ନର୍କ ଯାତନାଗୁଡ଼ିକ ବିଷୟରେ ବାରମ୍ବାର ଯାହା ସବୁ ଲେଖାଯାଇଛି ସେ ସବୁ ନର୍କଗାମୀମାନଙ୍କ ପାଇଁ ଉଦ୍ଦିଷ୍ଟ। ମକ୍କାକାଳୀନ ସୁରା ଅନ ନସା କ୍ର. ୭୮ରେ ବିଶ୍ୱରେ ମାନବ ଜୀବନ ହେତୁ ପୃଥିବୀର ନିର୍ମାଣ, ପ୍ରଳୟର ଦିନ, ନର୍କର ଜୀବନ, ସ୍ବର୍ଗର ଜୀବନ ଏ ସବୁର ସଂକ୍ଷିପ୍ତ ବର୍ଣ୍ଣନା କରାଯାଇଛି। ଏକେଶ୍ୱରୀ ସେମେଟିକ ଧର୍ମମତ ଅନୁସାରେ ସ୍ୱର୍ଗ ବା ନର୍କର ବାସ କରିବାକୁ ଯଦି ମିଳେ ତେବେ ତାହା ଅନନ୍ତ କାଳଯାଏ ରହିବ। ବିଶେଷକରି କାଫିରଙ୍କ ଭାଗ୍ୟରେ ନର୍କବାସ ତ ଅନନ୍ତ କାଳପାଇଁ ରହିଛି।
ନର୍କରେ ପାଣି ମାଗିଲେ ଉଷୁମ ପାଣି ନୁହେଁ ଫୁଟୁଥିବା ପାଣି ମିଳିବ- (ସୁରା ଅର ରହମାନ ୫୫.୪୪)। ନର୍କ ଭୋଗ ପାଇଁ ଆଲ୍ଲାହ କଣ ସବୁ ବ୍ୟବସ୍ଥା କରିଛନ୍ତି ତାର ବର୍ଣ୍ଣନା ସୁରା ଅଲ କହଫ କ୍ର. ୧୮ରେ ଦିଆଯାଇଛି। ଆମେ ଅତ୍ୟାଚାରୀଙ୍କ ପାଇଁ ନିଆଁ ଜାଳିଛୁ ଯାହାର ଉତ୍ତାପ ତାକୁ ସହିବାକୁ ହେବ। ଯଦି ସେଠାରେ ସେ ପାଣି ଖୋଜିବ ତେବେ ତାକୁ ଏମିତି ପାଣି ଦିଆଯିବ ଯେଉଁଥିରେ ତାର ମୁହଁ ଶିଝି ଯିବ। ଦୂଷିତ ପାନୀୟ ଓ ଅତ୍ୟନ୍ତ ଖରାପ ଜାଗାରେ ତାକୁ ରଖାଯିବ। (ଦିବ୍ୟ କୁରାନ, ଅଲ କହଫ ୧୮.୨୯)
ମଦିନା କାଳୀନ ସୁରା ଅନ ନିସା କ୍ର. ୪ ରେ ଆଲ୍ଲାହଙ୍କ ବାଣୀ ପାଳନ ନ କରୁଥିବା ଲୋକଙ୍କ ପାଇଁ ଚେତାବନୀ ଦିଆଯାଇଛି- " ଯିଏ ଆମର ବଚନକୁ ପାଳନ ନ କରିବ ତାକୁ ଆମେ ନିଶ୍ଚିତ ରୂପେ ନିଆଁରେ ପକାଇ ଦେବୁ ଓ ଯେତେବେଳେ ତା ଶରୀରର ଚମ ଜଳି ଯିବ ସେତେବେଳେ ସେହି ଚମ ବଦଳରେ ନୂଆ ଚମ ତିଆରି କରିଦେବୁ ଯଦ୍ୱାରା ତାକୁ ସେହି କଷ୍ଟର ଅନୁଭବ ସବୁ ସମୟପାଇଁ ହେଉଥିବ। (ସୁରା ଅନ ନିସା ୪.୫୬)
କୁରାନର ଅନେକ ସ୍ଥାନରେ ଅଣ ମୁସଲମାନଙ୍କୁ ଅତ୍ୟାଚାରୀ ବୋଲି କୁହାଯାଇଛି ଏବଂ ତାର ଗନ୍ତବ୍ୟ ସ୍ଥାନ ନର୍କ ବୋଲି କୁହାଯାଇଛି। (ନସ୍ତ୍ର ପୃ. ୨୪୬, ଆୟାତ କ୍ର. ୪.୧୨୧ )
ସେଥିରୁ କିଛି ଆୟାତ ୩-୧୫୧, ୪-୯୭, ୮-୧୬ ଇ. ରେ ଅଛି।
ଅତ୍ୟାଚାରୀଙ୍କ ଭାଗ୍ୟରେ ଶେଷ ଆଶ୍ରୟ ହିଁ ନର୍କ ଓ ତାହା ଅତ୍ୟନ୍ତ ଖରାପ ବୋଲି (କୁରାନ ୩.୧୫୧) ପ.କୁ. ୯.୭୯ ରେ କୁହାଯାଇଛି।
ଯୁଦ୍ଧରେ ସାମିଲ ନ ହେଉଥିବା ଦାମ୍ଭିକଙ୍କୁ ଆଲ୍ଲାହ
ପସନ୍ଦ କରି ନାହାନ୍ତି। ସେ ତାଙ୍କ ପାଇଁ ନର୍କ ହିଁ ଯୋଗ୍ୟ ସ୍ଥାନ ବୋଲି କହିଛନ୍ତି। ନର୍କର ଅଗ୍ନି ପୃଥିବୀର ଅଗ୍ନିଠାରୁ ଭୟଙ୍କର ବୋଲି କୁହାଯାଇଛି। (ପ. କୁ. ୯.୮୧)
ଆଲ୍ଲାହ ଏଇ ନର୍କଗାମୀମାନଙ୍କ ପାଇଁ "ଜକ୍କୁମ୍ ବୃକ୍ଷ(ବିଷ ବୃକ୍ଷ)ତିଆରି କରିଛନ୍ତି।" ସେ ସେହି ବୃକ୍ଷକୁ ଅତ୍ୟାଚାରୀମାନଙ୍କୁ ଦଣ୍ଡ ଦେବାପାଇଁ ତିଆରି କରିଛନ୍ତି। ତାହା ନର୍କ ଭୂମିରୁ ବାହାରିଛି। ତାର କଢ଼ି ସବୁ ରାକ୍ଷସଙ୍କ ମୁଣ୍ଡ ଭଳି । ନର୍କର ଲୋକମାନେ ତାକୁ ଖାଇବେ ଓ ନିଜ ନିଜର ଭୋକ ମେଣ୍ଟାଇବେ। ତାପରେ ତାଙ୍କୁ ତତଲା ପାଣି ପିଇବାକୁ ଦିଆଯିବ। ତାଙ୍କର ଚମ ସବୁ ନର୍କର ଅଗ୍ନି ଆଡ଼କୁ ରହିବ।(ପ.କୁ. ୩୭-୬୨-୬୮)
କୁରାନ ସୌରଭର ଟିପ୍ପଣୀ ଅନୁସାରେ (ପ୍ର. ୯୯୭) ଏହି ବୃକ୍ଷର ଫଳ ଅତ୍ୟନ୍ତ କଟୁ ଓ ତାର ବାସ୍ନା ଅତ୍ୟନ୍ତ ଦୁର୍ଗନ୍ଧ। ତାର କ୍ଷୀର ଯଦି ଦେହରେ ଲାଗିଯାଏ ତେବେ ସେହି ଅଂଶଟି ଫୁଲିଯିବ । ଏହି ବୃକ୍ଷର ଫଳ ପେଟ ଭିତରକୁ ଗଲେ ଏହା ଫୁଟୁଥିବା ପାଣି ପରି ଫୁଟିବା ଆରମ୍ଭ କରିଦେଵ।
୧୯.୧୧.୧୭

No comments:
Post a Comment