Saturday, 16 December 2017

*ପାନୀପତ-୧୭୬୧*

୧୪ ଜାନୁଆରୀ ୧୭୬୧ରେ ତୃତୀୟ ପାନୀପତ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧ ସଦାଶିବ ରାଓ ଭାଉ ଓ ବିଦେଶୀ ଆକ୍ରମଣକାରୀ ଅହମଦଶାହା ଅବଦାଲିଙ୍କ ମଧ୍ୟରେ ଲଢ଼ାଯାଇଥିବା ଏକ ଐତିହାସିକ ଯୁଦ୍ଧ ଥିଲା ଯାହା ଉପରେ ଏକ ରାଷ୍ଟ୍ରର ଭାଗ୍ୟ ନିର୍ଭର କରିଥିଲା।
ଏହି ଯୁଦ୍ଧ ଭାରତର ଭାଗ୍ୟକୁ ଏକ ନୂଆମୋଡ଼ ଦେଇଦେଲା। ଭାଉଙ୍କ ପରାଜୟ ପରେ ମରାଠା ଶକ୍ତିର ପତ୍ତନ ହେଲା। ବାଜିରାଓ ପେସବାଙ୍କ  ବିସ୍ତାରବାଦୀ ନୀତି ସମାପ୍ତ ହୋଇଗଲା। ପରବର୍ତ୍ତୀ ଅବସ୍ଥାରେ ପୁଣି ମରାଠା ଶକ୍ତିର ଉତ୍ଥାନ ହେଲା, କିନ୍ତୁ ତାହା ଆକ୍ରାମକ ନ ହୋଇ ସୁରକ୍ଷାତ୍ମକ ଭାବରେ ରହିଗଲା। ଆଫଗାନୀଙ୍କ ହାତକୁ ଶାସନ ଅସ୍ଥାୟୀ ଭାବେ ଚାଲିଗଲା। ଏଇ ଯୁଦ୍ଧରେ ଯଦି ମରାଠା ଜିତି ଯାଇଥାନ୍ତା ତେବେ ମୋଗଲ ଶାସନ ୧୦୦ ବର୍ଷ ପୂର୍ବରୁ ସମାପ୍ତ ହୋଇଯାଇଥାନ୍ତା। ଏହି ଯୁଦ୍ଧରେ ଉଭୟ ପକ୍ଷର ଶକ୍ତି ଏତେ କ୍ଷୟ ହୋଇଥିଲା ଯେ ଏହା ଇଂରେଜ ଶାସନ ପାଇଁ ପଥ ପ୍ରଶସ୍ତ କରିଦେଇଥିଲା।

ଛତ୍ରପତି ଶିବାଜୀଙ୍କ ଦେହାବସାନ ପରେ ତାଙ୍କ ଆଦର୍ଶକୁ ବୁଝିବା ଲୋକ କେହି ନ ଥିଲେ। ଆନ୍ତରିକ କଳହ, ଜାତିବାଦୀ ସଂଘର୍ଷ ତଥା ବ୍ୟକ୍ତିଗତ ସ୍ୱାର୍ଥରେ ପୂର୍ଣ୍ଣ ପୁଣେ ଦରବାର ହିନ୍ଦୁ ଶକ୍ତି କଥା ଭୁଲି ମରାଠା ଶକ୍ତିର ଅଭିବ୍ୟକ୍ତି ତିଆରି କଲା।
ଛତ୍ରପତି ଶିବାଜୀ ହିନ୍ଦୁ ସାମ୍ରାଜ୍ୟର ସ୍ଥାପନା କରିଥିଲେ। ସେ କେବେ ବି ମରାଠା ରାଜ୍ୟ ସ୍ଥାପନା କରିବାର କଳ୍ପନା କରି ନ ଥିଲେ। ସେ ଚାହୁଁ ଥିଲେ ଯଦି ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ନିଜ ଶକ୍ତିରେ ସ୍ୱତନ୍ତ୍ର ହୋଇଯାଉଛନ୍ତି ତ ଭଲ କଥା। ନ ହେଲେ ସେମାନଙ୍କୁ ସବୁ ପ୍ରକାର ଶକ୍ତି ଯୋଗାଇ ଦେଇ, ଦରକାର ପଡ଼ିଲେ ଯେ କୌଣସି ବଳିଦାନ ଦେଇ ସେଇ ସବୁ ପରାଧୀନ ରାଜ୍ୟ ଗୁଡ଼ିକୁ ସ୍ୱାଧୀନ କରିଦିଆଯାଉ। ତାଙ୍କର ପ୍ରଭାବ ଏପରି ଥିଲା ଯେ, ସେ ସମଗ୍ର ଦେଶର ହିନ୍ଦୁ ଶକ୍ତିକୁ ଏକ କରି ପାରିଥିଲେ। ଶିଖ, ରାଜପୁତ, ଜାଟ, ବୁନ୍ଦେଲ, ଓ ଆସାମୀ ପର୍ଯ୍ୟନ୍ତ ସାରା ଦେଶ ଆଉରଙ୍ଗଜେବ ବିରୋଧରେ ଏକ ସଙ୍ଗେ ଲଢୁଥିଲେ। ସେ ସମୁଦ୍ର ତଟ ରେ ଅନେକ ଦୁର୍ଭେଦ୍ୟ ଜଳ ଦୁର୍ଗ ମଧ୍ୟ ନିର୍ମାଣ କରିଦେଇଥିଲେ।
୧୭୦୭ରେ ଆଉରଙ୍ଗଜେବକୁ ଦକ୍ଷିଣରେ କବର ଦିଆଯାଇଥିଲା
୧୭. ୧୨. ୧୭

No comments: