Saturday, 9 December 2017

*କୃତ୍ରିମ ସଂସ୍କୃତି ଓ ପରମ୍ପରା*

ନିଜର ରାଜନୈତିକ ଲକ୍ଷ୍ୟକୁ ପୂର୍ଣ୍ଣ କରିବାପାଇଁ ସେମାନେ କୃତ୍ରିମ ସଂସ୍କୃତି ଓ ପରମ୍ପରାର ମୂଳଦୁଆ ତିଆରି କରିଛନ୍ତି। ଯାହା ଏଠିକାର ବିପରୀତ ସେହିପ୍ରକାର ସବୁ ବସ୍ତୁକୁ ସେମାନେ ପୂଜ୍ୟ ମାନିଛନ୍ତି। ଆମପାଇଁ ଗଙ୍ଗା ପବିତ୍ର ହେଲେ ତାଙ୍କ ପାଇଁ ଟାୟଗ୍ରୀସ ଓ ୟୁଫ୍ରେଟିସ ପବିତ୍ର ହୁଏ। କୋଇଲି ଓ ପଦ୍ମ ଆମ ସାହିତ୍ୟ ପାଇଁ ଶ୍ରେଷ୍ଠ ଥିବା ବେଳେ ତାର ବିପରୀତ ବୁଲବୁଲ ଓ ନର୍ଗିସ ତାଙ୍କ ସାହିତ୍ୟରେ ଶ୍ରେଷ୍ଠ ସ୍ଥାନପାଏ।
ଆମର ହିମାଳୟ ଶ୍ରଦ୍ଧା ସ୍ଥାନରେ ଥିବାବେଳେ ତାଙ୍କର କୋୟକାଫର ଵର୍ଣ୍ଣନ ଆସେ।

ଯେତେବେଳେ ଆର୍ଯ୍ୟ ସମାଜ ଶୁଦ୍ଧି ଆନ୍ଦୋଳନ ଚଳାଇଥିଲା ସେତେବେଳେ ସେମାନେ ଗୋଟିଏ ଗୀତ ତିଆରି କଲେ
"ମେରେ ମୌଲା ବୁଲା ଲେ ମଦୀନା ମୁଝେ।"
ଏହା ସେତେବେଳେ ଆର୍ଯ୍ୟ ସମାଜ ବିରୋଧରେ ତିଆରି କରାଯାଇଥିଲା। ତାର ଅନ୍ତିମ ପଙ୍କ୍ତି ଥିଲା
"ୟହାଁ ନ ଜୀନେ ଦେଙ୍ଗେ ଆର୍ଯ୍ୟ ମୁଝେ।"
ପ୍ରତ୍ୟେକ କ୍ରିୟାରେ ସେମାନଙ୍କର ଏହିପରି ପ୍ରତିକ୍ରିୟାତ୍ମକ ଦୃଷ୍ଟିକୋଣ ଦେଖିବାକୁ ମିଳେ।

ଏହିପରି ଯଦି କେତେବେଳେ ବିପତ୍ତି ଆସେ ସେମାନେ ମଦୀନାକୁ ମନେ ପକାନ୍ତି।
କିନ୍ତୁ ବିପତ୍ତି ସମୟରେ ହିନ୍ଦୁ କୁଆଡ଼େ ଯିବ ?
ଯେତେବେଳେ ଭାରତ ବାହାରେ କୌଣସି ଦେଶରେ ହିନ୍ଦୁ ଉପରେ ବିପତ୍ତି ପଡ଼େ ସେ ସିଧା ହିନ୍ଦୁସ୍ଥାନ ଚାଲି ଆସେ।
ହିନ୍ଦୁର ସ୍ୱାଭାବିକ ପ୍ରେମ ଓ ଭକ୍ତି ହିନ୍ଦୁସ୍ଥାନ ଥିବାବେଳେ ମୁସଲମାନଙ୍କର ସ୍ୱାଭାବିକ ପ୍ରେମ ଓ ଭକ୍ତି ମକ୍କା ଓ ମଦୀନା।
ଏହିପରି ଏଠିକାର ମୁସଲମାନ ଭାରତୀୟ ଜନଜୀବନଠାରୁ ଭିନ୍ନ ଭାବନା ରଖି ଚାଲନ୍ତି।
ସମ୍ପୂର୍ଣ୍ଣ ଭାରତ ଉପରେ ପ୍ରଭୁତ୍ୱ ସ୍ଥାପନା କରିବାର ମନୋବୃତ୍ତି ସର୍ବଦା ତାଙ୍କ ମନ ଭିତରେ ରହିଥାଏ। ଏଥିପାଇଁ ପ୍ରତ୍ୟେକ ଭାରତୀୟ ବସ୍ତୁଠାରୁ ନିଜକୁ ଅଲଗା କରି ସେମାନେ ନିଜର ଏକ ସ୍ବ ନିର୍ମିତ ସଂସ୍କୃତି ଓ ପରମ୍ପରା ତିଆରି କରିଛନ୍ତି। ଏହି ରାଜନୈତିକ ଆକାଂକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ ହେଲା ପାକିସ୍ଥାନ।
୯. ୧୨. ୧୭

No comments: