Saturday, 2 December 2017

*ନେପାଳ ଓ ପାକିସ୍ଥାନ ଭିତରେ ପାର୍ଥକ୍ୟ*

ଆମେ ଜାଣୁ ଯେ ସମ୍ପୂର୍ଣ୍ଣ ସମାଜ ଓ ଦେଶ ସମ୍ବନ୍ଧରେ ଏକାତ୍ମତାର ଭାବ, ମମତ୍ୱରଭାବ, ଏହା ହିଁ ରାଷ୍ଟ୍ରୀୟତାର ପୁଞ୍ଜି ଅଟେ ଓ ଏହା ହିଁ ଭାରତର ଆତ୍ମା ଅଟେ। ଏହି ଏକାତ୍ମତା ଭାବର ଯିଏ ବିରୋଧ କରେ ସେ ରାଷ୍ଟ୍ରର ବାଧକ ହୋଇଥାଏ। ଏଥିପାଇଁ ସେ ରାଷ୍ଟ୍ର ଜୀବନରେ ବିଷ କିମ୍ବା ଅଶୁଖା ଘା' ସଦୃଶ କାମ କରେ।

ଯେପରି ଶରୀରରେ ବିଷ ପ୍ରବେଶ କଲେ ତାହା ଶରୀରର କ୍ଷତି କରିଥାଏ ଓ ସେ ବିଷକୁ କୌଣସି ପ୍ରକ୍ରିୟାରେ ଶରୀରରୁ ବାହାର କରିବାକୁ ପଡ଼େ।
ସେହିପରି ଆମେ ସେହି ରାଷ୍ଟ୍ର ବିରୋଧୀ ତତ୍ତ୍ୱକୁ ବିରୋଧ କରୁ ଯେଉଁମାନେ ଆମ ରାଷ୍ଟ୍ର ଜୀବନ ପ୍ରତି ସମାନ ଆଦର୍ଶ ନେଇ ଚାଲୁଥିବା ତଥା ଆମ ଦେଶ, ସଂସ୍କୃତି ଓ ଇତିହାସ ପ୍ରତି ସମାନ ଆଦର ଓ ଶ୍ରଦ୍ଧା ଭାବ ରଖୁଥିବା ଲୋକଙ୍କ ପ୍ରତି ବିରୋଧ ଭାବ ରଖନ୍ତି।

ଏପରି ତତ୍ତ୍ୱ ସମାଜକୁ ଖଣ୍ଡ ବିଖଣ୍ଡିତ କରିଥାନ୍ତି।
ଏହିପରି ବିଭେଦ ଉତ୍ପନ୍ନ କରିଥିବା ତତ୍ତ୍ୱ ଥିଲା ପାକିସ୍ଥାନ। କିନ୍ତୁ ନେପାଳ ଆମର ସଂସ୍କୃତି ଓ ଏକାତ୍ମତାକୁ ବିରୋଧ କରିଛି, ଏପରି କେବେ ଦେଖିବାକୁ ମିଳି ନାହିଁ।

ନାଗରିକତା ଓ ରାଷ୍ଟ୍ରୀୟତା

ଆମର ପରମ୍ପରାଗତ ବିଶେଷତା ହେଲା ଆମେ କେବେ ରାଜ୍ୟ ଓ ରାଷ୍ଟ୍ରକୁ ଏକ ବୋଲି ମାନି ନାହୁଁ।
ଆମର ଦୃଷ୍ଟିକୋଣ କେବେ ବି ନଥିଲା ରାଜନୈତିକ ଦୃଷ୍ଟିରୁ ଭାରତ ଓ ନେପାଳ ଏକ ହେଉ। ଅନେକ ଲୋକ ରାଜ୍ୟ ଓ ରାଷ୍ଟ୍ର ଭିତରେ ଥିବା ଅନ୍ତରକୁ ବୁଝି ନ ଥାନ୍ତି।
ନେପାଳରେ ରହୁଥିବା ଲୋକ ନେପାଳର ନାଗରିକ ହେବ, ପରନ୍ତୁ ରାଷ୍ଟ୍ରୀୟତାର ବିଚାର କଲେ ନେପାଳ ଓ ଆମେ ଅଲଗା ନୁହଁନ୍ତି। ପୁରୀର ଜଗନ୍ନାଥ ମନ୍ଦିରରେ ଆମ ରାଜାଙ୍କ ପ୍ରତି ଯେଉଁ ଶ୍ରଦ୍ଧା ରହିଛି ନେପାଳ ରାଜାଙ୍କ ପ୍ରତି ମଧ୍ୟ ସେଇ ସମାନ ଶ୍ରଦ୍ଧା ରହିଛି।

ରାଜନୈତିକ ଦୃଷ୍ଟିରୁ ଆମେ, ଆଂଗ୍ଲୋ ଭାରତୀୟ ଓ ମୁସଲମାନ ଭାରତର ନାଗରିକ ଅଟୁ। କିନ୍ତୁ ରାଷ୍ଟ୍ରୀୟତା ଦୃଷ୍ଟିରୁ ଦେଖିଲେ ଆକାଶ ପାତାଳ ଅନ୍ତର ଦେଖିବାକୁ ମିଳେ। କିଛିଦିନ ତଳେ ତଥାକଥିତ ବୁଦ୍ଧିଜୀବୀ ଓ ରାଜନୈତିକ ମୁଖିଆଙ୍କ ମୁଖରୁ ଶୁଣିବାକୁ ମିଳୁଥିଲା ଆମେ ଏଠି ସୁରକ୍ଷିତ ମଣୁ ନାହୁଁ।

୨. ୧୨. ୧୭

No comments: