Tuesday, 12 December 2017

*ହିନ୍ଦୁ କାହାର ଶତ୍ରୁ ନୁହେଁ*

ହିନ୍ଦୁମାନଙ୍କର ପରମ୍ପରା ହେଲା ସର୍ବ ପନ୍ଥ ସମାଦର।
କୌଣସି ପନ୍ଥ ପ୍ରତି ଅସୂୟା ଭାବ ନ ରଖି , ସମସ୍ତଙ୍କୁ ଆପଣେଇ ନେବା ତା'ର ସ୍ଵଭାଵ।

ସେହି ଭାବ କମି ଗଲାଭଳି ଅନୁଭୂତ ହେଉଛି। ଶହ ଶହ ବର୍ଷର ପରାଧୀନତାର ଗ୍ଳାନି ଏବେ ବି ଦୂର ହୋଇନି। ପରାଧୀନତା ସମୟରେ ତା ଉପରେ ପ୍ରୟୋଗ ହୋଇଥିବା ନିଶ୍ଚେତକ ଏବେ ବି କାମ କରୁଛି।
'ସାରେ ଜହାଁ ସେ ଅଛା' ଗୀତରେ
ହିନ୍ଦୀ ହେ ହମ୍,
ହିନ୍ଦୀ ହେ ହମ୍,
ବତନ ହୈ
ଗାଉଥିବା ଲୋକ ନିଜକୁ ହିନ୍ଦୁ
କହିବାରେ ସଙ୍କୁଚିତ ଅନୁଭବ କରୁଛି ।

ହିନ୍ଦୁସ୍ଥାନରେ ରହୁଥିବା ଲୋକ ହିନ୍ଦୁ ଅଟନ୍ତି
ଏ କଥା ସାରା ଦୁନିଆ ସ୍ୱୀକାର କରୁଥିବା ବେଳେ
ଆମ ମଗଜରେ ଏହା ପଶୁ ନାହିଁ।

କୌଣସି ବି ଉପାୟରେ ସେହି ନିଶ୍ଚେତକର ପ୍ରଭାବକୁ ହଟାଇ ରାଷ୍ଟ୍ର ଭାବକୁ ପ୍ରବଳ କରିବାକୁ ହେବ। କାରଣ ଏହା ହିଁ ରାଷ୍ଟ୍ରର ଜୀବନୀ ଶକ୍ତି ଅଟେ।

ସର୍ବ ପନ୍ଥ ପ୍ରତି ସହିଷ୍ଣୁ ଭାବ ଓ ସାମାଜିକ ସ୍ତରରେ ସମସ୍ତଙ୍କୁ ଆପଣେଇ ନେବାର ଭାବ ଜଗେଇବାକୁ ହେବ, ତେବେ ରାଷ୍ଟ୍ର ଜୀବନରେ ଆସିଥିବା ଯାବତୀୟ ବିକୃତି ଦୂର ହୋଇଯିବ।

ହିନ୍ଦୁ କୌଣସି ବ୍ୟକ୍ତି ବା ସମାଜର ଶତ୍ରୁ ନୁହେଁ। କୌଣସି ଉପାସନା ପଦ୍ଧତି ବା ପନ୍ଥାର ସେ ବିରୋଧ କରେ ନାହିଁ। କିନ୍ତୁ କୌଣସି ପନ୍ଥ ବିଶେଷ ଦ୍ୱାରା ରାଜନୈତିକ ପ୍ରଭୁତ୍ୱକୁ ସେ ବିରୋଧ କରିଥାଏ।
୧୩. ୧୨. ୧୭

No comments: