Friday, 15 December 2017

*ଦେଶଜ*

ପ୍ରତ୍ୟେକ ବିଦେଶୀ ଶାସକ ଯେତେବେଳେ ଗୋଟିଏ ନୂଆ ଦେଶ ଅଧିକାର କରେ ସେତେବେଳେ ସେ ସେଠିକାର ଦେଶଜ ଲୋକଙ୍କୁ ନିଜ ଧର୍ମ-ମତରେ ଦୀକ୍ଷିତ କରିବାକୁ ଚେଷ୍ଟା କରେ। ଦୀକ୍ଷିତ ହୋଇଥିବା ଦେଶଜ ବ୍ୟକ୍ତିଟିର ଗୁରୁ ସେହି ବିଦେଶୀ  ହୋଇଯାଏ।

ଭାରତରେ ଆସିଥିବା ମୋଗଲ ଓ ଇଂରେଜ ସେଇ କାମ କରିଛନ୍ତି। ଭାରତୀୟମାନଙ୍କୁ ତାଙ୍କ ମତରେ ଦୀକ୍ଷିତ କରାଇ ମତାନ୍ତରିତ ଭାରତୀୟମାନଙ୍କ କାନ୍ଧରେ ବନ୍ଧୁକ ରଖି ଭାରତୀୟମାନଙ୍କୁ ହତ୍ୟା କରିଛନ୍ତି।

ମତାନ୍ତରିତ ହେବା ପରେ କିଏ ଏହାକୁ ଦାରୁଲ-ହରବ ରୂପେ ଦେଖୁଛି ତ କିଏ ଏହାକୁ ବିଭିନ୍ନ ଲେଣ୍ଡରେ ବିଭକ୍ତ କରୁଛି।

କିଏ ଭାରତୀୟମାନଙ୍କୁ କାଫିର ତ କିଏ ଭାରତୀୟ ମାନଙ୍କୁ ଗ୍ରାହକ ରୂପେ ଦେଖୁଛି।

ଭାରତୀୟ ସଂସ୍କୃତିକୁ ଗାଳି ଦେବା ଓ ଭାରତୀୟ ସଂସ୍କୃତିକୁ ଘୃଣା କରିବା ତାଙ୍କର ଏକମାତ୍ର ଧର୍ମ ହୋଇଯାଇଛି।

ସେମାନେ ଯେଉଁ ପରମ୍ପରାର ବିକାଶ କରିଛନ୍ତି ତାହା ଭାରତୀୟ ନ ହୋଇ ପାରସ୍ୟ ଓ ଇଉରୋପୀୟ ହୋଇଛି।

ଆକବର, ଜହାଂଗିର, ଆଉରଙ୍ଗଜେବ ଆଦି ଦେଶଜ ଥିଲେ। ଇଂରେଜ ଇଙ୍ଗିତରେ କାମ କରୁଥିବା କଳା ଇଂରେଜ ଅନେକ ଥିଲେ।

ଏଇଭଳି ଦେଶଜ ଲୋକମାନଙ୍କର ରାଜ୍ୟକୁ ଆମେ ସ୍ୱରାଜ୍ୟ କହି ନାହାନ୍ତି।

ଆମେ ଲଢ଼ିଛନ୍ତି, ପରାସ୍ତ କରିଛନ୍ତି।

୧୫. ୧୨. ୧୭

No comments: