Saturday, 23 December 2017

*ପାନୀପତ ଯୁଦ୍ଧ..*

ଏହି (ତୃତୀୟ ପାନୀପତ) ଯୁଦ୍ଧରେ ଅବଦାଲି ପକ୍ଷର ୨୦,୦୦୦ ସେନା ନିହତ ହୋଇଥିବା ବେଳେ ୫୦,୦୦୦ ମରାଠା ସେନା ନିହତ ହେଲେ।

ଏତେ ବଡ଼ ପରାଜୟ କାହିଁକି ହେଲା ?

ଭାଉଙ୍କ କଠୋରତା ପାଇଁ ଅନେକ ସର୍ଦ୍ଦାର ଅମଙ୍ଗ ଥିଲେ। ସର୍ଦ୍ଦାରମାନଙ୍କ ଅନୁଶାସନହୀନତା କାରଣରୁ ଭାଉଙ୍କୁ କଠୋର ହେବାକୁ ପଡୁଥିଲା। ପ୍ରତ୍ୟେକ ସୈନ୍ୟ ତାଙ୍କ ଆଦେଶ ପାଳନ କରୁଥିଲେ, କିନ୍ତୁ ସ୍ୱ-ଇଚ୍ଛାରେ ନୁହେଁ। ଟିକେ ଅବସର ପାଇଲେ ସବୁ ଢିଲା ହେଇଯାଉଥିଲେ କିମ୍ବା ପଳାୟନ କରୁଥିଲେ।

ଭାଉଙ୍କର ବ୍ୟୁହ ରଚନା ଠିକ ଥିଲେ ମଧ୍ୟ ତାଙ୍କ ଯୁଦ୍ଧ କୌଶଳ ଠିକ ଭାବେ ସର୍ଦ୍ଦାରମାନେ ବୁଝିପାରି ନ ଥିଲେ। ସୈନିକମାନେ ଭାବିଥିଲେ କେବଳ ଅଶ୍ବାରୋହୀ ଯୁଦ୍ଧ ହେବ। ପଦାତିକମାନେ ପ୍ରସ୍ତୁତ ନ ଥିଲେ ଯୁଦ୍ଧପାଇଁ। ଅବଦାଲୀ ଏତେ ବଡ଼ ଯୁଦ୍ଧ କରିବ ଏହା ମଧ୍ୟ ମରାଠା ସେନା ଆକଳନ କରିପାରି ନ ଥିଲା।

ମରାଠା ଶାସନରେ ଆସିଥିବା ଦୁର୍ବଳତା, ଅନ୍ୟାନ୍ୟ ରାଜାମାନଙ୍କର ଅସହଯୋଗ ଓ ବିଶ୍ୱାସଘାତକତା ଆଦି କାରଣରୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଲା।

ଛତ୍ରପତି ଶିବାଜୀଙ୍କଠାରୁ ଆରମ୍ଭ ହୋଇଥିବା ଏକ ରାଷ୍ଟ୍ର ଭାବନା ପୁଣି କେଉଁଠି ଶିଥିଳ ପଡ଼ିଗଲା,
ଯେଉଁଥିପାଇଁ ଏହି ଐତିହାସିକ ଯୁଦ୍ଧରେ ଭାରତ ହାରି ଗଲା। ଦେଶର ସେନା ଲଢ଼ୁଥିଲା ବିଦେଶୀ ଆକ୍ରମଣକାରୀ ସହିତ। କିନ୍ତୁ ତାକୁ ମରାଠୀ ଓ ଅବଦାଲୀ ଭିତରର ଯୁଦ୍ଧ ବୋଲି କିପରି ଭାବିଲେ ଏ ଦେଶର ରାଜାମାନେ ?

ଅବଦାଲୀ ଯୁଦ୍ଧ ଜିଣିଲା ଅର୍ଥାତ୍ ଶାସନ ଆଫଗାନ ହାତକୁ ଚାଲିଗଲା।

ପୁଣିଥରେ ପ୍ରସ୍ତୁତ ହେବାକୁ ୧୦ ବର୍ଷ ଲାଗିଗଲା ମରାଠା ସେନାକୁ।

ଏଇ ଦୁର୍ବଳତାର ସୁଯୋଗ ନେଇ ଇଂରେଜ ଭାରତରେ ପାଦ ଥାପିଲା।

ପଲାସୀ ଯୁଦ୍ଧ ଜିଣି ଥିବା ଇଂରେଜ ଏଇ ଯୁଦ୍ଧରେ ଅନୁଧ୍ୟାନ କରୁଥିଲା ଭାରତୀୟ ରାଜାମାନଙ୍କର ଚିନ୍ତା ଓ ଚରିତ୍ରକୁ।

୨୩. ୧୨. ୧୭

No comments: