ସେନାର ଦକ୍ଷିଣ ଭାଗରେ ସିନ୍ଦେ ଓ ମଲ୍ଲାହା ରାଓ ହୋଲକରଙ୍କ ୧୨,୦୦୦ ଅଶ୍ବାରୋହୀ ଥିଲେ। ତାଙ୍କୁ ପ୍ରତିହତ କରିବା ପାଇଁ ତିନି ମାଇଲ ଦୂରରେ ଥିଲେ ନଜୀବର ୧୦,୦୦୦ ଅଶ୍ବାରୋହୀ ସେନା। ଏଠାରେ (ପାନୀପତ ଯୁଦ୍ଧରେ) ପରାଜୟ ହେଲା। କାରଣ ମଲ୍ଲାହା ରାଓ ଓ ନଜୀବ ଭିତରେ ଗୁପ୍ତ ମନ୍ତ୍ରଣା ହୋଇଥିଲା। ମଲ୍ଲାହା ରାଓ ଯୁଦ୍ଧ ନ କରି ୧୨, ୦୦୦ ସେନା ସହ ସିନ୍ଦେକୁ ଏକା ଛାଡ଼ି ଯୁଦ୍ଧ ପଡ଼ିଆରୁ ପଳାଇଗଲେ। ଦିନ ୧୨ଟା ପର୍ଯ୍ୟନ୍ତ ମରାଠାଙ୍କ ସବୁ ଦଳ ଜିତୁ ଥିଲେ। ଆଫଗାନ ତଥା ରୁହେଲେଙ୍କ ସେନା ପଛଘୁଞ୍ଚା ଦେଉଥିଲେ।
ଏହି ସମୟରେ ଦୁଇଟି ଘଟଣା ଘଟିଲା।
ଅବଦାଲି ତା ସେନାର ୧୫୦୦ ଅଶ୍ବାରୋହୀ ସେନାଙ୍କୁ ଆଦେଶ ଦେଲା ଯେ ଯୁଦ୍ଧ ଛାଡ଼ି ପଳାଇ ଯାଉଥିବା ଶତ୍ରୁ ପକ୍ଷର ସେନାମାନଙ୍କୁ ହତ୍ୟାକର ଓ ପୁଣି ଯୁଦ୍ଧ ପଡ଼ିଆକୁ ପଠାଇବାକୁ ବାଧ୍ୟକର।
ପରିଣାମ ସ୍ୱରୂପ ତୁରନ୍ତ ୯, ୦୦୦ ଆଫଗାନ ସେନା ଓ ୫,୦୦୦ ରୁହେଲ ସେନା ଯୁଦ୍ଧ କ୍ଷେତ୍ରରେ ଥିଲେ।
ସେପଟେ ବାମ ଦିଗରେ ନଜୀବ ଖାଁ ତାର ୧୦,୦୦୦ ସେନାଙ୍କୁ ପଦାତିକ ସେନାରେ ପରିଣତ କରି ଘୋଡ଼ା ମାନଙ୍କୁ ସେହି ସ୍ଥାନରେ ଛାଡ଼ି ରାସ୍ତାରେ ବାଧା ଦେବାପାଇଁ ବିଭିନ୍ନ ପ୍ରକାର ସ୍ତୁପ ଓ ଖାଲ ତିଆରି କରି ୨ ଟା ବେଳକୁ ହୁଜାରତ, ସଦାଶିବ ରାଓ ଭାଉ ଓ ବିଶ୍ୱାସ ରାଓ ଯେଉଁଠି ଥିଲେ ସେଠାରେ ପହଞ୍ଚିଗଲା। ସେଠାରେ ମରାଠା ସେନାଙ୍କୁ ଦେଖି ନଜୀବ ତୁରନ୍ତ ୧୦,୦୦୦ ରକେଟ ଛାଡ଼ି ପୂରା ଯୁଦ୍ଧ ଭୂଇଁକୁ ଧୁଆଁମୟ କରିଦେଲା। ମରାଠାମାନେ କିଛି ବୁଝିବା ପୂର୍ବରୁ ଚତୁର୍ଦ୍ଦିଗରୁ ଘେରା ହୋଇସାରିଥିଲେ। ଯୁଦ୍ଧ ଚରମ ଅବସ୍ଥାରେ ପହଞ୍ଚି ଥିଲା। ଏତିକିବେଳେ ବିଶ୍ୱାସ ରାଓ ଗୋଟିଏ ଗୁଳିରେ ବୀରଗତି ପ୍ରାପ୍ତ କଲେ। ତାଙ୍କ ଶବକୁ ଗୋଟିଏ ହାତୀ ଉପରେ ସୁରକ୍ଷିତ ରଖାଗଲା। କିନ୍ତୁ ସେହି ହତ୍ୟା ଖବର ଏତେ ଜୋରରେ ପ୍ରଚାର କରାଗଲା ଯେ ସାରା ମରାଠା ସେନାଙ୍କ ସାହସ ଚୂରମାର ହୋଇ ଗଲା। ସେମାନେ ଯୁଦ୍ଧଭୁମି ଛାଡ଼ି ପଳେଇବାକୁ ଶ୍ରେୟ ମଣିଲେ। ୩ ଟା ଭିତରେ ପୂରା ଯୁଦ୍ଧ ଭୂମି ଖାଲି ହୋଇଗଲା। ସଦାଶିବ ରାଓ ଭାଉ ଓ ବିଶ୍ୱାସ ରାଓ ଉଭୟ ଯୁଦ୍ଧ ଭୂମିରେ ବୀରଗତି ପ୍ରାପ୍ତ କଲେ। ଏବେ ଅବଦାଲି ହତ୍ୟାର ଆଦେଶ ଦେଲା। ସ୍ତ୍ରୀ, ଛୁଆ, ନାଗରିକ, ସୈନିକ ଯିଏ ଯେଉଁଠି ମିଳିଲେ ସମସ୍ତଙ୍କୁ ହତ୍ୟା କରିଦିଆଗଲା। ସାରା ମରାଠା ଶିବିର ଲୁଟି ନିଆଗଲା।
୨୨. ୧୨. ୧୭

No comments:
Post a Comment