Sunday, 19 November 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ *ପ୍ରତିପଦା ତିଥି*
   *ବିଛା ୦୪ଦିନ ଅନୁରାଧା ନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ ତୁଳାଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ରବିବାର*
         *ଇଂରାଜୀ  ସନ୍୨୦୧୭ମସିହା*
         *ନଭେମ୍ବର୍ ମାସ* *ତା୧୯ରିଖ*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] []
ହେ ପ୍ରତ୍ନ ଭାରତ ବର୍ଷ! ଉଠେ ତୁମ ସମୁଦ୍ରରେ ଝଡ଼
ତୁମର ପ୍ରାଚୀନ ସୂର୍ଯ୍ୟ କ୍ଳାନ୍ତ ହୁଏ ପହଁରି ପହଁରି!
ଆହତ ଉର୍ମିର ବାହୁ ଊର୍ଦ୍ଧ୍ବେ ତୋଳି ଆରବ ସାଗର
ନିବିଡ଼ ଦୁଃଖରେ ଆଜି ଗାଇ ବସେ ସନ୍ଧ୍ୟାର ସାୟରୀ।

ତୁମର ପ୍ରାଚୀନ ଜହ୍ନ ବାଟ ଭୁଲେ ବଙ୍ଗୋପସାଗରେ
ତୁମର ମଣିଷ ପଢ଼େ ପ୍ରତ୍ନତତ୍ତ୍ଵ କୁରୁକ୍ଷେତ୍ର ଚିରି...
କାଶିଉଠେ ନିର୍ଜନତା.. କମ୍ପି ଉଠେ ପ୍ରବଳ ଶୀତରେ
ବରଫର ଦୁର୍ଗ ଜଗି କାନ୍ଦେ ତୁମ ହିମାଦ୍ରି ପାଚିରି।

ତୁମର ଅତୀତ ପଢ଼ି, ଶୁଣି ତୁମ ପୁରାଣ ପ୍ରବାଦ
ଆସି ଦେଖେ ପର୍ଯ୍ଯଟକ - ନଦୀ ହ୍ରଦ ମାଟି ଓ ଆକାଶ
ଉଦାସ ମନ୍ଦିର ମଠ ଗିରିଗୁହା ଝଣ୍ଡା ଆଉ ବାଦ
ଏବଂ ଏଇ ବେଳା ବୁକେ ଖେଳେ ଆସି ମୃତ ଇତିହାସ
ଅଥଚ କେବଳ ଦେଖେ ଗେଣ୍ଡା ଆଉ ଶାମୁକା ସାଉଁଟି
ସଭ୍ୟତାର ମୁଖଶାଳା ସଂସ୍କୃତିର ଭୂଲଗ୍ନ ନଉତି!
                _*ଗିରିଜାକୁମାର ବଳୀୟାରସିଂହ*_
      🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
      ➖ *ଆପଣ ପ୍ରସନ୍ନ ରହନ୍ତୁ*➖
  🐌🌿🍁🐌🐇💐🐌🐚🐌

No comments: