ଜୀବନର ସମସ୍ତ ଆଶ୍ରମକୁ ପୋଷଣ କରୁଥିବା ଆଶ୍ରମ ହେଲା ଗୃହସ୍ଥାଶ୍ରମ। ଆଜିକାଲି ପ୍ରତିଯୋଗିତାର ପ୍ରାବଲ୍ୟ କାରଣରୁ, ପରସ୍ପର ସହ ସ୍ନେହପୂର୍ଣ୍ଣ କଥାବାର୍ତ୍ତାର ଅଭାବ କାରଣରୁ ଏବଂ ଜୀବନ ସଂଘର୍ଷମୟ ହୋଇଯିବା କାରଣରୁ ବ୍ୟକ୍ତି ଭିତରେ ଉତ୍ତେଜନା ବଢ଼ି ଯାଇଛି। ଠିକ୍ ସମୟରେ ନିଦ ଆସୁ ନାହିଁ, ରକ୍ତ ଚାପ ବଢ଼ି ଯାଉଛି... ଇତ୍ୟାଦି ସାଧାରଣ କଷ୍ଟପ୍ରଦ ଜୀବନ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଗୀତାର କର୍ମଯୋଗ ଉତ୍ତେଜନାମୁକ୍ତ ବ୍ୟବସ୍ଥା ବିଷୟରେ ବ୍ୟକ୍ତିକୁ ଉପଦେଶ ଦେଇଥାଏ।
ପାଶ୍ଚାତ୍ୟ ଜୀବନ ଶୈଳୀର ଅନୁସରଣ କରୁଥିବା ବ୍ୟବସ୍ଥା ମନୁଷ୍ୟର ଲାଳସା ବଢ଼ାଇ ଦେଇଥାଏ। ଏତିକି ନିହାତି ଦରକାର, ସେତିକି ନିହାତି ଦରକାର ଏଇଭଳି ବିଭିନ୍ନ ବିଷୟରେ ତାହା ମନୁଷ୍ୟକୁ ପ୍ରୋତ୍ସାହିତ କରିଥାଏ। ଯଦି ସେଥିରେ ସଫଳ ହୋଇଯାଏ ତେବେ ମନୁଷ୍ୟ ମନରେ ଅହଙ୍କାର ବଢ଼େ, ଯଦି ନିଷ୍ଫଳ ହୁଏ ତେବେ ହତାଶା ବଢ଼େ ଏବଂ ଏହି ଦୁଇ ପ୍ରକାର ପରିଣାମର ଶୀକାର ସେ ହୋଇଥାଏ।
ଏଭଳି ପରିସ୍ଥିତିରେ ଗୀତାର କର୍ମଯୋଗ ଅନାସକ୍ତ ଭାବରେ କାମ କରିବାକୁ ଉପଦେଶ ଦେଇଥାଏ। ଏହାଦ୍ୱାରା ଅହଙ୍କାର ଓ ହତାଶା ଉଭୟରୁ ସେ ବଞ୍ଚି ଯାଇଥାଏ। ଗୀତା କର୍ମର ମୂଲ୍ୟାଙ୍କନ ସେହି କର୍ମର ଉଦ୍ଦେଶ୍ୟକୁ ବୁଝି କରିବା ପାଇଁ ଶିଖାଇଥାଏ। ଏହା ଦ୍ୱାରା ବ୍ୟକ୍ତିର ବୁଝିବାଶକ୍ତି ବଢ଼ିଥାଏ। ତା'ର ଉତ୍ତେଜନା କମ ହୋଇଥାଏ। ତା'ର ବ୍ୟବହାର ପ୍ରେରଣାଦାୟୀ ହୋଇଥାଏ।
ଗୃହସ୍ଥ ଜୀବନରେ ଆରମ୍ଭରୁ ତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ, କିନ୍ତୁ ନିଜର ବୁଝିବାଶକ୍ତି ବଢ଼ିବା ଦ୍ୱାରା ବ୍ୟକ୍ତି ଏହାକୁ ସଫଳତାର ସହ ନିର୍ବହନ କରିଥାଏ। ଗୀତାର କର୍ମଯୋଗ ମନୁଷ୍ୟର ସ୍ୱଭାବକୁ ସନ୍ତୁଳିତ କରାଇଦିଏ। ଏଥିପାଇଁ ପ୍ରତ୍ୟେକ ଗୃହସ୍ଥ ଗୀତାକୁ ନିତ୍ୟ ଅଧ୍ୟୟନ କରିବା ଉଚିତ।
୫.୧୧. ୧୭

No comments:
Post a Comment