ସଦାଶିବ ରାଓ ଦକ୍ଷିଣରେ ନିଜାମକୁ ପରାସ୍ତ କରି ନିଜ ସର୍ତ୍ତ ଉପରେ ସନ୍ଧି କରିବାକୁ ବାଧ୍ୟ କରିଦେଇଥିଲେ। ଦକ୍ଷିଣରେ ଏହି ଅଭିଯାନରେ ତାଙ୍କର କୀର୍ତ୍ତି ଚତୁର୍ଦିଗରେ ବିସ୍ତାରିତ ହୋଇଯାଇଥିଲା।
ସେପଟେ ପେଶବାମାନେ ଦତ୍ତାଜୀ ସିନ୍ଦେଙ୍କ ଉତ୍ତର ଭାରତରେ ହତ୍ୟା ଘଟଣା ଶୁଣି ଅହମଦଶାହା ଅଵଦାଲିକୁ ଭାରତରୁ ହଟାଇବା ପାଇଁ ଶକ୍ତିଶାଳୀ ବ୍ୟକ୍ତିକୁ ପଠାଇବାକୁ ଚାହୁଁଥିଲେ। ରଘୁନାଥ ରାଓ ଯୋଗ୍ୟ ବ୍ୟକ୍ତି ଥିଲେ ମଧ୍ୟ ଯିବାପାଇଁ ଧନ ମାଗୁଥିଲେ। ଏଣୁ ତାଙ୍କୁ ନ ପଠାଇ ସଦାଶିବ ରାଓଙ୍କୁ ସେହି କାର୍ଯ୍ୟରେ ନିଯୁକ୍ତି କରାଗଲା ଓ ପେସବା ପୁତ୍ର ବିଶ୍ୱାସ ରାଓ(୧୯ବର୍ଷର ପୁତ୍ର)ଙ୍କୁ ତାଙ୍କ ସହ ପଠାଗଲା।
ସେତେବେଳେ ପେସବାମାନେ ଭାରତରେ ବହୁ ଉଚ୍ଚ ପଦବୀରେ ଥିଲେ। ମରାଠା ସାମ୍ରାଜ୍ୟ ଅଟକ ପର୍ଯ୍ୟନ୍ତ ଲମ୍ବି ଥିଲା। ଇରାନ ଓ ନୁରାନ ସୀମା ପର୍ଯ୍ୟନ୍ତ ତାଙ୍କର ପ୍ରସିଦ୍ଧି ଥିଲା।
ଭାଉ ( ସଦାଶିବ ରାଓ ) ୪୫,୦୦୦ ସେନା ଓ ଇବ୍ରାହିମ୍ ଖାଁ ଗାରଦୀଙ୍କ ଶସ୍ତ୍ରାଗାରରୁ ଶସ୍ତ୍ର ନେଇ ଚାଲିଲେ ଉତ୍ତର ଭାରତ। ମାର୍ଗରେ ପଡୁଥିବା ସବୁ ରାଜ୍ୟର ରାଜାଙ୍କୁ ଅବଦାଲୀକୁ ଭାରତରୁ ହଟାଇବା ପାଇଁ ସମସ୍ତେ ତାଙ୍କ ସେନାରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଉଥିଲେ। କିନ୍ତୁ, କେହି ମରାଠା ସେନାରେ ଯୋଗ ଦେଲେ ନାହିଁ।
ଅବଧର ନବାଵ ଶୁଜାଉଦୋଲ୍ଲାଙ୍କ ନିଷ୍ଠା ମରାଠା ସେନା ଆଡ଼କୁ ଥିଲା। କିନ୍ତୁ ନଜୀବର କୂଟନୀତି କାରଣରୁ ସେ ଅବଦାଲୀ ପକ୍ଷଭୁକ୍ତ ହୋଇଗଲେ।
ହିନ୍ଦୁ ରାଜାମାନଙ୍କ ମଧ୍ୟରୁ ଭରତପୁରର ଜାଟ ରାଜା ସୂରଜମଲ ତାଙ୍କ ସହ ମିଶିବାକୁ ଚାହିଁଲେ କିନ୍ତୁ ସର୍ତ୍ତ ଲଗାଇଲେ ଦିଲ୍ଲୀ ବିଜୟ କରିବା କାମ ମୋତେ ଦିଆଯାଉ। ଦିଲ୍ଲୀ ବିଜୟ ହେଲା, କିନ୍ତୁ ଭାଉ ସୂରଜମଲଙ୍କ ଇଚ୍ଛା ଅନୁସାର ଵଜାରତ ଗାଜିଉଦ୍ଦିନଙ୍କୁ ଦିଲ୍ଲୀ ସମର୍ପଣ କଲେ ନାହିଁ। ଲାଲକିଲ୍ଲାର ଦରବାର-ଏ-ଖାସର ରୂପା ଛାତ ଭାଙ୍ଗି ସେଥିରୁ ମୁଦ୍ରା ତିଆରି କଲେ। କୋୖଣସି ରାଜପୁତ ରାଜା ଭାଉଙ୍କୁ ସହଯୋଗ କଲେ ନାହିଁ। ଭାଉ ଆଫଗାନ ମାନଙ୍କୁ ନିଜ ପକ୍ଷଭୁକ୍ତ କରିବାକୁ ଚେଷ୍ଟା କଲେ । ସେଥିରେ ମଧ୍ୟ କିଛି ସଫଳତା ମିଳିଲା ନାହିଁ।
ଭାଉ ଦିଲ୍ଲୀରେ ରହି ଗାଜିଉଦ୍ଦିନକୁ ଉପେକ୍ଷା କରି ତାଙ୍କ ଦ୍ୱାରା ନିର୍ମିତ ବାଦଶାହ ଆଲମଗୋରକୁ ମଧ୍ୟ ଅସ୍ବୀକାର କରିଦେଲେ।
ଅଲିଗୌହରଙ୍କୁ ଶାହଜହାଁ ଦ୍ଵିତୀୟ ନାମରେ ସମ୍ରାଟ ଘୋଷିତ କରିଦେଲେ ଏବଂ ତାଙ୍କ ଅନୁପସ୍ଥିତରେ ତାଙ୍କ ପୁତ୍ର ବଲି ଅହଦକୁ ସୁଲତାନ ଘୋଷିତ କଲେ।
ଦିୱାନ ଖାସର ରୂପା ଛାତକୁ ଭାଙ୍ଗି ସେଥିରେ ମୁଦ୍ରା ତିଆରି କଲେ।
୧୯. ୧୨. ୧୭

No comments:
Post a Comment