ଏକମାତ୍ର ଉଦ୍ଦେଶ୍ୟ ଆମର ରାଜ୍ୟ ପୁନଃ ସ୍ଥାପିତ ହେଉ। ସେଥିପାଇଁ ତ ମୁଖରୁ ବାହାରି ପଡୁଛି - ହେ ହିନ୍ଦୁସ୍ଥାନ! ୧୫ ମିନିଟ ପୋଲିସ ଖାଲି କର ଦେ, ଦିଖା ଦେଙ୍ଗେ ତେରୀ ତାକତ୍।
ସେମାନଙ୍କର ଏହି ପ୍ରବୃତ୍ତିକୁ ଆମର ଜାତୀୟ ରାଜନୈତିକ ଦଳ ଚିହ୍ନିଲେ ନାହିଁ। 'ଈଶ୍ୱର ଆଲ୍ଲାହ ତେରେ ନାମ' ଜପିଲେ। ହିନ୍ଦୁ-ମୁସଲିମ ଏକତାର ସ୍ଲୋଗାନ ଦେଲେ। ତାଙ୍କୁ ଲାଗୁଥିଲା ଏପରି କରିଦେଲେ ଆଉ କିଛି ଭେଦ ରହିବ ନାହିଁ। ଏକତା ଆସିଯିବ। ଏକତା କୋଉଠି ଆସିଲା ? ସେଇ ସ୍ଲୋଗାନର ପରିଣାମ ମିଳିଲା ୧୯୪୭ ଅଗଷ୍ଟ ୧୪ ରାତି ଅଧରେ ଦେଶ ବିଭାଜନ ରୂପରେ।
ଗାନ୍ଧିଜୀଙ୍କ ବହୁ ପୂର୍ବରୁ ସେଭଳି ଚେଷ୍ଟା କରିଥିଲେ ସନ୍ଥ କବୀର ଓ ଗୁରୁ ନାନକଦେବ। ସେମାନେ ମଧ୍ୟ କହିଥିଲେ ସତ୍ୟ ଏକ। ଈଶ୍ୱର ଓ ଆଲ୍ଲାହ ଦୁଇଟି ଅଲଗା ନାମ ।
କିଛି ଲୋକ ଭାବିଲେ ସେମାନଙ୍କ ସହ ବିବାହ ଆଦି ଚଳାଇଲେ ଏକତା ଆସିଯିବ। ରକ୍ତ ସମ୍ବନ୍ଧ ସ୍ଥାପିତ ହୋଇଯିବ। କିଛି ଲୋକ ନିଜ ପୁଅର ନାମ ରାମପ୍ରସାଦ ଜାଗାରେ ଆକବର ଅଲ୍ଲି ରଖିଲେ ସେଥିରେ ବି ସେମାନେ ଭାବିଥିଲେ ରାଷ୍ଟ୍ରୀୟ ଏକତା ଆସିଯିବ।
କାହିଁ ???
ପୁଣି ଏବେ କିଛି ଦଳର ମୁଖିଆ କହୁଛନ୍ତି ଏଇ ବିଭଜିତ ଦେଶର ଯେତିକି ସମ୍ପତ୍ତି ଅଛି ତାହାର ପ୍ରମୁଖ ଭାଗ ମୁସଲମାନମାନଙ୍କର। ସେମାନେ କଣ ଏକତା ପାଇଁ ଏପରି କଥା କହୁଛନ୍ତି ?
କେତେ ବର୍ଷ ଏହିପରି ବୁଦ୍ଦୁ ହେଇ ଚାଲିଥିବ ଏ ଦେଶର ଜନତା ? ଅସଲ ଉଦ୍ଦେଶ୍ୟ ଏ ଦେଶର ପ୍ରଭୁତ୍ୱ ଆମ ହାତରେ ରହୁ, ଏଇ ଭାବ ଯେତେଦିନ ପର୍ଯ୍ୟନ୍ତ ସେମାନଙ୍କ ମନ ମଧ୍ୟରୁ ଦୂର ନ ହୋଇଛି ସେପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରଲୋଭନ ପ୍ରହେଳିକା ସଦୃଶ ହେଉଥିବ ସିନା ଏକତା ପ୍ରଶ୍ନବାଚୀ ହୋଇ ରହିଥିବ।
୧୧. ୧୨. ୧୭

No comments:
Post a Comment