସେ ଆନ୍ଦୋଳନର ନେତୃତ୍ୱ ହିନ୍ଦୁ ମୁସଲମାନ ମିଶିକରି ନେଇଥିଲେ। ସେତେବେଳେ ଅଲଗା ଭାବ ସମାପ୍ତ ହୋଇ ଯାଇଥିଲା। ସମସ୍ତେ କାନ୍ଧରେ କାନ୍ଧ ମିଶାଇ ଏକ ହୃଦୟରେ ଭାରତର ସ୍ୱାଧୀନତା ପାଇଁ ଲଢୁଥିଲେ। ଦୁର୍ଭାଗ୍ୟ, ଏ ଆନ୍ଦୋଳନ ଅସଫଳ ହେଲା। ଅକଥନୀୟ ଅତ୍ୟାଚାର ହିନ୍ଦୁ ମୁସଲମାନ ମିଶିକରି ସହିଲେ।
ଛତ୍ରପତି ଶିବାଜୀଙ୍କ ଠାରୁ ଏ ମିଶ୍ରଣ ପର୍ବ ଆରମ୍ଭ ହୋଇ ୧୮୫୭ରେ ସମାପ୍ତ ହେବାକୁ ଯାଉଥିବା ବେଳେ ମାଞ୍ଚେଷ୍ଟରରୁ ଆସି କଲିକତାରେ ଡେରା ଜମାଇ, ଇଷ୍ଟ ଇଣ୍ଡିଆ କମ୍ପାନୀ ଗଢ଼ି, ଗୋଟିଏ ପରେ ଗୋଟିଏ ରାଜ୍ୟ ଜିଣୁଥିବା ଇଂରେଜ ଜାତି ଏକ ଷଡ଼ଯନ୍ତ୍ର ରଚିଲା। ତାହାର ନାମ ଥିଲା "ଡିଭାଇଡ଼ ଏଣ୍ଡ ରୁଲ।"
ଯେଉଁ ଷଡ଼ଯନ୍ତ୍ରକୁ ବୁଝି ଆମ ରାଜନେତା ମାନେ ସେ ନୀତିକୁ ବିରୋଧ କରିବା ଉଚିତ ହୋଇଥାନ୍ତା, କିନ୍ତୁ ତାହା କଲେ ନାହିଁ।
୧୮୫୭ରୁ ୧୯୦୫ ପର୍ଯ୍ୟନ୍ତ ଅସଂଖ୍ୟ ମୁସଲମାନ କୌଣସି ହିନ୍ଦୁ ମୁସଲିମ ଭେଦ ନ ରଖି ଭାରତ ପାଇଁ ଲଢ଼ିଛନ୍ତି, ଜେଲ ଯାଇଛନ୍ତି, ପ୍ରାଣ ଦେଇଛନ୍ତି।
୧୯୦୫ରେ ବଙ୍ଗ ଭଙ୍ଗ ଏହି ଡିଭାଇଡ଼ ଏଣ୍ଡ ରୂଲର ପ୍ରଥମ ପରିଣାମ ଥିଲା। ତାପରେ ବି ଏ ଦେଶର ନେତୃତ୍ବ ଚେତିଲା ନାହିଁ।
୧୨. ୧୨. ୧୭

No comments:
Post a Comment